ପୋଷ୍ଟ କରାଯିବା ଦିନାଙ୍କ:
18 NOV 2026 9:38AM by PIB Bhubaneswar
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ୨୦ ନଭେମ୍ବର ୨୦୨୬ ଦିନ ଭୋପାଳସ୍ଥିତ ଆଇସିଏସଆର -ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଆଇସିଏସଆର-ନିଷାଦ) ଠାରେ କୁକୁଡ଼ାମାନଙ୍କ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଏଚ୫ଏନ୧ ଟିକା ଦେଶବାସୀଙ୍କୁ ଉତ୍ସର୍ଗ କରିବେ। ଏହି କ୍ଲେଡ୍ ୨.୩.୨.୧ଏ ଟିକାକୁ ବାୟୁ ବାହିତ ବହୁଳ ସଂକ୍ରମିତ ଇନଫ୍ଲୁଏଞ୍ଜା ସୃଷ୍ଟିକାରୀ(HPAI) ବିରୋଧୀ ଟିକା ଭାବେ ବିକଶିତ କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ଭୋପାଳସ୍ଥିତ ଆଇସିଏସଆର- ନିଷାଦ ଦ୍ୱାରା ପ୍ରସ୍ତୁତ ଏହି ଏଚ୫ଏନ୧ ଟିକା ଏଚପିଏଆଇ ଭୂତାଣୁ ବିରୁଦ୍ଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।
ହାଇଲି ପାଥୋଜେନିକ୍ ଏଭିଆନ୍ ଇନଫ୍ଲୁଏଞ୍ଜା (HPAI)ବା ବାୟୁ ବାହିତ ବହୁଳ ସଂକ୍ରମିତ ଇନଫ୍ଲୁଏଞ୍ଜା, ଯାହା ସାଧାରଣତଃ ବାର୍ଡ ଫ୍ଲୁ ଭାବରେ ଜଣାଶୁଣା, କୁକୁଡ଼ାମାନଙ୍କୁ ପ୍ରଭାବିତ କରୁଥିବା ଏକ ଗମ୍ଭୀର ରୋଗ ଅଟେ। ଏହି ରୋଗ ବ୍ୟାପିବା ଦ୍ୱାରା ସଂକ୍ରମିତ ପକ୍ଷୀମାନଙ୍କ ମଧ୍ୟରେ ପ୍ରାୟ ୧୦୦ ପ୍ରତିଶତ ମୃତ୍ୟୁହାର ଦେଖାଦେଇଥାଏ, ଯାହା ଫଳରେ ବ୍ୟାପକ ସଂଖ୍ୟାରେ ପକ୍ଷୀଙ୍କୁ ମାରିବା (କଲିଂ) ଏବଂ ବାଣିଜ୍ୟ ଉପରେ କଟକଣା ଲାଗିବା ଯୋଗୁଁ କୁକୁଡ଼ା ଚାଷୀମାନେ ବଡ଼ ଧରଣର ଆର୍ଥିକ କ୍ଷତି ସହିଥାନ୍ତି। ଏହାର ପ୍ରଭାବ କେବଳ କୁକୁଡ଼ା ଫାର୍ମ ମଧ୍ୟରେ ସୀମିତ ନୁହେଁ; ଏହା ବିଶ୍ୱ ବାଣିଜ୍ୟ, କୁକୁଡ଼ା ଜାତୀୟ ସାମଗ୍ରୀର ମୂଲ୍ୟ ଏବଂ ଚାଷୀଙ୍କ ଜୀବିକାକୁ ମଧ୍ୟ ପ୍ରଭାବିତ କରିପାରେ। ୨୦୦୬ ମସିହାରେ ଭାରତରେ ଏହି ରୋଗ ପ୍ରଥମେ ଚିହ୍ନଟ ହେବା ପରଠାରୁ, ଦେଶରେ ଏଚ୫ଏନ୧ ଏବଂ ଏଚ୫ଏନ୮ ଉପପ୍ରକାରର ମିଳିତ ଭାବେ ୫୦୦ରୁ ଅଧିକ ସଂକ୍ରମଣ ଘଟଣା ରିପୋର୍ଟ ହୋଇଛି।
ବାର୍ଡ ଫ୍ଲୁର ଏକ ବଡ଼ ଧରଣର ପ୍ରାଦୁର୍ଭାବ ଭାରତର ଜିଡିପି ଅଭିବୃଦ୍ଧିକୁ ୧.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ଏବଂ ଯଦି ଏହି ରୋଗ ଅନିୟନ୍ତ୍ରିତ ଭାବରେ ବ୍ୟାପେ, ତେବେ ଦେଶର ୨୦ ପ୍ରତିଶତରୁ ଅଧିକ କୁକୁଡ଼ା ସଂଖ୍ୟା ବିପଦରେ ପଡ଼ିପାରନ୍ତି। ୨୦୦୬ ମସିହାର ବାର୍ଡ ଫ୍ଲୁ ପ୍ରାଦୁର୍ଭାବ ଯୋଗୁଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଆନୁମାନିକ ୨,୨୦୦ ରୁ ୩,୦୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ମଣିପୁରରେ ହୋଇଥିବା ଏକ ପ୍ରାଦୁର୍ଭାବ ଯୋଗୁଁ ମଧ୍ୟ ରାଜ୍ୟର ଜିଡିପିର ୦.୫ ପ୍ରତିଶତ ସହ ସମାନ କ୍ଷତି ହୋଇଥିଲା। ଏହି ରୋଗ ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୦୩ ମସିହାଠାରୁ ଭାରତ ସମେତ ୨୫ଟି ଦେଶରେ ଏଚ୫ଏନ୧ ପକ୍ଷୀ ଇନ୍ଫ୍ଲୁଏଞ୍ଜାର ୧,୦୦୩ଟି ମାନବ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ୪୭୯ ଜଣଙ୍କର ମୃତ୍ୟୁ ଘଟିଛି।
ଭୂତାଣୁ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ କ୍ଲେଡ୍ ୨.୩.୨.୧ଏ ନାମକ H୫N୧ ଷ୍ଟ୍ରେନ୍ କୁକୁଡ଼ାମାନଙ୍କ ମଧ୍ୟରେ ଅଧିକାଂଶ ବାର୍ଡ ଫ୍ଲୁ ପ୍ରାଦୁର୍ଭାବ ପାଇଁ ଦାୟୀ। ନିକଟ ଅତୀତରେ, ସ୍ତନ୍ୟପାୟୀ ପ୍ରାଣୀଙ୍କ ସମେତ ବିଭିନ୍ନ ପଶୁ ପ୍ରଜାତି ଏବଂ ତିନୋଟି ମାନବ ମାମଲାରେ ମଧ୍ୟ ଏହି ଷ୍ଟ୍ରେନ୍ ଦ୍ୱାରା ସଂକ୍ରମଣ ଚିହ୍ନଟ ହୋଇଛି। ତେଣୁ କୁକୁଡ଼ା ଚାଷୀଙ୍କ ଆର୍ଥିକ କ୍ଷତି ହ୍ରାସ କରିବା ଏବଂ କୁକୁଡ଼ାମାନଙ୍କଠାରୁ ଅନ୍ୟ ପ୍ରାଣୀ ଓ ମଣିଷଙ୍କୁ ଏହାର ସଂକ୍ରମଣ ରୋକିବା ପାଇଁ ଏହି ଭୂତାଣୁର ପ୍ରସାରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବର୍ତ୍ତମାନ ସୁଦ୍ଧା କ୍ଲେଡ୍ ୨.୩.୨.୧ଏ ର ଏଚଏଫଆଇବି ଏନ ୱାନ ଭୂତାଣୁ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ବ୍ୟବସାୟିକ ଟିକା ଉପଲବ୍ଧ ନାହିଁ। ତେଣୁ ଭାରତ ପାଇଁ ଏକ ସ୍ୱଦେଶୀ ଟିକା ବିକଶିତ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଆଇସିଏସଆର-ନିଷାଦ ଦ୍ୱାରା ବିକଶିତ ଏହି ଟିକାର ଲକ୍ଷ୍ୟ ହେଉଛି ଦେଶରେ ବ୍ୟାପୁଥିବା କ୍ଲେଡ୍ ୨.୩.୨.୧ଏ ଏଚ୫ଏନ୧ ଭୂତାଣୁ ଷ୍ଟ୍ରେନ୍ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରି ଏହି ଆବଶ୍ୟକତାକୁ ପୂରଣ କରିବା।
HP