ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩-୩୪ରେ ପ୍ରତିରକ୍ଷା ଉତ୍ପାଦନରେ ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 05 JUL 2024 12:34PM by PIB Bhubaneshwar

ପ୍ର୍ରତିରକ୍ଷା ଉତ୍ପାଦନରେ ୨୦୨୩-୨୪ରେ ପଞ୍ଜୀକୃତ ହୋଇଥିବାଭାରତର ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀପ୍ରଶଂସା କରିଛନ୍ତି । ଗତ ଆର୍ଥିକ ବର୍ଷର ଉତ୍ପାଦନ ମୂଲ୍ୟ ତୁଳନାରେଚଳିତ ବର୍ଷ ଉତ୍ପାଦନ ୧୬.୮% ବୃଦ୍ଧି ପାଇ ୧,୨୬,୮୮୭ କୋଟି ଟଙ୍କାହୋଇଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଶେୟାରକରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ବହୁତ ଉତ୍ସାହଜନକ ବିକାଶ । ଏହି ଉପଲବ୍ଧି ହାସଲ କରିବାରେଯେଉଁମାନଙ୍କର ଯୋଗଦାନ ରହିଛି, ସେମାନଙ୍କ ପାଇଁ ଶୁଭକାମନା ।ଆମର ସାମର୍ଥ୍ୟକୁ ଆହୁରି ବଢ଼ାଇବା ଏବଂ ଭାରତକୁ ଏକ ଅଗ୍ରଣୀବିଶ୍ୱ ପ୍ରତିରକ୍ଷା ଉତ୍ପାଦନ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକସହାୟକ ପରିବେଶ ପ୍ରତିପୋଷଣ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।ଏହା ଦ୍ୱାରା ଆମର ସୁରକ୍ଷା ବୃଦ୍ଧି ପାଇବ ଏବଂ ଆମେ ଆତ୍ମନିର୍ଭରହୋଇପାରିବା ।”

SR


(रिलीज़ आईडी: 2031142) आगंतुक पटल : 67
इस विज्ञप्ति को इन भाषाओं में पढ़ें: Malayalam , Marathi , Tamil , Kannada , Manipuri , Assamese , English , Urdu , हिन्दी , Hindi_MP , Bengali , Punjabi , Gujarati , Telugu