ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ରୌପ୍ୟ ପଦକ ବିଜେତା ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 04 SEP 2024 10:22AM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୪୬ରେ ଅଜିତ ସିଂହ ରୌପ୍ୟ ପଦକ ଜିତିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଜାଭଲିନ୍ ଥ୍ରୋ ଏଫ୍‌୪୬ ରେ ରୌପ୍ୟ ପଦକ ଜିତିବା “ଅଜିତ୍ ସିଂହଙ୍କର ଅଭୂତପୂର୍ବ ସଫଳତା ! କ୍ରୀଡା ଏବଂ ଦୃଢ଼ତା ପ୍ରତି ତାଙ୍କର ପ୍ରତିବଦ୍ଧତା ଭାରତକୁ ଗର୍ବିତ କରିଛି । #Cheer4Bharat

 

 

SR      



(Release ID: 2051729) Visitor Counter : 24