ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ ସଂସଦରେ ପାରିତ ହେବା ଆମ ଦେଶର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା: ପ୍ରଧାନମନ୍ତ୍ରୀ


ଏସବୁ ଆଇନ ଜନସେବା ଓ କଲ୍ୟାଣ ପାଇଁ ଅଭିପ୍ରେତ ଥିବାରୁ ଏକ ନୂଆ ଯୁଗ ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

Posted On: 21 DEC 2023 9:00PM by PIB Bhubaneshwar

ସଂସଦରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩  ବିଲ୍ ପାରିତ ହେବା ଘଟଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।  ସେ କହିଛନ୍ତି ଯେ ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଅନୁମୋଦନ ଲାଭ କରିବା ଆମ ଦେଶର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ।  ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ସମାଜର ଗରିବ, ଅବହେଳିତ, ବଞ୍ôଚତ ଓ ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷା ମିଳିବ ।  ଏହା ଛଡା ଏସବୁ ଆଇନ ସଂଗଠିତ ଅପରାଧ, ଆତଙ୍କବାଦ ଓ ସେଭଳି ଅନ୍ୟାନ୍ୟ ଅପରାଧର ଦୃଢ ମୁକାବିଲା କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆଇନଗତ ସଂସ୍କାର ସବୁ ଭାରତର  ବୈଧାନିକ ଢାଞ୍ଚାକୁ ନୂଆ ରୂପ ଦେଇଛି । ଦେଶର ଅମୃତକାଳରେ ଏହା ଜନସେବା ଓ ଲୋକ କଲ୍ୟାଣ ପାଇଁ ବିଶେଷ ପ୍ରାସଙ୍ଗିକ ହେବା ସହିତ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଅଧିକ ସମ୍ବେଦନଶୀଳ ହେବ । ଏସବୁ ଆଇନ ଜନସେବା ଓ କଲ୍ୟାଣ ପାଇଁ ଅଭିପ୍ରେତ ଥିବାରୁ ଦେଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ରାଜ୍ୟସଭାରେ ଏହି ତିିନି ବିଲ୍ ଉପରେ ଆଲୋଚନା କରୁଥିବା ସ୍ୱରାଷ୍ଟ ମନ୍ତ୍ରୀଙ୍କର ଏକ ଭିଡିଓକୁ ପ୍ରଧାନମନ୍ତ୍ରୀ  ଥ୍ରେଡ ପୋଷ୍ଟ ଏକ୍ସରେ ସେୟାର କରିଛନ୍ତି । ସେଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ତିନି ବିଲ୍ ସଂସଦର ଅନୁମୋଦନ ଲାଭ କରିବା ଆମ ଦେଶର ଇତିହାସର ଏକ ଯୁଗାନ୍ତକାରୀ ଘଟଣା । ଏସବୁ ଆଇନ ଜନସେବା ଓ ଲୋକକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବାରୁ ଦେଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି ବିଲ୍ ଉପନିବେଶବାଦୀ ଶାସନ କାଳର ଆଇନର ଅବସାନ ଘଟାଇଛି । ଜନସେବା କଲ୍ୟାଣ କ୍ଷେତ୍ରରେ ଏହା ଯୁଗାନ୍ତାକାରୀ ସାବ୍ୟସ୍ତ ହେବ ।

ଏହି ପରିବର୍ତ୍ତନ ଶୀଳ ବିଲ୍ ପୁରୁଣା ଆଇନ ସବୁର ସଂସ୍କାର ପାଇଁ ଭାରତର ଅଙ୍ଗୀକାର ବଦ୍ଧତାର ପରିଚୟ ବହନ କରେ । ଏହା ଦ୍ୱାରା ଆମ ଦେଶର ବୈଧାନିକ, ପୁଲିସ ଓ ତଦନ୍ତ ବ୍ୟବସ୍ଥାରେ ଆଧୁନିକ ଯୁଗର ପ୍ରବର୍ତ୍ତନ ହୋଇଛି । ଏଥିରେ ଟେକ୍‌ନୋଲୋଜି ଓ ଫରେନ୍‌ସିକ (ଅପରାଧ) ବିଜ୍ଞାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ସବୁ ବିଲ୍‌ରେ ସମାଜର ଗରିବ, ବଂଚିତ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଦେଶର ଅମୃତକାଳରେ ଏହି ବୈଧାନିକ ସଂସ୍କାର ଆମ ଆଇନ ବ୍ୟବସ୍ଥାକୁ ଏକ ନୂଆ  ରୂପ ଦେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଭାଷଣ ଏହି ତିନି ବିଲ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ  ଅଧିକ ସ୍ପଷ୍ଟ କରୁଛି ।

 

*****

TKM/SLP



(Release ID: 1990481) Visitor Counter : 95