ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ସାଂସଦମାନେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ କରି ଆମ ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରୁଛନ୍ତି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2023 8:59PM by PIB Bhubaneswar

ସଂସଦରେ ମହିଳା ସଦସ୍ୟଙ୍କ କାରଣରୁ ଗଣତନ୍ତ୍ର ସମୃଦ୍ଧ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ଲୋକଙ୍କ ସ୍ୱରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରିଛନ୍ତି ।

 

ଏ ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଆଲେଖ୍ୟ ସେୟାର କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଶାମିକା ରବି ଏକ ଉତ୍ତମ ଆର୍ଟିକଲ ଲେଖିଛନ୍ତି । ଆମ ମହିଳା ସାଂସଦମାନେ କିପରି ଆମ ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରୁଛନ୍ତି ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ତାହା ଏଥିରେ ଦର୍ଶାଯାଇଛି । ଏହା ଅତ୍ୟନ୍ତ ଉତ୍ସାହଜନକ ଧାରା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ କିପରି ଲୋକଙ୍କ ସ୍ୱରକୁ ଆହୁରି ମଜଭୁତ କରିବ ତାହାର ଉଦାହରଣ ଦେଉଛି ।’

 

https://indianexpress.com/article/columns/women-mps-contribution-has-increased-in-parliament-data-proves-it-8977046/ "

 

SR


(ରିଲିଜ ଆଡି: 1966924) ପରିଦର୍ଶକ କାଉଣ୍ଟର : 167