ରାଷ୍ଟ୍ରପତିଙ୍କ ସଚିବାଳୟ
ଗଣତନ୍ତ୍ର ଦିବସ ୨୦୨୬ର ପୂର୍ବସନ୍ଧ୍ୟାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରକୁ ସମ୍ବୋଧନ
प्रविष्टि तिथि:
25 JAN 2026 7:50PM by PIB Bhubaneshwar
ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର!
ଦେଶ ଏବଂ ବିଦେଶରେ ରହୁଥିବା ଆମେ ଭାରତର ଲୋକମାନେ, ଉତ୍ସାହର ସହ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛୁ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜାତୀୟ ପର୍ବ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ପବିତ୍ର ଗଣତନ୍ତ୍ର ଦିବସ ଆମ ଦେଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଦେଶର ଭାଗ୍ୟ ଏବଂ ପରିସ୍ଥିତି ଉପରେ ଅବଲୋକନ କରିବାର ଏକ ଅବସର ଆଣିଦେଇଥାଏ । 1947 ମସିହା ଅଗଷ୍ଟ 15 ତାରିଖରେ, ସ୍ୱାଧୀନତା ସଂଗ୍ରାମ ଯୋଗୁଁ, ଆମ ଦେଶର ଭାଗ୍ୟ ପରିବର୍ତ୍ତନ ହେବା ସହ ଭାରତ ସ୍ୱାଧୀନ ହୋଇଥିଲା। ଆମେ ଆମ ଜାତିର ଭାଗ୍ୟ ନିର୍ଦ୍ଧାରଣ କରିଥିଲୁ।
1950 ମସିହା ଜାନୁଆରୀ 26 ତାରିଖରୁ, ଆମେ ଆମ ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶ ଦିଗରେ ଆଗକୁ ବଢୁଛେ। ସେହି ଦିନ, ଆମେ ଆମର ସମ୍ବିଧାନକୁ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିଥିଲୁ। ଗଣତନ୍ତ୍ରର ଜନନୀ ଭାରତର ସମ୍ବିଧାନ ଉପନିବେଶବାଦର ବିଧି ବିଧାନରୁ ମୁକ୍ତ ହୋଇ ଲୋକତନ୍ତ୍ରର ଏହି ଗଣରାଜ୍ୟ ତାର ଅସ୍ତିତ୍ୱକୁ ଫେରି ପାଇଥିଲା।
ଆମର ସମ୍ବିଧାନ ହେଉଛି ବିଶ୍ୱ ଇତିହାସରେ ଆଜି ପର୍ଯ୍ୟନ୍ତ ସର୍ବବୃହତ ଗଣତନ୍ତ୍ରର ଆଧାର ଗ୍ରନ୍ଥ। ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଆଦର୍ଶ ଆମ ସମ୍ବିଧାନର ପରିଭାଷା। ସମ୍ବିଧାନ ପ୍ରଣେତାମାନେ ଜାତୀୟତା ଏବଂ ଏକତାର ଭାବନା ସହ ସାମ୍ବିଧାନିକ ବ୍ୟବସ୍ଥାକୁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛନ୍ତି।
ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆମ ଦେଶକୁ ଏକତ୍ର କରିଥିଲେ। ଗତ ବର୍ଷ, ଅକ୍ଟୋବର 31 ତାରିଖରେ, କୃତଜ୍ଞ ଦେଶବାସୀମାନେ ଉତ୍ସାହର ସହ ତାଙ୍କର 150 ତମ ଜୟନ୍ତୀ ପାଳନର ଶୁଭ ଅବସରରେ ବିଭିନ୍ନ ଉତ୍ସବ ଏବଂ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି। ଏହି ଉତ୍ସବଗୁଡ଼ିକ ଆମ ଦେଶବାସୀଙ୍କ ମଧ୍ୟରେ ଜାତୀୟ ଏକତା ଏବଂ ଗର୍ବର ଭାବନାକୁ ମଜବୁତ କରୁଛି। ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଆମର ପୂର୍ବପୁରୁଷମାନେ ଆମର ପ୍ରାଚୀନ ସାଂସ୍କୃତିକ ଏକତାର ବୀଜ ବୁଣିଥିଲେ।ଜାତୀୟ ଏକତାର ଭାବନାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।
