ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମକୁ ଦୁର୍ନୀତି, ପ୍ରିୟାପ୍ରୀତି ଓ ତୁଷ୍ଟୀକରଣ ଭଳି ଅସତ୍ କାର୍ଯ୍ୟ ବିରୁଦ୍ଧରେ ସମସ୍ତ ଶକ୍ତି ଖଟାଇ ନିଶ୍ଚିତ ସଂଗ୍ରାମ କରିବାକୁ ପଡିବ:ପ୍ରଧାନମନ୍ତ୍ରୀ

Posted On: 15 AUG 2023 12:33PM by PIB Bhubaneshwar

“ଆମର ସ୍ୱପ୍ନକୁ ସାକାର କରିବା ତଥା ସଂକଳ୍ପ ପୂରଣ କରିବାକୁ ହେଲେ ବର୍ତ୍ତମାନ ଦୁର୍ନୀତି, ପ୍ରିୟାପ୍ରୀତି ଓ ତୁଷ୍ଟୀକରଣ ଭଳି ତିନିଟି ଅସତ୍ କର୍ମ ଉପରେ ସଂଗ୍ରାମ କରିବାର ସମୟ ଉପନୀତ” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି (୧୫.୮.୨୦୨୩) ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ଉଦ୍‌ବୋଧନ ଦେବା କାଳରେ ସେ ଏହା କହିଛନ୍ତି ।

 ପ୍ରଥମ ଅସତ୍ କର୍ମ ହେଲା ଦୁର୍ନୀତି ଯାହାକି ଆମ ଦେଶର ସମସ୍ତ ସମସ୍ୟାର ମୂଳ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ ଦୁନୀତିରୁ ମୁକ୍ତି, ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ବର୍ତ୍ତମାନର ଆବଶ୍ୟକତା । ହେ ଦେଶବାସୀ ମୋର ପ୍ରିୟ ପରିବାର ସଦସ୍ୟ ଏହା ହେଉଛି ମୋଦୀର ପ୍ରତିବଦ୍ଧତା; ଏହା ମୋର ବ୍ୟକ୍ତିଗତ ପ୍ରତିବଦ୍ଧତା ଯେ ମୁଁ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦ୍ୱିତୀୟତଃ ବଂଶାନୁବାଦ ରାଜନୀତି ଆମ ଦେଶକୁ ଧ୍ୱଂସ କରି ଦେଇଛି ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ “ଏହି ବଂଶଗତ ରାଜନୀତି ଦେଶକୁ ଜାବୁଡି ଧରିବା ସହ ଦେଶର ଜନସାଧାରଣଙ୍କ ଅଧିକାର ଛଡାଇ ନେଇଛି ।”

 ତୃତୀୟ ଅସତ୍ କର୍ମ ତୁଷ୍ଟୀକରଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ । ଏହି ତୁଷ୍ଟୀକରଣ ଦେଶର ମୌଳିକ ଭାବନା ଓ ଆମର ସୁସଙ୍ଗତ ଜାତୀୟ ଚରିତ୍ରକୁ କଳଙ୍କିତ କରିଛି । ଏହି ବ୍ୟକ୍ତିମାନେ ସବୁ ଧ୍ୱଂସ କରିଦେଇଛନ୍ତି । ସେଥିପାଇଁ ଆମେ ଆମର ସମସ୍ତ ଶକ୍ତି ଖଟାଇ ଏହି ତିନିଟି ମନ୍ଦ କର୍ମ ବିରୁଦ୍ଧରେ ସଂଗ୍ରାମ କରିବା । ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଓ ତୁଷ୍ଟୀକରଣ ଏପରି ଆଚ୍ଛାଦିତ ହୋଇଯାଇଛି ଯେ ତାହା ଆମ ଦେଶର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ମଧ୍ୟ ବଳିଯାଇଛି । 

ଏହି ସବୁ ଅସତ୍ ପନ୍ଥା ଯୋଗୁଁ ଅନ୍ୟାନ୍ୟ ଲୋକଙ୍କ ଯାହା ଗୁଣଗରିମା ଥିଲେ ମଧ୍ୟ ଦେଶ ଲୁଣ୍ଠିତ ହୋଇଛି ।” ଏସବୁ ବିଷୟ ପାଇଁ ଆମ ଜନସାଧାରଣଙ୍କ ଆଶା ଆକାଂକ୍ଷା ଉପରେ ଏକ ପ୍ରଶ୍ନବାଚୀ ଲାଗିଯାଇଛି । ସେ ଗରିବ ହେଉ ବା ଦଳିତ, ଅନଗ୍ରସର ବା ପଛୁଆ ଗୋଷ୍ଠୀ, ସେ ଆମର ଆଦିବାସୀ ଭାଇ-ଭଉଣୀ ହୁଅନ୍ତୁ ବା ଆମର ଭାଇ-ଭଉଣୀ, ଆମେ ସମସ୍ତେ ଏହି ତିନିଟି ଅସତ୍ ପନ୍ଥାରୁ ସେମାନଙ୍କ ଅଧିକାର ପାଇଁ ମୁକ୍ତି ପାଇବାକୁ ହେବ ।

 ଦୁର୍ନୀତିର ଆତଙ୍କ ଉପରେ ଆକ୍ରମଣାତ୍ମକ ଭଙ୍ଗୀ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମକୁ ଦୁର୍ନୀତି ବିରୁଦ୍ଧରେ ନିଶ୍ଚିତଭାବେ ଏକ ଅରୁଚିକର ବାତାବରଣ ସୃଷ୍ଟି କରିବାକୁ ହେବ । ଜନ ଜୀବନରେ ଏହାଠାରୁ ବଳି ଆବର୍ଜନା ଆଉ କିଛି ନାହିଁ । ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ପ୍ରଯୁକ୍ତିର ସାହାଯ୍ୟ ଉପରେ କହିଥିଲେ । ବିଭିନ୍ନ ଯୋଜନାରୁ କିପରି ଦଶକୋଟି ଜାଲ ହିତାଧିକାରୀ ବାଦ ପଡିବା ସହ ଅର୍ଥ ହରିଲୁଟ କରି ପଳାୟନ ପନ୍ଥୀ ସାଜିଥିବା ବ୍ୟକ୍ତିମାନଙ୍କର ୨୦ଗୁଣ ଅଧିକ ସମ୍ପତ୍ତି ବ୍ୟାଜାପ୍ତି ହୋଇଛି, ତାହାର ସୂଚନା ଦେଇଥିଲେ ।

ପ୍ରିୟାପ୍ରୀତି ଓ ବଂଶବାଦ ନେଇ ପ୍ରଧାନମନ୍ତ୍ରୀ ବଂଶାନୁକ୍ରମିକ ରାଜନୀତିକ ଦଳ ଓ ସେମାନଙ୍କ ପରିବାର ପାଇଁ ଓ ପରିବାର ଦ୍ୱାରା କ୍ଷମତା ହାସଲ ମେଧାଶକ୍ତିର ହତ୍ୟା ବୋଲି କହି ତାହାର ସମାଲୋଚନା କରିଥିଲେ । “ଗଣତନ୍ତ୍ର ଏହି ଅସତ ପନ୍ଥାରୁ ମୁକ୍ତ ରହିବା ନିତ୍ୟାନ୍ତ ଆବଶ୍ୟକ” ବୋଲି ସେ କହିଥିଲେ । 

ସେହିପରି ତୁଷ୍ଟୀକରଣ ମଧ୍ୟ ସସାମାଜିକ ନ୍ୟାୟକୁ ଅନେକାଂଶରେ ପ୍ରଭାବିତ କରିଛି । “ଏଭଳି ଭାବନା ଓ ରାଜନୀତିକ ତୁଷ୍ଟିକକରଣ ଓ ସରକାରୀ ଯୋଜନାରେ ତୁଷ୍ଟିକରଣ ପଦ୍ଧତିର ଉପଯୋଗ ସାମାଜିକ ନ୍ୟାୟର ବିନାଶ କରିଛି । ସେଥିପାଇଁ ତୁଷ୍ଟୀକରଣ ଓ ଦୁର୍ନୀତିକୁ ବିକାଶର ସବୁଠାରୁ ବଡ ଶତ୍ରୁଭାବେ ଆମେ ବିବେଚନା କରୁ । ଦେଶ ଯଦି ବିକାଶ ଚାହେଁ ଓ ଭାରତ ୨୦୪୭ ସୁଦ୍ଧା ବିକାଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ଚାହେଁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଦେଶରେ ଦୁର୍ନୀତିକୁ ଆମେ ବରଦାସ୍ତ କରିବା ନାହିଁ ଓ ଆମେ ଏହି ମନୋଭାବ ନେଇ ଆଗେଇ ଚାଲିବା ବୋଲି ଶ୍ରୀ ମୋଦୀ କହିଥିଲେ ।

 

*****

SM/SLP



(Release ID: 1949171) Visitor Counter : 85