ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 21 NOV 2023 1:23PM by PIB Bhubaneshwar

ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଦୂରଦୃଷ୍ଟିସମ୍ପନ୍ନ, ଚକ୍ଷୁ ଚିକିତ୍ସା ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଚକ୍ଷୁ ଯତ୍ନ ପାଇଁ ତାଙ୍କ ଅବଦାନ ଏବଂ ସମାଜ ପ୍ରତି ତାଙ୍କ ନିରନ୍ତର ସେବା ଏକ ଅଭୁଲା ସ୍ମୃତି ଛାଡ଼ିଛି । ତାଙ୍କ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ । ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା । ଓମ୍ ଶାନ୍ତି ।’

 

SR



(Release ID: 1978531) Visitor Counter : 61