ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 4:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଡବଲ୍ସ ରିକର୍ଭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପାରା ତୀରନ୍ଦାଜ ହରବିନ୍ଦର ସିଂ ଏବଂ ସାହିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଏସିଆନ୍ ପାରା ଗେମ୍ସରେ ପୁରୁଷ ଡବଲ୍ସ ରିକର୍ଭ ଓପନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆମର ପାରା ତୀରନ୍ଦାଜ ହରବିନ୍ଦର ସିଂହ ଓ ସାହିଲଙ୍କୁ ଅଭିନନ୍ଦନ। ତୀର ସହିତ ସେମାନଙ୍କର ଅବିଶ୍ୱସନୀୟ ପ୍ରଦର୍ଶନ ଏବଂ ସଠିକତା ଭାରତକୁ ଗର୍ବିତ କରିଛି । ସେମାନଙ୍କ ସଫଳତାକୁ ଭାରତ ଅତ୍ୟନ୍ତ ଉତ୍ସାହର ସହ ପାଳନ କରୁଛି।
BS
(ରିଲିଜ ଆଡି: 1971639)
ପରିଦର୍ଶକ କାଉଣ୍ଟର : 110
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada