ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 4:40PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡବଲ୍ସ ରିକର୍ଭ ଓପନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆମର ପାରା ତୀରନ୍ଦାଜ ହରବିନ୍ଦର ସିଂହ ଓ ସାହିଲଙ୍କୁ ଅଭିନନ୍ଦନ। ତୀର ସହିତ ସେମାନଙ୍କର ଅବିଶ୍ୱସନୀୟ ପ୍ରଦର୍ଶନ ଏବଂ ସଠିକତା ଭାରତକୁ ଗର୍ବିତ କରିଛି । ସେମାନଙ୍କ ସଫଳତାକୁ ଭାରତ ଅତ୍ୟନ୍ତ ଉତ୍ସାହର ସହ ପାଳନ କରୁଛି।

BS

 



(Release ID: 1971639) Visitor Counter : 61