କ୍ୟାବିନେଟ

ବିଏସଏନଏଲକୁ 4ଜି/5ଜି ସ୍ପେକ୍ଟ୍ରମ ଆବଣ୍ଟନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ତୃତୀୟ ପୁନରୁଦ୍ଧାର ପ୍ୟାକେଜ୍‌ ପାଇଁ ୮୯,୦୪୭ କୋଟି ଟଙ୍କାର ବ୍ୟୟ ଅଟକଳ

ବିଏସଏନଏଲର ଅଧିକୃତ ପୁଞ୍ଜି ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ

Posted On: 07 JUN 2023 2:56PM by PIB Bhubaneshwar

ପୁନରୁଦ୍ଧାର ଋଣନୀତିର ଅଂଶବିଶେଷ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଏସଏନଏଲ ପାଇଁ ମୋଟ୍‌ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହିତ ତୃତୀୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର କରାଯାଇଛି । ଏଥିରେ ଇକ୍ୟୁଟି ବିନିଯୋଗ ଜରିଆରେ ବିଏସଏନଏଲ ପାଇଁ 4ଜି/5ଜି ସ୍ପେକ୍ଟ୍ରମ ଆବଣ୍ଟନ ସାମିଲ ରହିଛି ।

ବିଏସଏନଏଲର ଅଧିକୃତ ପୁଞ୍ଜି ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ।

ଏହି ପୁନରୁଦ୍ଧାର ପ୍ୟାକେଜ ଅନ୍ତର୍ଗତ ବିଏସଏନଏଲ ଏକ ସ୍ଥିତ ଦୂରସଞ୍ଚାର ସେବା ପ୍ରଦାନକାରୀ ଭାବେ ବିକଶିତ ହେବ ଏବଂ ଭାରତର ଉପାନ୍ତ ଅଞ୍ଚଳରେ ଟେଲିଫୋନ୍‌ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବ ।

ସ୍ପେକ୍ଟ୍ରମର ବିବରଣୀ ନିମ୍ନରେ ଦିଆଗଲା:

 

Band

Spectrum allotted

Budgetary support

700 MHz

10 MHz paired in 22 LSAs

Rs. 46,338.60 Cr

3300 MHz

70 MHz in 22 LSAs

Rs. 26,184.20 Cr

26 GHz

800 MHz in 21 LSAs and 650 MHz in 1 LSA

  1. 6,564.93 Cr

2500 MHz

20 MHz in 6 LSAs and 10 MHz in 2 LSAs

  1. 9,428.20 Cr

 

Miscellaneous items

  1. 531.89 Cr

Total

Rs. 89,047.82 Cr

 

ଏହି ସ୍ପେକ୍ଟ୍ରମ ଆବଣ୍ଟନ ସହିତ, ବିଏସଏନଏଲ ନିମ୍ନ ସେବା ପାଇଁ ସକ୍ଷମ ହେବ :

କ. ସାରା ଦେଶରେ 4ଜି ଏବଂ 5ଜି ସେବା ଯୋଗାଇ ଦେବ

ଖ. ଗ୍ରାମୀଣ ଓ ଅପହଞ୍ଚ ଗ୍ରାମରେ ବିଭିନ୍ନ ଯୋଗାଯୋଗ ପ୍ରକଳ୍ପ ଅଧୀନରେ 4ଜି କଭରେଜ୍‌ ଯୋଗାଇ ଦେବ

ଗ. ହାଇସ୍ପିଡ୍‌ ଇଣ୍ଟରନେଟ୍‌ ପାଇଁ ସ୍ଥାୟୀ ୱେରଲେସ୍‌ ଆକ୍ସେସ୍‌ (ଏଫଡବ୍ଲୁଏ) ସେବା ଯୋଗାଇ ଦେବ।

ଘ. କ୍ୟାପ୍ଟିଭ୍‌ ଅଣ-ପବ୍ଲିକ୍‌ ନେଟୱର୍କ (ସିଏନପିଏନ) ପାଇଁ ସେବା/ସ୍ପେକ୍ଟ୍ରମ ଯୋଗାଇ ଦେବ ।

 

ବିଏସଏନଏଲ/ଏମଟିଏନଏଲ ପୁନରୁଦ୍ଧାର:

  • ୨୦୧୯ରେ ସରକାର ବିଏସଏନଏଲ/ଏମଟିଏନଏଲ ପାଇଁ ପ୍ରଥମ ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ କରିଥିଲେ । ୬୯,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହା ବିଏସଏନଏଲ/ଏମଟିଏନଏଲରେ ସ୍ଥିରତା ଆଣିଥିଲା।
  • ୨୦୨୨ରେ ସରକାର ବିଏସଏନଏଲ/ଏମଟିଏନଏଲ ପାଇଁ ଦ୍ୱିତୀୟ ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ କରିଥିଲେ । ଏହା କ୍ୟାପେକ୍ସ, ଗ୍ରାମୀଣ ଲ୍ୟାଣ୍ଡଲାଇନ ପାଇଁ କାର୍ଯ୍ୟକାରିତା ଗ୍ୟାପ୍‌ ପାଣ୍ଠି ଯୋଗାଣ, ବାଲାନ୍ସ ଶିଟ୍‌କୁ ଚାପମୁକ୍ତ କରିବା ଲାଗି ଆର୍ଥିକ ସହାୟତା ଏବଂ ଏଜିଆର ବକେୟା ପରିଶୋଧ, ବିବିଏନଏଲ ସହିତ ବିଏସଏନଏଲର ମିଶ୍ରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।
  • ଏହି ଦୁଇଟି ପ୍ୟାକେଜର ପରିଣାମସ୍ୱରୂପ, ବିଏସଏନଏଲ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ଲାଭରେ ଚାଲିବା ଆରମ୍ଭ କରିଚି । ବିଏସଏନଏଲର ମୋଟ୍‌ ଋଣ ୩୨ ହଜାର ୯୪୪ କୋଟି ଟଙ୍କାରୁ ୨୨ ହଜାର ୨୮୯ କୋଟି ଟଙ୍କାକୁ ହ୍ରାସ ପାଇଛି ।
  • ବିଏସଏଲର ପ୍ରମୁଖ ଆର୍ଥିକ ବିବରଣୀ ନିମ୍ନରେ ଦିଆଗଲା:

 

 

FY 2020-21

FY 2021-22

FY 2022-23

Revenue

18,595 Cr

19,053 Cr

20,699 Cr

Operating profit

1,177 Cr

944 Cr

1,559 Cr

 

  • ହୋମ୍‌ ଫାଇବର କ୍ଷେତ୍ରରେ ବିଏସଏନଏଲ ଦୃଢ଼ ଅଭିବୃଦ୍ଧି ହାସଲ କରିଛି । ଏହା ପ୍ରତିମାସରେ ୧ ଲକ୍ଷରୁ ଅଧିକ ନୂଆ ସଂଯୋଗ ଯୋଗାଇ ଦେଉଛି । ବିଏସଏନଏଲର ମୋଟ୍‌ ହୋମ୍‌ ଫାଇବର ସଂଖ୍ୟା ମେ ୨୦୨୩ରେ ୩୦.୮୮ ଲକ୍ଷକୁ ବୃଦ୍ଧି ପାଉଛି । ଗତ ବର୍ଷ ହୋମ୍‌ ଫାଇବରରେ ମୋଟ୍‌ ରାଜସ୍ୱ ପରିମାଣ ୨,୦୭୧ କୋଟି ଟଙ୍କା ଥିଲା।

ସ୍ୱଦେଶୀ 4ଜି/5ଜି ପ୍ରଯୁକ୍ତି

  • ବିଶ୍ୱରେ କମ୍‌ ସଂଖ୍ୟକ ଏଣ୍ଡ ଟୁ ଏଣ୍ଡ ପ୍ରଯୁକ୍ତି ସେବା ପ୍ରଦାନକାରୀଙ୍କୁ ନେଇ ଦୂରସଞ୍ଚାର ପ୍ରଯୁକ୍ତି ଏକ ରଣନୀତିକ ପ୍ରଯୁକ୍ତି ଭାବେ କାର୍ଯ୍ୟ କରିଥାଏ।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଅନ୍ତର୍ଗତ ଭାରତର ନିଜସ୍ୱ 4ଜି/5ଜି ପ୍ରଯୁକ୍ତି ସଫଳତାପୂର୍ବକ ବିକଶିତ କରାଯାଇଛି।
  • ଏହାର ମୁତୟନ ଆରମ୍ଭ ହୋଇଯାଇଛି । କିଛି ମାସର କ୍ଷେତ୍ରୀୟ ମୁତୟନ ପରେ ଏହା ସାରା ଦେଶରେ ବିଏସଏନଏଲ ନେଟୱର୍କ ଅଧୀନରେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯିବ ।

*******

P.S.

 



(Release ID: 1930658) Visitor Counter : 93