ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୋଲାଣ୍ଡର ୱାର୍ସ ସ୍ଥିତ କୋଲ୍‌ହାପୁର ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 21 AUG 2024 10:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡର ୱାର୍ସରେ କୋଲ୍‌ହାପୁର ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ସ୍ମାରକ କୋଲ୍‌ହାପୁରର ମହାନ ରାଜପରିବାର ପ୍ରତି ଶ୍ରଦ୍ଧାଞ୍ଜଳି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା କାରଣରୁ ବିସ୍ଥାପିତ ପୋଲାଣ୍ଡ ମହିଳା ଏବଂ ଶିଶୁମାନଙ୍କୁ ଆଶ୍ରୟ ଦେବାରେ ଏହି ରାଜପରିବାର ସବୁଠାର ଆଗରେ ଥିଲା ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୋହ୍‌ଲାପୁରର ମହାନ ରାଜପରିବାର ମାନବିକତାକୁ ଅନ୍ୟ ସମସ୍ତ ବିଷୟ ତୁଳନାରେ ପ୍ରାଥମିକତା ଦେଇଥିଲେ ଏବଂ ପୋଲାଣ୍ଡର ମହିଳା ଓ ଶିଶୁମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଯାପନ କରିବାରେ ସହାୟତା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ୱାର୍ସର କୋଲ୍‌ହାପୁର ସହିତ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଏହି ସ୍ମାରକ କୋଲ୍‌ହାପୁରର ମହାନ ରାଜପରିବାର ପ୍ରତି ଶ୍ରଦ୍ଧାଞ୍ଜଳି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା କାରଣରୁ ପୋଲାଣ୍ଡର ମହିଳା ଏବଂ ବିସ୍ଥାପିତ ଶିଶୁମାନଙ୍କୁ ଆଶ୍ରୟ ଦେବାରେ ଏହି ରାଜପରିବାର ଆଗରେ ଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଲ୍‌ହାପୁରର ଏହି ମହାନ ରାଜପରିବାର ମାନବିକତାକୁ ପ୍ରାଥମିକତା ଦେବା ସହ ପୋଲାଣ୍ଡର ମହିଳା ଏବଂ ଶିଶୁମାନଙ୍କ ପାଇଁ ସମ୍ମାନଜନକ ଜୀବନ ଜାପନ କରିବାର ସମସ୍ତ ବ୍ୟବସ୍ଥା କରିଥିଲେ । ମାନବିକତାର ଏହି କାର୍ଯ୍ୟ ଆଗାମୀ ପିଢ଼ୀମାନଙ୍କୁ ପ୍ରେରଣା ଯୋଗାଇବ ।

 

SR      



(Release ID: 2047507) Visitor Counter : 25