ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 14 JUL 2023 10:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ରେ ଫ୍ରାନ୍ସର ଏକ ବିଳାସପୂର୍ଣ୍ଣ ଫ୍ୟାଶନ ହାଉସ ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କୁ ପ୍ୟାରିସରେ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନାୟାରଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶର ସୁଯୋଗ ଏବଂ ସହଯୋଗ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ହସ୍ତଶିଳ୍ପ, ଖଦିର ପ୍ରସାର ଏବଂ ଭାରତରେ କାରିଗରଙ୍କ ଦକ୍ଷତା ବିକାଶ ପାଇଁ ଉପାୟ ଉପରେ ଆଲୋଚନା କରିଥିଲେ ।

SR


(Release ID: 1939691) Visitor Counter : 96