ଗତ ବର୍ଷ, ନଭେମ୍ବର 7 ତାରିଖରୁ, ଆମେ ରାଷ୍ଟ୍ରୀୟ ଗୀତ 'ବଦେ ମାତରମ୍' ରଚନାର 150ତମ ବାର୍ଷିକୀ ପାଳନ କରୁଛି। ଭାରତ ମାତାର ଦିବ୍ୟ ସ୍ୱରୂପର ଏହି ଗୀତ, ଲୋକଙ୍କ ହୃଦୟରେ ଭଗବାନ ରାମଙ୍କ ପ୍ରତି ପ୍ରେମ ସଞ୍ଚାର କରେ। ରାଜ୍ୟର ମହାନ କବି ସୁବ୍ରମଣ୍ୟ ଭାରତୀ ତାମିଲ ଭାଷାରେ 'ବଦେ ମାତରମ୍ ର ଭାବନାକୁ ଆହୁରି ବ୍ୟାପକ ଭାବରେ ଲୋକଙ୍କ ସହିତ ଯୋଡ଼ିଥିଲେ। ଯାହାର ଅର୍ଥ 'ଆମେ ବଦେ ମାତରମ୍ କହୁଛୁ'। ଏହି ଗୀତର ରଚନା ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଲୋକପ୍ରିୟ ହୋଇଛି।। ଶ୍ରୀ ଅରବିନ୍ଦ 'ବନ୍ଦେ ମାତରମ୍'କୁ ଇଂରାଜୀରେ ଅନୁବାଦ କରିଥିଲେ। ଋଷି ତୁଲ୍ୟ ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ 'ବନ୍ଦେ ମାତରମ୍' ହେଉଛି ଭାରତ ମାତାଙ୍କ ପ୍ରତି ଆମର ଭକ୍ତିର ସ୍ବର ଅଟେ। ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ, ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୨୧ ମସିହାରୁ, ନେତାଜୀଙ୍କ ଜନ୍ମବାର୍ଷିକୀକୁ 'ପରାକ୍ରମ ଦିବସ' ଭାବରେ ପାଳନ କରାଯାଉଛି। ଯାହା ଦ୍ୱାରା ଦେଶବାସୀ, ବିଶେଷକରି ଯୁବପିଢ଼ି, ତାଙ୍କ ଅଦମ୍ୟ ଦେଶପ୍ରେମରୁ ଅନୁପ୍ରାଣିତ ହୋଇପାରିବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 'ଜୟ ହିନ୍ଦ' ସ୍ଲୋଗାନ ଆମର ଜାତୀୟ ଗର୍ବର ପ୍ରମାଣ ଅଟେ।
ପ୍ରିୟ ଦେଶବାସୀଗଣ,
ଆପଣମାନେ ସମସ୍ତେ ଆମର ଜୀବନ୍ତ ଗଣତନ୍ତ୍ରକୁ ମଜବୁତ୍ କରୁଛନ୍ତି। ଆମର ତିନି ସେନାର ପରାକ୍ରମ ଯବାନ ମାତୃଭୂମିର ରକ୍ଷା ପାଇଁ ସଦାସର୍ବଦା ସର୍ତକ ରହିଛନ୍ତି। ଆମର କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମୀ ତଥା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନ ଦେଶବାସୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ତତ୍ପର ପାଇଁ ସଜାଗ ଅଛନ୍ତି।
ଆମର ଅନ୍ନଦାତା ଚାଷୀମାନେ ଦେଶବାସୀଙ୍କ ପାଇଁ ପୋଷଣ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ଆମ ଦେଶର ପରିଶ୍ରମୀ ଏବଂ ପ୍ରତିଭାବାନ ମହିଳାମାନେ ଅନେକ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛନ୍ତି। ଆମର ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଆମ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି। ଆମର ନିଷ୍ଠାପର ସଫେଇ ମିତ୍ର ଦେଶକୁ ସ୍ୱଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ଆମର ବୁଦ୍ଧିମାନ ଶିକ୍ଷମାନନେ ଭବିଷ୍ୟତ ପିଢ଼ିର ନିର୍ମାଣ କରୁଛନ୍ତି। ଆମର ଆନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ ଦେଶର ବିକାଶକୁ ନୂତନ ଦିଗଦର୍ଶନ ଦେଉଛନ୍ତି। ଆମର ପରିଶ୍ରମୀ ଶ୍ରମିକ ଭାଇ ଏବଂ ଭଉଣୀମାନେ ଦେଶର ପୁନଃନିର୍ମାଣ କରୁଛନ୍ତି। ଆମର ଉଜ୍ଜ୍ୱଳ ଯୁବପିଢ଼ି ଏବଂ ପିଲାମାନେ, ସେମାନଙ୍କର ପ୍ରତିଭା ଏବଂ ଯୋଗ଼ଦାନ ସହ ଦେଶର ସୁବର୍ଣ୍ଣ ଭବିଷ୍ୟତ ପ୍ରତି ଆମର ବିଶ୍ୱାସକୁ ମଜବୁତ କରୁଛନ୍ତି। ଆମର ପ୍ରତିଭାବାନ କଳାକାର, କାରିଗର ଏବଂ ସହଯୋଗୀମାନେ ଆମର ସମୃଦ୍ଧ ପରମ୍ପରାକୁ ଏକ ଆଧୁନିକ ଅଭିବ୍ୟକ୍ତି ଦେଉଛନ୍ତି।
ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନେ ଦେଶର ବହୁମୁଖୀ ବିକାଶକୁ ନତନ ଦିଗ ଦେଉଛନ୍ତି। ଆମର ଉର୍ଜ୍ଜ୍ୱଳ ଉଦ୍ୟୋଗୀମାନେ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭର କରିବାରେ ଯୋଗଦାନ ଦେଉଛନ୍ତି। ନିଃସ୍ବାର୍ଥପରତା ସହିତ ସମାଜର ସେବା କରୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନ ଅଗଣିତ ଲୋକଙ୍କ ଜୀବନରେ ଆଲୋକ ଭରି ଦେଉଛନ୍ତି।
ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ସମର୍ପିତ ବ୍ୟକ୍ତି ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କର ସେବା ଉତ୍ସର୍ଗ କରୁଛନ୍ତି। ଜନସେବାରେ ଉତ୍ସର୍ଗୀକୃତ, ଜନ ପ୍ରତିନିଧିମାନେ ଦେଶବାସୀଙ୍କ ଆକାଂକ୍ଷା ଅନୁଯାୟୀ କଲ୍ୟାଣ ଏବଂ ବିକାଶର ଲକ୍ଷ୍ୟକୁ ସାକାର କରୁଛନ୍ତି। ଏହିପରି ଭାବରେ, ସମସ୍ତ ସଚେତନ ଏବଂ ସମ୍ବେଦନଶୀଳ ନାଗରିକ ଆମର ଗଣତନ୍ତ୍ରର ପ୍ରଗତିଶୀଳ ଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ଆମର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ପ୍ରବାସୀ ଭାରତୀୟ, ଆମ ଗଣତନ୍ତ୍ରର ଛବିକୁ ବିଶ୍ୱ ସ୍ତରରେ ପ୍ରତିପାଦନ କରି ଗୌରବ ଆଣୁଛନ୍ତି। ମୁଁ ତାଙ୍କୁ ବିଶେଷ ଭାବରେ ପ୍ରଶଂସା କରୁଛି।
ପ୍ରିୟ ଦେଶବାସୀଗଣ,
ଆଜିର ଦିନ, ଜାନୁଆରୀ 25 ତାରିଖକୁ ଆମେ ଦେଶରେ "ଜାତୀୟ ଭୋଟର ଦିବସ" ଭାବେ ପାଳନ କରାଯାଉଛି। ଆମର ପ୍ରାପ୍ତବୟସ୍କ ନାଗରିକମାନେ ଜନପ୍ରତିନିଧିମାନଙ୍କୁ ବାଛିବା ପାଇଁ ଉତ୍ସାହର ସହ ମତଦାନ କରୁଛନ୍ତି। ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ମତଦାନ ଅଧିକାର ବ୍ୟବହାର କରି ରାଜନୈତିକ ଶିକ୍ଷା ସୁନିଶ୍ଚିତ କରାଯାଏ। ଆମର ମତଦାତା,ବାବାସାହେବଙ୍କ ଚିନ୍ତାଧାରା ସ୍ବରୂପ ସେମାନଙ୍କର ରାଜନୈତିକ ସଚେତନତାର ପ୍ରଦର୍ଶନ କରୁଛନ୍ତି। ମତଦାନରେ ମହିଳାମାନଙ୍କର ଭାଗୀଦାରୀ ଆମ ଗଣତନ୍ତ୍ର ଏକ ପ୍ରମୁଖ ଦିଗ।
ମହିଳାମାନଙ୍କର ସକ୍ରିୟ ଏବଂ ସଶକ୍ତିକରଣ ହେବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣକୁ ଉନ୍ନତ କରିବା ପାଇଁ କରାଯାଉଥିବା ରାଷ୍ଟ୍ରୀୟ ପ୍ରୟାସ ଅନେକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରୀକୁ ବୃଦ୍ଧି କରିଛି। "ବେଟି ବଚାଓ, ବେଟି ପଢ଼ାଓ" ଅଭିଯାନ ଦ୍ବାରା ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ମିଳୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 57 କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏଥିମଧ୍ୟରୁ ପ୍ରାୟ 56 ପ୍ରତିଶତ ମହିଳାଙ୍କ ଖାତା ଖୋଲାଯାଉଛି।
ଆମର ଭଉଣୀ ଏବଂ ଝିଅମାନେ ପାରମ୍ପରିକ ପ୍ରତିବନ୍ଧକ ଭାଙ୍ଗି ଆଗକୁ ବଢ଼ୁଛନ୍ତି। ମହିଳାମାନେ ଦେଶର ସାମଗ୍ରିକ ବିକାଶରେ ସକ୍ରିୟ ଯୋଗଦାନ ଦେଉଛନ୍ତି। ୧୦ କୋଟିରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳାମାନେ ବିକାଶର ଏକ ନୂତନ ପରିଭାଷା ଲେଖୁଛନ୍ତି। ମହିଳାମାନେ ଚାଷ ଜମିରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ, ସ୍ୱରୋଜଗାରଠାରୁ ସଶସ୍ତ୍ର ବାହିନୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଖେଳ କୁଦରେ, ଆମର ଝିଅମାନେ ବିଶ୍ୱ ସ୍ତରରେ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଗତ ନଭେମ୍ବରରେ, ଭାରତର ଝିଅମାନେ ICC ମହିଳା କ୍ରିକେଟ ବିଶ୍ୱକପ୍ ଏବଂ ତା'ପରେ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ଜିତି ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଥିଲେ। ଗତ ବର୍ଷ ଚେସ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଭାରତର ଦୁଇ ଝିଅଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ଉଦାହରଣଗୁଡ଼ିକ କ୍ରୀଡା ଜଗତରେ ଆମର ଝିଅମାନଙ୍କର ପ୍ରାଧାନ୍ୟର ପ୍ରମାଣ। ଏପରି ଝିଅମାନଙ୍କ ଉପରେ ଦେଶବାସୀ ଗର୍ବ କରୁଛନ୍ତି।
ଦେଶର ପଂଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳା ଜନପ୍ରତିନିଧିଙ୍କ ସଂଖ୍ୟା ପ୍ରାୟ ୪୬ ପ୍ରତିଶତ ରହିଛି । ମହିଳାମାନଙ୍କ ରାଜନୈତିକ ସଶକ୍ତୀକରଣକୁ ନୂତନ ଶୀର୍ଷରେ ପହଞ୍ଚାଇବା କ୍ଷେତ୍ରରେ ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳାମାନଙ୍କ ନେତୃତ୍ୱ ମାଧ୍ୟମରେ ବିକାଶର ଭାବନାକୁ ଅଦ୍ଭୁତପୂର୍ବ ଶକ୍ତି ମିଳିବ । ବିକଶିତ ଭାରତ ନିର୍ମାଣରେ ନାରୀଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ । ନାରୀମାନଙ୍କ ଯୋଗଦାନ ବୃଦ୍ଧି ପାଉଛି । ଆମ ଦେଶ ମହିଳା-ପୁରୁଷ ସମାନତା ଆଧାରିତ ସମାବେଶୀ ଗଣତନ୍ତ୍ରର ଉଦାହରଣ ସୃଷ୍ଟି କରିବ ।
ଏହି ସାମଗ୍ରିକ ବିକାଶର ଚିନ୍ତାଧାରା ଲାଗି ବଂଚିତବର୍ଗଙ୍କ କଲ୍ୟାଣ ଓ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଗତବର୍ଷ ନଭେମ୍ବର ମାସ ୧୫ ତାରିଖରେ ଦେଶବାସୀ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ପଞ୍ଚମ ଜନଜାତୀୟ ଗୌରବ ଦିବସ ପାଳନ କରାଗଲା ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ଜନଜାତୀୟ ସମୁଦାୟ ଲୋକଙ୍କ ନେତୃତ୍ୱ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଗଲା । ବିଗତବର୍ଷରେ ସରକାର ଜନଜାତୀୟ ସମାଜର ଗୌରବମୟ ଇତିହାସ ସମ୍ପର୍କରେ ଦେଶବାସୀଙ୍କୁ ପରିଚିତ କରାଇବା ସହ ସଂଗ୍ରହାଳୟର ନିର୍ମାଣ ଏବଂ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି । ଜାତୀୟ ସିକିଲ ସେଲ, ଏନିମିଆ ମୂଳୋତ୍ମାଟନ ମିଶନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ଗୁଡ଼ିକରେ ପ୍ରାୟ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉକ୍ରୃଷ୍ଟ ପ୍ରଦର୍ଶନ କରିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ ଏହିଭଳି ଅଭିଯାନ ଜନଜାତୀୟ ସମ୍ପ୍ରଦାୟର ଐତିହ୍ୟ ଏବଂ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷାରେ ସହାୟକ ହେଉଛି । ଧରତୀଆବା ଜନଜାତୀୟ ଗ୍ରାମ ଉକ୍ରର୍ଷ ଅଭିଯାନ ତଥା ପିଏମ ଜନମନ ଯୋଜନା ମାଧ୍ୟମରେ ପିଭିଟିଜି ସମ୍ପ୍ରଦାୟ ସହିତ ସମସ୍ତ ଜନଜାତୀୟ ସମୂହଙ୍କ ସଶକ୍ତୀକରଣ ହେଉଛି ।
ଆମ ଅନ୍ନଦାତା କୃଷକ, ଆମ ସମାଜ ତଥା ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । କୃଷକଙ୍କ ପରିଶ୍ରମୀ ପିଢ଼ି ଆମ ଦେଶକୁ ଖାଦ୍ୟାନ୍ନରେ ଆତ୍ମନିର୍ଭରଶୀଳ କରିଛନ୍ତି । କୃଷକଙ୍କ ପରିଶ୍ରମ ବଳରେ ହିଁ ଆମେ କୃଷି ଆଧାରିତ ଉତ୍ପାଦଗୁଡ଼ିକର ରପ୍ତାନୀ କରିବାରେ ସଫଳ ହୋଇପାରିଛୁ । ଅନେକ ଚାଷୀ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରୁଛନ୍ତି । ଚାଷୀ ଭାଇଭଉଣୀମାନଙ୍କୁ ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ମିଳୁ, ରିହାତି ସୁଧରେ ଋଣ ମିଳୁ । ପ୍ରଭାବଶାଳୀ ବୀମା ସୁରକ୍ଷା ମିଳୁ । ଚାଷ ପାଇଁ ଭଲ ବିହନ ତଥା ଜଳସେଚନର ସୁବିଧା ମିଳୁ । ଅଧିକ ଉତ୍ପାଦନ ପାଇଁ ସାର ଉପଲବ୍ଧ ହେଉ । ସେମାନଙ୍କୁ ଆଧୁନିକ କୃଷି ପଦ୍ଧତି ସହ ଯୋଡାଯାଉ ତଥା ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯାଉ । ଏହି ସବୁ କ୍ଷେତ୍ରରେ ସରକାର ପ୍ରାଥମିକତା ଦେଉଛନ୍ତି । ପିଏମ୍ କିଷାନ ସମ୍ମାନନିଧି ମାଧ୍ୟମରେ ଚାଷୀ ଭାଇଭଉଣୀଙ୍କ ଯୋଗଦାନକୁ ଗ୍ରହଣ କରାଯାଉଛି ତଥା ସେମାନଙ୍କ ପ୍ରୟାସକୁ ସମ୍ବଳ ପ୍ରଦାନ କରାଯାଉଛି ।
ଦଶନ୍ଧି-ଦଶନ୍ଧିରୁ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା କୋଟି କୋଟି ଦେଶବାସୀଙ୍କୁ ଦାରିଦ୍ର୍ୟ ସୀମାରେଖାଠାରୁ ମୁକ୍ତ କରାଯାଇଛି । ଏହାସହ ସେମାନେ ଆଉଥରେ ଦରିଦ୍ର୍ୟ ନ ହୁଅନ୍ତୁ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଅନ୍ତ୍ୟୋଦୟର ଭାବନାକୁ ରୂପରେଖ ଦେବା ସହ ବିଶ୍ୱର ସବୁଠାରୁ ବଡ଼ ଯୋଜନା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦେ୍ଦଶ୍ୟ ହେଉଛି ୧୪୦ କୋଟିରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଦେଶରେ କେହି ମଧ୍ୟ ଭୋକରେ ନ ରହୁ । ଏହି ଯୋଜନାରେ ପ୍ରାୟ ୮୧ କୋଟି ହିତାଧିକାରୀଙ୍କୁ ସହାୟତା ମିଳୁଛି । ଗରିବ ପରିବାରଙ୍କ ପାଇଁ ବିଜୁଳି, ପାନୀୟ ଜଳ ତଥା ଶୌଚାଳୟର ସୁବିଧା ସହ ୪ କୋଟିରୁ ଅଧିକ ପକ୍କା ଘରର ନିର୍ମାଣ କରାଯାଇଛି । ସେମାନଙ୍କୁ ଗରିମାମୟ ଜୀବନ ବଂଚିବା ତଥା ଆଗକୁ ବଢ଼ିବାର ଆଧାର ପ୍ରଦାନ କରାଯାଇଛି । ଗରିବଙ୍କ କଲ୍ୟାଣ ପାଇଁ କରାଯାଇଥିବା ଏହି ପ୍ରୟାସ ମହାତ୍ମାଗାନ୍ଧୀଙ୍କ ସର୍ବୋଦୟର ଆଦର୍ଶକୁ ରୂପରେଖ ପ୍ରଦାନ କରୁଛନ୍ତି ।
ବିଶ୍ୱର ସବୁଠାରୁ ବଡ଼ ଯୁବ ଜନସଂଖ୍ୟା ଆଧାରିତ ଆମ ଦେଶ । ଗର୍ବର କଥା ହେଲା ଆମ ଯୁବପିଢ଼ିଙ୍କ ମଧ୍ୟରେ ଅସୀମ ପ୍ରତିଭା ରହିଛି । ଆମ ଯୁବ ଉଦ୍ୟମୀ, ଖେଳାଳି, ବୈଜ୍ଞାନିକ ଏବଂ ବୃତ୍ତିଗତ ଭାବେ ଦେଶରେ ନୂତନ ଶକ୍ତିର ସଂଚାର କରୁଛନ୍ତି ତଥା ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଆଜି ବହୁସଂଖ୍ୟାରେ ଆମ ଦେଶର ଯୁବକ ସ୍ୱରୋଜଗାର ଅଥବା ଆତ୍ମନିର୍ଭରଶୀଳ ହୋଇ ପ୍ରଭାବଶାଳୀ ଉଦାହରଣ ସୃଷ୍ଟି କରୁଛନ୍ତି । ଆମ ଯୁବପିଢ଼ି ହିଁ ଆମ ରାଷ୍ଟ୍ରର ବିକାଶଯାତ୍ରାର ଧ୍ୱଜାବାହକ ।
ମୋ ଯୁବ ଭାରତ ତଥା ‘ମାଇ ଭାରତ’ ଟେକ୍ନୋଲୋଜୀର ସାହାଯ୍ୟରେ ସଂଚାଳିତ ଏକ ଅନୁଭୂତି ଆଧାରିତ ଶିକ୍ଷା ବ୍ୟବସ୍ଥା ଅଟେ । ଏହା ଯୁବପିଢ଼ିଙ୍କ ନେତୃତ୍ୱ ଓ ଦକ୍ଷତା ବିକାଶ ସହିତ ଅନେକ କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସାଙ୍ଗରେ ଯୋଡି ହୋଇଥାଏ । ଆମ ଦେଶରେ ଷ୍ଟାର୍ଟଅପ୍ର ପ୍ରଭାବଶାଳୀ ସଫଳତାର ମୁଖ୍ୟ ଶ୍ରେୟ ଆମ ଯୁବ ଉଦ୍ୟୋଗୀଙ୍କୁ ହିଁ ଦିଆଯିବା ଆବଶ୍ୟକ । ଯୁବପିଢ଼ିଙ୍କ ଆକାଂକ୍ଷା ସହ କେନ୍ଦ୍ରୀତ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକ ଫଳରେ ଦେଶର ବିକାଶ ହେବ । ମତେ ବିଶ୍ୱାସ ଅଛି ଯେ, ୨୦୪୭ ମସିହା ପର୍ଯ୍ୟନ୍ତ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ପ୍ରମୁଖ ଭୂମିକା ରହିବ ।
ପି୍ରୟ ଦେଶବାସୀ,
ଭାରତ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ଆଗେଇ ଚାଲିଥିବା ଅର୍ଥବ୍ୟବସ୍ଥା । ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତରେ ନିରନ୍ତର ଭାବେ ଆର୍ଥିକ ବିକାଶ ହେଉଛି । ଆମେ ଆଗାମୀ ଭବିଷ୍ୟତରେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଲକ୍ଷ୍ୟକୁ ପ୍ରାପ୍ତ କରିବା ଦିଗରେ ଆଗେଇ ଚାଲିଛେ ।
ବିଶ୍ୱସ୍ତରୀୟ ଭିତ୍ତିଭୂମିର ନିର୍ମାଣରେ ନିବେଶ ସହ ଆମେ ନିଜ ଆର୍ଥିକ ବ୍ୟବସ୍ଥା ତଥା ଉଚ୍ଚସ୍ତରର ପୁନଃନିର୍ମାଣ କରିବାରେ ସକ୍ଷମ ହୋଇଛେ । ଆର୍ଥିକ ନିୟତିର ନିର୍ମାଣଯାତ୍ରାରେ ଆତ୍ମନିର୍ଭରତା ଏବଂ ସ୍ୱଦେଶୀ ଆମ ମୂଳମନ୍ତ୍ର । ସ୍ୱାଧୀନତା ପରେ ଦେଶର ଆର୍ଥିକ ଏକକୀକରଣ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ, ଜିଏସ୍ଟି ଲାଗୁ କରିବା ଫଳରେ ୱାନ୍ ନେସନ୍-ୱାନ୍ ମାର୍କେଟର ବ୍ୟବସ୍ଥା ସ୍ଥାପିତ ହୋଇଛି । ଜିଏସ୍ଟି ବ୍ୟବସ୍ତାକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଆମ ଅର୍ଥବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ । ଶ୍ରମସୁଧାର କ୍ଷେତ୍ରରେ ୪ଟି ଲେବରକୋଡ୍ସ୍ ଜାରି କରାଯାଇଛି । ଏହାଦ୍ୱାରା ଆମ ଶ୍ରମିକ ଭାଇ-ଭଉଣୀମାନେ ଲାଭାନ୍ୱିତ ହେବେ ତଥା ଉଦ୍ୟୋଗୀମାନଙ୍କ ବିକାଶ ହେବ ।
ପି୍ରୟ ଦେଶବାସୀ
ପ୍ରାଚୀନ କାଳରୁ ପୂରା ମାନବିକତା ଆମ ସଭ୍ୟତା, ସଂସ୍କୃତି ତଥା ଆଧ୍ୟାତ୍ମିକ ପରମ୍ପରାରୁ ଲାଭାନ୍ୱିତ ହୋଇଆସୁଛି । ଆୟୁର୍ବେଦ, ଯୋଗ ତଥା ପ୍ରାଣାୟାମକୁ ବିଶ୍ୱ ସମୁଦାୟ ପ୍ରଶଂସା କରିବା ସହ ଆପଣାଇଛନ୍ତି । ଅନେକ ମହାନ ବ୍ୟକ୍ତି ଆମ ଆଧ୍ୟାତ୍ମିକ ଏବଂ ସାମାଜିକ ଏକତାର ଧାରାକୁ ଅନବରତ ଭାବେ ପ୍ରବାହ ଦେଇଛନ୍ତି । କେରଳରେ ଜନ୍ମିତ ମହାନ କବି ସମାଜ ସୁଧାରକ ଓ ଆଧ୍ୟାତ୍ମିକ ବିଭୂତିଶ୍ରୀ ନାରାୟଣଗୁରୁଙ୍କ ଅନୁସାରେ, ସେଇ ସ୍ଥାନକୁ ଆଦର୍ଶ ମାନିବା କଥା ଯେଉଁ ସ୍ଥାନରେ ଜାତି ଏବଂ ପନ୍ଥର ଭେଦଭାବରୁ ମୁକ୍ତ ହୋଇ ସମସ୍ତେ ବନ୍ଧୁତ୍ୱ ଭାବ ସହ ସହାବସ୍ଥାନ କରନ୍ତି । ମୁଁ ଶ୍ରୀନାରାୟଣଗୁରୁଙ୍କ ଏହି ବିଚାରକୁ ତାଙ୍କ ଭାଷାରେ ଆବୃତ୍ତି କରିବାର ପ୍ରୟାସ କରୁଛି ।
ଜାତିଭେଦମ୍ ମତଦ୍ୱେଷମ୍, ଏଦୁଂ ଇଲାଦେ ସର୍ବରୁମ୍
ଶୋଦ୍ରତ୍ୱେନ୍ ୱାଡୁନ୍, ମାତୃକା ସ୍ଥାନମାନିତ୍
ଏହା ଗର୍ବର କଥା ଯେ, ଆଜି ଭାରତ ନୂତନ ଆତ୍ମବିଶ୍ୱାସର ସହ ନିଜ ଗୌରବଶାଳୀ ପରମ୍ପରା ପ୍ରତି ସଚେତନ ହୋଇ ଆଗେଇ ଚାଲିଛି । ବିଗତ ବର୍ଷରେ ଆମ ଆଧ୍ୟାତ୍ମିକ ପରମ୍ପରାର ପବିତ୍ର ସ୍ଥଳଗୁଡ଼ିକୁ ଜନଚେତନା ସହ ଯୋଡାଯାଇଛି ।
ବିଗତ ସମୟରେ, ଗୁଲାମୀ ମାନସିକତାର ଅବଶେଷରୁ ମୁକ୍ତ ହୋଇ ସମୟବଦ୍ଧ ହେବାର ସଂକଳ୍ପ ନିଆଗଲା । ଭାରତୀୟ ଜ୍ଞାନ ପରମ୍ପରାରେ ଦର୍ଶନ, ଚିକିତ୍ସା, ଭୂତତ୍ତ୍ୱବିଜ୍ଞାନ, ଗଣିତ, ସାହିତ୍ୟ ତଥା କଳାର ମହାନ ଐତିହ୍ୟ ଉପଲବ୍ଧ ରହିଛି । ଏହା ଗର୍ବର କଥା ଯେ, ଜ୍ଞାନ ଭାରତମ୍ ମିଶନ ଭଳି ପ୍ରୟାସରେ ଭାରତୀୟ ପରମ୍ପରାରେ ଉପଲବ୍ଧ ନବସୃଜନକୁ ସଂରକ୍ଷିତ ରଖାଯିବା ସହ ପ୍ରସାରିତ କରାଯାଉଛି । ଏହି ମିଶନ ଭାରତର ଲକ୍ଷ ଲକ୍ଷ ଅମୂଲ୍ୟ ପାଣ୍ଡୁଲିପିଗୁଡ଼ିକୁ ସଂଚିତ କରି ଆଧୁନିକ ସନ୍ଦର୍ଭରେ ଆଗକୁ ବଢ଼ାଇବ । ଭାରତୀୟ ଭାଷା ତଥା ଭାରତୀୟ ଜ୍ଞାନ ପରମ୍ପରାକୁ ପ୍ରାଥମିକତା ଦେବା ସହ ଆମେ ଆତ୍ମନିର୍ଭରତାର ପ୍ରୟାସକୁ ସାଂସ୍କୃତିକ ଆଧାର ପ୍ରଦାନ କରାଯାଉଛି ।
ଭାରତର ସମ୍ବିଧାନ ବର୍ତ୍ତମାନ ଅଷ୍ଟମ ଅନୁସୂଚୀରେ ସାମିଲ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ । ସମ୍ବିଧାନକୁ ଭାରତୀୟ ଭାଷାରେ ପଢ଼ିବା ଓ ଜାଣିବା ଫଳରେ ଦେଶବାସୀଙ୍କ ମଧ୍ୟରେ ସାମ୍ବିଧାନିକ ଜାତୀୟତାର ପ୍ରସାର ହେବା ସହ ଆତ୍ମଗୌରବର ଭାବନା ସୁଦୃଢ଼ ହେବ ।
ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ପରସ୍ପର ବିଶ୍ୱାସରେ ଆଧାରିତ ସୁଶାସନ ଉପରେ ଗୁରୁତ୍ୱ ଦିଆଯାଉଛି । ଅନେକ ଅନାବଶ୍ୟକ ନିୟମଗୁଡ଼ିକୁ ନିରସ୍ତ୍ର କରାଯାଉଛି ତଥା ଜନତାଙ୍କ ହିତ ପାଇଁ ବ୍ୟବସ୍ଥାଗୁଡ଼ିକର ସରଳୀକରଣ କରାଯାଉଛି । ଟେକ୍ନୋଲୋଜୀ ମାଧ୍ୟମରେ ହିତାଧିକାରୀମାନଙ୍କୁ ସୁବିଧା ସହ ସିଧାସଳଖ ଭାବେ ଯୋଡାଯାଉଛି । ଦୈନ୍ୟନ୍ଦିନ ଜୀବନକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦିଆଯାଉଛି ।
ଗତ ଦଶନ୍ଧିରେ ଜାତୀୟ ଲକ୍ଷ୍ୟକୁ ଜନଭାଗୀଦାରି ମାଧ୍ୟମରେ ପ୍ରାପ୍ତ କରିବାର ପ୍ରୟାସ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଜାତୀୟ ଅଭିଯାନଗୁଡ଼ିକୁ ଜନଆନେ୍ଦାଳନରେ ପରିଣତ କରାଯାଇଛି । ଗାଁ-ଗାଁରେ ନଗର-ନଗରରେ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ପ୍ରଗତିଶୀଳ ପରିବର୍ତ୍ତନ ମାଧ୍ୟମରେ ଗଠନ କରାଯାଇଛି । ବିକଶିତ ଭାରତ ନିର୍ମାଣ, ସବୁଦେଶବାସୀଙ୍କ ମିଳିତ ଦାୟିତ୍ୱ । ସମାଜରେ ଅସୀମ ଶକ୍ତି ଭରି ରହିଥାଏ । ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସକୁ ସମାଜର ସକି୍ରୟ ସମର୍ଥନ ମିଳିବା ଦ୍ୱାରା ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥାଏ । ଉଦାହରଣସ୍ୱରୂପ ଆମ ଦେଶବାସୀ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ବଡ଼ ସ୍ତରରେ ଆପଣେଇଛନ୍ତି । ଆଜି ବିଶ୍ୱର ଅଧାରୁ ଅଧିକ ଡିଜିଟାଲ ନେଣଦେଣ ଭାରତରେ ହେଉଛି । ଛୋଟରୁ ଛୋଟ ଦୋକାନରେ ମଧ୍ୟ ଜିନିଷ କିଣିବା ତଥା ଅଟୋ ରିକ୍ସାର ଭଡା ଦେବା ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମର ବ୍ୟବହାର ବିଶ୍ୱ ସମୁଦାୟ ପାଇଁ ପ୍ରଭାବଶାଳୀ ଉଦାହରଣ ସୃଷ୍ଟି କରିଛି । ମୁଁ ଆଶା କରୁଛି, ଏହିଭଳି ଅନ୍ୟ ଜାତୀୟ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ସବୁ ଦେଶବାସୀ ସକି୍ରୟ ଭାଗୀଦାରି ଗ୍ରହଣ କରିବେ ।
ପି୍ରୟ ଦେଶବାସୀ
ଗତବର୍ଷ ଆମ ଦେଶ ଅପରେସନ୍ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାସ୍ଥଳିଗୁଡ଼ିକୁ ଧ୍ୱଂସ କରିଥିଲା । ଏଥିରେ ଆତଙ୍କର ଅନେକ ଠିକଣା ଧ୍ୱଂସ କରିବା ସହ ବହୁ ଆତଙ୍କବାଦୀମାନଙ୍କୁ କ୍ଷତି ପହଞ୍ଚାଯାଇଥିଲା । ସୁରକ୍ଷା କ୍ଷେତ୍ରରେ ଆମ ଆତ୍ମନିର୍ଭରଶୀଳତା ଲାଗି ଅପରେସନ ସିନ୍ଦୂରର ଐତିହାସିକ ସଫଳତାକୁ ଶକ୍ତି ମିଳିଥିଲା ।
ସିଆଚେନ୍ ବେସ୍କ୍ୟାମ୍ପ ପହଞ୍ଚି ମୁଁ ସାହସୀ ସୈନିକଙ୍କୁ ଅତ୍ୟନ୍ତ ବିଷମ ପରିସ୍ଥିତିରେ ବି ଦେଶ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣଭାବରେ ତତ୍ପର ତଥା ଉତ୍ସାହିତ ଥିବା ଦେଖିବାକୁ ପାଇଲି । ଭାରତୀୟ ବାୟୁସେନାର ବିମାନ ସୁଖୋଇ ଓ ରାଫେଲ ଚଳାଇବାର ସୁଯୋଗ ମତେ ମିଳିଥିଲା । ମୁଁ ବାୟୁସେନାର ଯୁଦ୍ଧକୌଶଳ ସହ ଅବଗତ ହେଲି । ମୁଁ ଭାରତୀୟ ନୌସେନାର ସ୍ୱଦେଶରେ ନିର୍ମିତ ବିମାନବାହକ ପୋତ ଆଇଏନ୍ଏସ୍ ବିକ୍ରାନ୍ତର ଅସାଧାରଣ କ୍ଷମତା ମଧ୍ୟ ଦେଖିଲି । ମୁଁ ନୌସେନାର ବୁଡାଜାହାଜ ଆଇଏନ୍ଏସ୍ ବାଘଶୀରରେ ସମୁଦ୍ରର ଭିତରକୁ ଗଲି । ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଶକ୍ତିର ଆଧାରରେ ଆମ ସୁରକ୍ଷା ଓ କ୍ଷମତା ଉପରେ ଦେଶବାସୀଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।
ପି୍ରୟ ଦେଶବାସୀ,
ପରିବେଶ ସଂରକ୍ଷଣ ଆଜି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତା ସାଜିଛି । ମତେ ଗର୍ବ ହୁଏ ଯେ, ପରିବେଶ ସହ ଜଡିତ ଅନେକ କ୍ଷେତ୍ରରେ ଭାରତ ବିଶ୍ୱ ସମୁଦାୟର ମାର୍ଗଦର୍ଶନ କରିଛି । ପ୍ରକୃତି ସହ ସମନ୍ୱିତ ଜୀବନଶୈଳୀ ଭାରତର ସାଂସ୍କୃତିକ ପରମ୍ପରାର ଅଂଶବିଶେଷ । ଏହି ଜୀବନଶୈଳୀ ବିଶ୍ୱ ସମୁଦାୟକୁ ଦିଆଯାଇଥିବା ଆମ ସନେ୍ଦଶ ଲାଇଭ୍ଷ୍ଟାଇଲ୍ ଫର ଏନ୍ଭାରମେଣ୍ଟ । ଅର୍ଥାତ୍ ଲାଇଫ୍ ଆଧାରିତ । ଆମେ ଏଭଳି ପ୍ରୟାସ କରିବା ଯେଉଁଥିରେ ଆଗାମୀ ପିଢ଼ି ପାଇଁ ଧରିତ୍ରୀମାତାଙ୍କ ଅମୂଲ୍ୟ ସମ୍ବଳ ଉପଲବ୍ଧ ରହୁ ।
ଆମ ପରମ୍ପରାରେ ସମସ୍ତ ସୃଷ୍ଟିରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରାଥନା କରାଯାଏ । ପୂରା ବିଶ୍ୱରେ ଶାନ୍ତିପୂର୍ଣ୍ଣ ବ୍ୟବସ୍ଥା ସ୍ଥାପିତ ହେବା ଫଳରେ ମାନବିକତାର ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ବିଶ୍ୱର ଅନେକ କ୍ଷେତ୍ରରେ ବ୍ୟାପ୍ତ ଅଶାନ୍ତିର ବାତାବରଣରେ ଭାରତ ପକ୍ଷରୁ ବିଶ୍ୱ ଶାନ୍ତିର ସନେ୍ଦଶ ପ୍ରସାରିତ କରାଯାଉଛି ।
ପି୍ରୟ ଦେଶବାସୀ,
ଏହା ଆମର ସୌଭାଗ୍ୟ ଯେ, ଆମେ ଭାରତ ଭୂମିର ନିବାସୀ । ଆମ ଜନନୀ ଜନ୍ମଭୂମି ପାଇଁ କବି ଗୁରୁ ରବୀନ୍ଦ୍ର ନାଥ ଠାକୁର କହିଥିଲେ, ଓ ଆମାର ଦେଶେର ମାଟି, ତୋମାର ପୋରେ ଠେକାଇ ମାଥା ।
ଅର୍ଥାତ୍ ଏ ମୋ ଦେଶର ମାଟି, ମୁଁ ତୁମ ଚରଣରେ ନିଜ ମସ୍ତକ ନୁଆଁଉଛି ।
ମୁଁ ଆଶା କରୁଛି ଯେ, ଗଣତନ୍ତ୍ର ଦିବସ ଦେଶଭକ୍ତିର ଏହି ପ୍ରବଳ ଭାବନାକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପର ସୁଯୋଗ ପ୍ରଦାନ କରିଥାଏ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ରାଷ୍ଟ୍ର ପ୍ରଥମର ଭାବନା ସହ କାର୍ଯ୍ୟ କରିବା ତଥା ନିଜ ଗଣତନ୍ତ୍ରକୁ ଆହୁରି ଗୌରବଶାଳୀ କରିବା ପାଇଁ ପ୍ରୟାସ କରିବା ।
ମୁଁ ଆଉଥରେ ଆପଣ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମତେ ଦୃଢ଼ ବିଶ୍ୱାସ ଯେ, ଆପଣଙ୍କ ଜୀବନ ସୁଖ, ଶାନ୍ତି, ସୁରକ୍ଷା ଓ ସୌହାର୍ଦ୍ଦ୍ୟରେ ପରିପୂର୍ଣ୍ଣ ହେବ । ମୁଁ ଆପଣ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମଙ୍ଗଳ କାମନା କରୁଛି ।
ଧନ୍ୟବାଦ ।
ଜୟହିନ୍ଦ୍
ଜୟ ଭାରତ
(रिलीज़ आईडी: 2218686)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
Tamil
,
Malayalam
,
Assamese
,
English
,
Khasi
,
Urdu
,
Marathi
,
हिन्दी
,
Bengali
,
Punjabi
,
Gujarati
,
Kannada