ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ଗଣରାଜ୍ୟର ସର୍ବୋଚ୍ଚ ଜାତୀୟ ସମ୍ମାନ - ''ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍, ଫାଷ୍ଟ କ୍ଳାସ୍''ରେ ସମ୍ମାନିତ

प्रविष्टि तिथि: 15 JUN 2026 11:35PM by PIB Bhubaneswar

ଏକ ସ୍ୱତନ୍ତ୍ର ଉତ୍ସବରେ, ସ୍ଲୋଭାକିଆ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଶ୍ରୀ ପିଟର ପେଲେଗ୍ରୀନି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ "ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍, ଫାଷ୍ଟ କ୍ଲାସ"ରେ ସମ୍ମାନିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ବିଶିଷ୍ଟ ସମ୍ମାନ ପାଇଁ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ଜନସାଧାରଣଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଥିଲେ। ପୁରସ୍କାର ଗ୍ରହଣ କରି ସେ ଉଲ୍ଲେଖ କରିଥିଲେ ଯେ ଏହି ସମ୍ମାନ ଭାରତର ୧.୪ ବିଲିୟନ ଲୋକଙ୍କ ପ୍ରତି ଏବଂ ଭାରତ ଏବଂ ସ୍ଲୋଭାକିଆର ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ବନ୍ଧନ ପ୍ରତି ଏକ ସମ୍ମାନ।

ଏହି ପୁରସ୍କାରକୁ ଭାରତ ଏବଂ ସ୍ଲୋଭାକିଆ ଲୋକଙ୍କୁ ଏକତ୍ର କରୁଥିବା ସମ୍ପର୍କ, ବିଶ୍ୱାସ ଏବଂ ଶ୍ରଦ୍ଧାର ପ୍ରମାଣ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମାନ ଉଭୟ ଦେଶର ଭବିଷ୍ୟତ ପିଢ଼ିକୁ ସେମାନଙ୍କର ବିଶେଷ ବନ୍ଧୁତାକୁ ବଜାୟ ରଖିବା ପାଇଁ ପ୍ରେରଣା ଦେବ।

**********

SSP


(रिलीज़ आईडी: 2283127) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam