ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 18 APR 2020 6:19PM by PIB Bhubaneshwar

ଦେଶରେ କୋଭିଡ-19 ସଂକ୍ରମଣର ନିରାକରଣ, ପ୍ରତିରୋଧ ଏବଂ ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ସଠିକ ଢଙ୍ଗରେ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଥିବା କାରଣରୁ 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 47ଟି ଜିଲ୍ଲାରେ ଭଲ ଫଳାଫଳ ଆସିଛି। ଗତ 28 ଦିନ ମଧ୍ୟରେ କର୍ଣ୍ଣାଟକର କୋଡାଗ୍ଗୁ ଏବଂ ପୁଡୁଚେରୀର ମାହେ ଜିଲ୍ଲା କୌଣସି ଗୋଟିଏ ହେଲେ କୋଭିଡ ସଂକ୍ରମିତ ମାମଲା ଚିହ୍ନଟ ହୋଇନଥିବା ଜିଲ୍ଲା ତାଲିକାରେ ନୂଆ ଜିଲ୍ଲା ଭାବେ ସ୍ଥାନ ପାଇଛି। 12ଟି ରାଜ୍ୟର 22ଟି ଜିଲ୍ଲାରେ ଗତ 14 ଦିନ ମଧ୍ୟରେ କେହି ଜଣେ ହେଲେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଏସବୁ ଜିଲ୍ଲା ମଧ୍ୟରେ ରହିଛି

ବିହାରର ଲଖିସରାଇ, ଗୋପାଳ ଗଞ୍ଜ, ଭାଗଲପୁର

ରାଜସ୍ଥାନର ଧୋଲପୁର ଓ ଉଦୟପୁର

ଜମ୍ମୁ ଓ କଶ୍ମୀରର ପୁଲୱାମା

ମଣିପୁରୁ ଥୋଉବାଲ

କର୍ଣ୍ଣାଟକର ଚିତ୍ରଦୁର୍ଗ

ପଞ୍ଜାମର ହୋଶିଆରପୁର

ହରିୟାଣାର ରୋହତକ ଏବଂ ଚରଖି ଦାଦରି

ଅରୁଣାଚଳ ପ୍ରଦେଶର ଲୋହିତ

ଓଡ଼ିଶାର ଭଦ୍ରକ, ପୁରୀ

ଆସାମର କରିମଗଞ୍ଜ, ଗୋଲଘାଟା, କାମରୁମ ଗ୍ରାମାଞ୍ଚଳ, ନାଲବାରୀ ଏବଂ ଦକ୍ଷିଣ ସାଲମାରା

ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଓ କାଲିମପଙ୍ଗ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା

ବର୍ତ୍ତମାନସୁଦ୍ଧା କୋଭିଡ-19 ମୃତ୍ୟୁହାର 3.3 ପ୍ରତିଶତ ରହିଛି। ତଥ୍ୟର ଗଭୀର ବିଶ୍ଲେଷଣ କରାଯିବା ପରେ ମୃତକଙ୍କ ସମ୍ପର୍କରେ ନିମ୍ନୋକ୍ତ  ତଥ୍ୟ ପଦାକୁ ଆସିଛି:

14.4% ଲୋକଙ୍କ ବୟସ 0-45 ବର୍ଷ ମଧ୍ୟରେ

10.3% ଲୋକଙ୍କ ବୟସ 45 -60 ବର୍ଷ ମଧ୍ୟରେ

33.1% ଲୋକଙ୍କ ବୟସ 60-75 ବର୍ଷ ମଧ୍ୟରେ

42.2% ଲୋକଙ୍କ ବୟସ 75 ବର୍ଷରୁ ଊର୍ଦ୍ଧ୍ଵ ବୋଲି ଜଣାଯାଇଛି।

ତଥ୍ୟରୁ ଜଣାଯାଇଛି ମୃତକଙ୍କ ମଧ୍ୟରୁ  75.3% ଲୋକଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଆହୁରି  83% ମୃତ୍ୟୁ ମାମଲାରେ ମୃତକଙ୍କର କୌଣସି ଜଟିଳ ସ୍ଵାସ୍ଥ୍ୟ ସମସ୍ୟା ରହିଛି। ଏହା ଦର୍ଶାଉଛି ଯେ ବୟସ୍କ ଏବଂ ଅସୁସ୍ଥଙ୍କ ପ୍ରତି ବିପଦ ଅଧିକ ରହିଛି।

ବିଶ୍ବ ବ୍ୟାପୀ ପରୀକ୍ଷଣ ପଦ୍ଧତି ସମୀକ୍ଷା କରିବା ପରେ ଆଇସିଏମଆରର ଜାତୀୟ ଟାସ୍କଫୋର୍ସ ସମସ୍ତ ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛି। ଏହି ଗାଇଡଲାଇନର ବିବରଣୀ :

https://www.mohfw.gov.in/pdf/ProtocolRapidAntibodytest.pdf

ରେ ଉପଲବ୍ଧ ରହିଛି।

ଏହା ବ୍ୟତୀତ ରାପିଡ ଟେଷ୍ଟ (ବ୍ୟାପକ ପରୀକ୍ଷଣ) ଆରମ୍ଭ କରିବା ପୂର୍ବରୁ କୋଭିଡ-19 ଉପରେ ଆଇସିଏମଆରର ୱେବସାଇଟ୍ (covid19cc.nic.in/ICMR)ରେ ଯେକୌଣସି ତଥ୍ୟ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି।

 ଦେଶରେ ବର୍ତ୍ତମାନ ସୁଦ୍ଧା 14,378 ଜଣ କୋଭିଡ-19 ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 1992 ଜଣ ଅର୍ଥାତ ମୋଟ ସଂଖ୍ୟାର 13.82 % ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

*************

 



(Release ID: 1615852) Visitor Counter : 216