ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡ. ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ ସହ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତିର ପୁନଃନାମକରଣ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2020 7:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 13, ପୂର୍ବାହ୍ନ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଡ. ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବେ ଏବଂ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତିର ପୁନଃନାମକରଣ ‘ଲୋକନେତେ ଡ. ବାଲାସାହେବ ଭିଖେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତି’ ଭାବେ କରିବେ।

ଡ. ବାଲାସାହେବ ଭିଖେ ପାଟିଲ ଏକାଧିକ ବାର ଲୋକସଭାର ସଦସ୍ୟ ଭାବେ କର୍ତ୍ତବ୍ୟ ସମ୍ପାଦନ କରିସାରିଛନ୍ତି। ତାଙ୍କର ଆତ୍ମଜୀବନୀର ଶୀର୍ଷକ ରହିଛି ‘ଦେହ ୱିଚ୍ୱେ କରନୀ’ ଯାହାର ଅର୍ଥ ‘ମହତର କାର୍ଯ୍ୟ ନିମନ୍ତେ ଜୀବନକୁ ଉତ୍ସର୍ଗ କରିବା’ କୃଷି ଏବଂ ସମବାୟ ସମେତ ବିଭିନ୍ନ କ୍ଷେତ୍ର ସେ ନିଜ ଜୀବନକୁ ସମାଜ ସେବା ନିମନ୍ତେ ଉତ୍ସର୍ଗ କରିଥିବାରୁ ଆତ୍ମଜୀବନୀର ନାମ ଏପରି ରଖାଯାଇଛି।

ଗ୍ରାମୀଣ ଜନସାଧାରଣଙ୍କୁ ବିଶ୍ଵସ୍ତରୀୟ ଶିକ୍ଷା ପ୍ରଦାନ କରିବା ଏବଂ ବାଳିକାଙ୍କ ସଶକ୍ତିକରଣ ଲକ୍ଷ୍ୟ ନେଇ ଅହମଦନଗର ଜିଲ୍ଲାର ଲୋନି ଠାରେ 1964 ମସିହାରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତି ସ୍ଥାପନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶାରୀରିକ ଓ ମାନସିକ ବିକାଶର ମୂଳ ଲକ୍ଷ୍ୟ ନେଇ ଏହି ସମିତି ବର୍ତ୍ତମାନ ସେବାରତ ରହିଛି।

 

***********


(ରିଲିଜ ଆଡି: 1663837) ପରିଦର୍ଶକ କାଉଣ୍ଟର : 239