ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିରକ୍ଷା ମନ୍ତ୍ରଣାଳୟଙ୍କ ଦ୍ୱାରା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୯୨୮ ଲାଇନ ରିପ୍ଲେସମେଣ୍ଟ ୟୁନିଟ/ଉପ-ପ୍ରଣାଳୀ/ଯନ୍ତ୍ରପାତିର ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ


ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ସକାରାତ୍ମକ ବିକାଶ ବୋଲି କହିଲେ ପ୍ରଧାନମନ୍ତ୍ରୀ

Posted On: 17 MAY 2023 10:09AM by PIB Bhubaneshwar

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୯୨୮ ଲାଇନ ରିପ୍ଲେସମେଣ୍ଟ ୟୁନିଟ/ଉପ-ପ୍ରଣାଳୀ/ଯନ୍ତ୍ରପାତିର ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସୂଚୀରେ ଉନ୍ନତ ମାନର ଉପକରଣ ଓ ଯନ୍ତ୍ରପାତି ସାମିଲ ରହିଛି । ଏହାକୁ ଆମଦାନୀ କରାଯାଇଥିଲେ ୭୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । 

ଶ୍ରୀ ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ସକାରାତ୍ମକ ବିକାଶ । ଏହା ଆତ୍ମନିର୍ଭର ଭାରତ ପାଇଁ ଆମ ସଂକଳ୍ପକୁ ମଜବୁତ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ।  

ଅଧିକ ବିବରଣୀ ପାଇଁ;

https://pib.gov.in/PressReleasePage.aspx?PRID=1923971

 

SR



(Release ID: 1924666) Visitor Counter : 91