ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୧୧ ପରିବର୍ତ୍ତନକାରୀ ବର୍ଷ ପୂର୍ତ୍ତୀ ପାଳନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2025 1:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ)ର ୧୧ତମ ବାର୍ଷିକୀ ପାଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ସମଗ୍ର ଭାରତରେ ଆର୍ଥିକ ସମାବେଶନକୁ ପୁନଃଆକୃତି ଦେଇଛି । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ପିଏମ୍‌ଜେଡିୱାଇ ଲୋକମାନଙ୍କର ସମ୍ମାନ ବୃଦ୍ଧି କରିଛି ଏବଂ ଶେଷ ମାଇଲ ପର୍ଯର୍୍ୟନ୍ତ ଆର୍ଥିକ ସମାବେଶନ ସୁବିଧା ପହଞ୍ଚାଇବା ସହ ଲୋକମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।

ଏକ୍ସରେ ମାଇଗଭ୍‌ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି;

“ଆର୍ଥିକ ବହିଷ୍କରଣରୁ ସଶକ୍ତିକରଣ ପର୍ଯ୍ୟନ୍ତ! ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କିପରି ସମଗ୍ର ଭାରତରେ ଜୀବନକୁ ପରିବର୍ତ୍ତନ କରିଛି ତାହାର ଏକ ଝଲକ ଏଠାରେ ରହିଛି ।

#11YearsOfJanDhan “

“ଯେତେବେଳେ ଶେଷ ମାଇଲ ଆର୍ଥିକ ଭାବରେ ସଂଯୁକ୍ତ ହୋଇଥାଏ, ସମଗ୍ର ଦେଶ ଏକାଠି ଆଗକୁ ବଢ଼େ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଠିକ୍ ଏହି ଲକ୍ଷ୍ୟ ହାସଲ ହୋଇଛି । ଏହା ଲୋକମାନଙ୍କର ମର୍ଯ୍ୟାଦା ବୃଦ୍ଧି କରିଛି ଏବଂ ସେମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।

#11YearsOfJanDhan”

 

SR


(ରିଲିଜ ଆଡି: 2161660) ପରିଦର୍ଶକ କାଉଣ୍ଟର : 47