ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଭାରତର ବିକାଶରେ ସାମୁଦ୍ରିକ ଅର୍ଥନୀତିର ମହତ୍ୱ ବାବଦରେ ଏକ ଆଲେଖ୍ୟ ସେୟାର କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
19 SEP 2025 1:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି କି ନୀଳ ଅର୍ଥନୀତି ବା ସାମୁଦି୍ରକ ଅର୍ଥବ୍ୟବସ୍ଥା କିପରି ଭାରତର ବିକାଶରେ କେନ୍ଦ୍ର, ଯାହା ସମୃଦ୍ଧି, ସ୍ଥିରତା ଏବଂ ରାଷ୍ଟ୍ରୀୟ ଶକ୍ତିର ସଂଯୋଜନ କରୁଛି । ଶ୍ରୀ ମୋଦୀ କହିଛନ୍ତି, “ସେ ସାଗରମାଳା, ଡିପ ଓସନ ମିଶନ ଏବଂ ହରିତ ସାଗର ନିଦେ୍ର୍ଦଶାବଳୀ ଭଳି ପଦକ୍ଷେପ ଉପରେ ବର୍ଣ୍ଣନା କରିଛନ୍ତି, ଯାହା ଦେଶବାସୀଙ୍କୁ ସଶକ୍ତ କରିବା, ନବାଚାରକୁ ପ୍ରୋତ୍ସାହିତ କରିବା ଏବଂ ବୈଶ୍ୱିକ ମହାସାଗରରେ ଭାରତର ନେତୃତ୍ୱକୁ ମଜବୁତ କରିବା ସହ ସାମୁଦ୍ରିକ ସଂସାଧନକୁ ଉପଯୋଗ କରୁଛି ।”
କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି;
“ରାଜ୍ୟ ମନ୍ତ୍ରୀ @DrJitendraSingh ଲେଖିଛନ୍ତି କି ସାମୁଦ୍ରିକ ଅର୍ଥବ୍ୟବସ୍ଥା ଭାରତର ବିକାଶର କେନ୍ଦ୍ର, ଯାହା ସମୃଦ୍ଧି, ସ୍ଥିରତା ଏବଂ ରାଷ୍ଟ୍ରୀୟ ଶକ୍ତିର ସଂଯୋଜନ କରୁଛି । ସେ ସାଗରମାଳା, ଡିପ ଓସନ ମିଶନ ଏବଂ ହରିତ ସାଗର ନିଦେ୍ର୍ଦଶାବଳୀ ଭଳି ପଦକ୍ଷେପ ଉପରେ ବର୍ଣ୍ଣନା କରିଛନ୍ତି, ଯାହା ଦେଶବାସୀଙ୍କୁ ସଶକ୍ତ କରିବା, ନବାଚାରକୁ ପ୍ରୋତ୍ସାହିତ କରିବା ଏବଂ ବୈଶ୍ୱିକ ମହାସାଗରରେ ଭାରତର ନେତୃତ୍ୱକୁ ମଜବୁତ କରିବା ସହ ସାମୁଦ୍ରିକ ସଂସାଧନକୁ ଉପଯୋଗ କରୁଛି ।”
SR
(ରିଲିଜ ଆଡି: 2168830)
ପରିଦର୍ଶକ କାଉଣ୍ଟର : 29
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam