ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଡ୍‌ମିଣ୍ଟନ୍ ଖେଳାଳୀ ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଲେ

Posted On: 02 SEP 2024 11:35PM by PIB Bhubaneshwar

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୪ ବ୍ୟାଡ୍‌ମିଣ୍ଟନ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୪ ବ୍ୟାଡ୍‌ମିଣ୍ଟନ୍ ଇଭେଣ୍ଟରେ ସୁହାସ୍ ୟାଥିରାଜ୍ ସମ୍ମାନଜନକ ରୌପ୍ୟ ପଦକ ଜିତି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି! ଭାରତର ତାଙ୍କର ସଫଳତାକୁ ନେଇ ଉତ୍ସାହିତ । ତାଙ୍କର କ୍ରୀଡା ପ୍ରତି ଥିବା ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପାଇଁ ଆମେ ଗର୍ବିତ। @suhas_ly #Cheer4Bharat

 

 

SR     



(Release ID: 2051237) Visitor Counter : 28