ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମର ଚା' ବଗିଚାରେ କାର୍ଯ୍ୟରତ ଗୋଷ୍ଠୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ଚା' ବଗିଚା ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ
प्रविष्टि तिथि:
09 MAR 2024 2:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଆସାମ ଚା' ସମଗ୍ର ବିଶ୍ୱରେ ପ୍ରବେଶ କରିଛି । ଚା' ବଗିଚାରେ କାର୍ଯ୍ୟରତ ଗୋଷ୍ଠୀମାନଙ୍କର ସାହସ ଓ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି -
ଆସାମ ଏହାର ଚମତ୍କାର ଚା' ବଗିଚା ପାଇଁ ଜଣାଶୁଣା ଏବଂ ଆସାମ ଚା' ସମଗ୍ର ବିଶ୍ୱରେ ପ୍ରବେଶ କରିଛି।
ମୁଁ ଚା' ବଗିଚାରେ କାର୍ଯ୍ୟରତ ଗୋଷ୍ଠୀଙ୍କୁ ପ୍ରଶଂସା କରିବାକୁ ଚାହେଁ, ଯେଉଁମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ସମଗ୍ର ବିଶ୍ୱରେ ଆସାମର ସମ୍ମାନ ବୃଦ୍ଧି କରୁଛନ୍ତି ।
ମୁଁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ରାଜ୍ୟ ଗସ୍ତ ସମୟରେ ଏହି ଚା' ବଗିଚା ପରିଦର୍ଶନ କରନ୍ତୁ।
BS
(रिलीज़ आईडी: 2013026)
आगंतुक पटल : 122
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam