କ୍ୟାବିନେଟ

କୋଲକାତା ପୋର୍ଟ ଟ୍ରଷ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ଭାବେ ନାମକରଣକୁ କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 03 JUN 2020 5:13PM by PIB Bhubaneshwar

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ଏହାର ନୂତନ ନାମ ହେବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ଵ ଥିଲେ ସେ ଏକାଧାରରେ ଜଣେ ବିଖ୍ୟାତ ଶିକ୍ଷାବିତ, ଆଇନଜ୍ଞ, ଦାର୍ଶନିକ ଓ ନେତା ଥିଲେ । ଭାରତର ବିକାଶରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ଥିଲା ଓ ଜାତୀୟ ସଂହତିକୁ ସୁଦୃଢ କରିବା ଲାଗି ସେ ସଦା ପ୍ରୟାସରତ ଥିଲେ । ଏହାକୁ ଦୃଷ୍ଟିରେ ରଖି କୋଲକାତା ପୋର୍ଟ ଟ୍ରଷ୍ଟ ଫେବୃଆରୀ 25, 2020 ରେ ଅନୁଷ୍ଠିତ ଏହାର ଟ୍ରଷ୍ଟି ବୋର୍ଡ ବୈଠକରେ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି  ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ କରିବା ପାଇଁ ସହମତି ପତ୍ର ପ୍ରକାଶ କରିଥିଲା

*********


(ରିଲିଜ ଆଡି: 1629085) ପରିଦର୍ଶକ କାଉଣ୍ଟର : 345