ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁମ୍ବାଇର ମଲାଡ ୱେଷ୍ଟରେ ଏକ କୋଠା ଭୁଶୁଡି ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 10 JUN 2021 2:36PM by PIB Bhubaneswar

 

ମୁମ୍ବାଇର ମଲାଡ ୱେଷ୍ଟରେ ଏକ କୋଠା ଭୁଶୁଡି ଦୁର୍ଘଟଣାର ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି:

“ମୁମ୍ବାଇର ମଲାଡ ୱେଷ୍ଟରେ ଏକ କୋଠା ଭୁଶୁଡି ଦୁର୍ଘଟଣାରେ ଜୀବନହାନି ନେଇ ମୁଁ ମର୍ମାହତ । ଏହି ଦୁଃଖଦ ମୁହୂର୍ତ୍ତରେ, ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ଏହି  ଦୁର୍ଘଟଣାରେ ଜୀବନ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ଗୁରୁତର ଭାବେ ଆହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ 50 ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି ।

 


**********

TRP/


(रिलीज़ आईडी: 1726006) आगंतुक पटल : 230
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam