ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଆଣିଥିବା ସୁଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2023 2:53PM by PIB Bhubaneswar
ଏସୀୟ କ୍ରୀଡ଼ା ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିିତିଥିବା ୧୦ ମିଟର ଏୟାର ରାଇଫଲ ପୁରୁଷ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି:
‘୧୦ ମିଟର ଏୟାର ରାଇଫଲ ପୁରୁଷ ଦଳର ରୁଦ୍ରାକ୍ଷ ପାଟିଲ, ଦିବ୍ୟାଂଶ ପନୱର ଏବଂ ଐଶ୍ୱର୍ଯ୍ୟ ପ୍ରତାପ ତୋମାରଙ୍କ ଭଳି ଚମତ୍କାର ସୁଟରମାନେ ବିଶ୍ୱ ରେକର୍ଡ ଭାଙ୍ଗି ଆଶ୍ଚର୍ଯ୍ୟଜନକ ଢଙ୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ।’
କୌଶଳ ଏବଂ ଦୃଢ଼ ସଂକଳ୍ପର ଚମତ୍କାର ପ୍ରଦର୍ଶନ ପାଇଁ ଚାମ୍ପିୟନଙ୍କୁ ପ୍ରଧାନମନ୍ତ୍ରୀ ସାଲ୍ୟୁଟ କରିଛନ୍ତି ଏବଂ ସେମାନେ ଏପରି ନୂଆ ଉଚ୍ଚତାରେ ପହଞ୍ଚନ୍ତୁ ବୋଲି କାମନା କରିଛନ୍ତି ।
SR
(ରିଲିଜ ଆଡି: 1960758)
ପରିଦର୍ଶକ କାଉଣ୍ଟର : 127
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam