ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ଦଶନ୍ଧି ପରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
26 SEP 2023 4:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ପ୍ରତିଯୋଗିତାରେ ଦୀର୍ଘ ୪୧ ବର୍ଷ ପରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟିମ୍ର ହୃଦୟ ଛେଡା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ୍ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଅନେକ ଦଶନ୍ଧି ପରେ ଆମର ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି!
ହୃଦୟ ଛେଡ଼ା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ ସିଂ ଅନନ୍ୟ କୌଶଳ, ଟିମୱର୍କ ପ୍ରଦର୍ଶନ କରିଛନ୍ତି ଓ ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶ ପାଇଁ ସମ୍ମାନ ଆଣିଛନ୍ତି ।
ଏହି ଐତିହାସିକ ସଫଳତା ପାଇଁ ମୁଁ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।’
SR
(ରିଲିଜ ଆଡି: 1961178)
ପରିଦର୍ଶକ କାଉଣ୍ଟର : 92
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam