ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୧୧ ପରିବର୍ତ୍ତନକାରୀ ବର୍ଷ ପୂର୍ତ୍ତୀ ପାଳନ କଲେ ପ୍ରଧାନମନ୍ତ୍ରୀ
Posted On:
28 AUG 2025 1:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍ଜେଡିୱାଇ)ର ୧୧ତମ ବାର୍ଷିକୀ ପାଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ସମଗ୍ର ଭାରତରେ ଆର୍ଥିକ ସମାବେଶନକୁ ପୁନଃଆକୃତି ଦେଇଛି । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ପିଏମ୍ଜେଡିୱାଇ ଲୋକମାନଙ୍କର ସମ୍ମାନ ବୃଦ୍ଧି କରିଛି ଏବଂ ଶେଷ ମାଇଲ ପର୍ଯର୍୍ୟନ୍ତ ଆର୍ଥିକ ସମାବେଶନ ସୁବିଧା ପହଞ୍ଚାଇବା ସହ ଲୋକମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।
ଏକ୍ସରେ ମାଇଗଭ୍ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଆର୍ଥିକ ବହିଷ୍କରଣରୁ ସଶକ୍ତିକରଣ ପର୍ଯ୍ୟନ୍ତ! ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କିପରି ସମଗ୍ର ଭାରତରେ ଜୀବନକୁ ପରିବର୍ତ୍ତନ କରିଛି ତାହାର ଏକ ଝଲକ ଏଠାରେ ରହିଛି ।
#11YearsOfJanDhan “
“ଯେତେବେଳେ ଶେଷ ମାଇଲ ଆର୍ଥିକ ଭାବରେ ସଂଯୁକ୍ତ ହୋଇଥାଏ, ସମଗ୍ର ଦେଶ ଏକାଠି ଆଗକୁ ବଢ଼େ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଠିକ୍ ଏହି ଲକ୍ଷ୍ୟ ହାସଲ ହୋଇଛି । ଏହା ଲୋକମାନଙ୍କର ମର୍ଯ୍ୟାଦା ବୃଦ୍ଧି କରିଛି ଏବଂ ସେମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।
#11YearsOfJanDhan”
SR
(Release ID: 2161660)
Visitor Counter : 9
Read this release in:
Assamese
,
English
,
Khasi
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam