ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଜି୨୦ ଅଧ୍ୟକ୍ଷତା ଶେଷ ହେବା ନେଇ ନିଜ ବିଚାର ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 30 NOV 2023 5:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଜି୨୦ ଅଧ୍ୟକ୍ଷତା ଶେଷ ହେବା ଏବଂ ବିଗତ ବର୍ଷରେ ‘ବସୁଧୈବ କୁଟୁମ୍ବକମ୍‌-ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ସିଦ୍ଧାନ୍ତ କିପରି ସୁଦୃଢ଼ ହୋଇଛି ସେ ଉପରେ ନିଜ ବିଚାର ବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତର ଜି୨୦ ଅଧ୍ୟକ୍ଷତା ଶେଷ ହୋଇଥିବାବେଳେ ବସୁଧୈବ କୁଟୁମ୍ବକମ୍‌-ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ସିଦ୍ଧାନ୍ତ କିପରି ବିଗତ ବର୍ଷରେ ସୁଦୃଢ଼ ହୋଇଛି ସେ ଉପରେ କିଛି ବିଚାର ଲେଖିଛି । ନିରନ୍ତର ବିକାଶ, ମହିଳା ସଶକ୍ତୀକରଣ, ବହୁପେକ୍ଷୀୟବାଦ୍‌କୁ ସୁଦୃଢ଼ କରିବା ଏବଂ ଆହୁରି ଅନେକ କିଛି ଉପରେ ଭାରତ ଧ୍ୟାନ କେନ୍ଦ୍ରୀଭୂତ କରିଛି ।’

https://nm-4.com/Fy2eo6

 

  SR



(Release ID: 1981393) Visitor Counter : 53