ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାନ୍ଦିପୁର ଓ ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
ବାଘ ସଂରକ୍ଷଣ ପାଇଁ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କ ପ୍ରଶଂସା କଲେ
Posted On:
11 APR 2023 3:23PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନିଜ ବାନ୍ଦିପୁର ଓ ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟ ଗସ୍ତର ଝଲକ ଶେୟାର କରିଛନ୍ତି । ବାଘ ସଂରକ୍ଷଣ ପାଇଁ କଠିନ ପରିଶ୍ରମ କରୁଥିବା ବନ ଅଧିକାରୀ, ବନରକ୍ଷୀ, ବ୍ୟାଘ୍ର ସଂରକ୍ଷଣରେ ନିୟୋଜିତ କର୍ମଚାରୀ ଓ ଏହି କାମରେ ନିୟୋଜିତ ଅନ୍ୟମାନଙ୍କୁ ସେ ପ୍ରଶଂସା କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏକ ବିଶେଷ ଦିନ, ବିବିଧତାଭରା ବୃକ୍ଷରାଜି ଓ ଜୀବଜନ୍ତୁଙ୍କ ମଧ୍ୟରେ ଏବଂ ବାଘ ସଂଖ୍ୟା ବୃଦ୍ଧି ସମ୍ପର୍କରେ ସୁଖଦ ଖବର... ଦେଖନ୍ତୁ ଆଜିର ଝଲକ ।”
“ବାନ୍ଦିପୁର ଓ ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ଅବିସ୍ମରଣୀୟ ଗସ୍ତ ସମାପନ ପରେ, ବାଘ ସଂରକ୍ଷଣ ପାଇଁ କଠିନ ପରିଶ୍ରମ କରୁଥିବା ବନ ଅଧିକାରୀ, ବନରକ୍ଷୀ, ବ୍ୟାଘ୍ର ସଂରକ୍ଷଣରେ ନିୟୋଜିତ ଅଗ୍ରଣୀ କର୍ମଚାରୀ ଓ ଏହି କାମରେ ନିୟୋଜିତ ଅନ୍ୟମାନଙ୍କୁ ସାଧୁବାଦ ଜଣାଉଛି । ସେମାନଙ୍କ କର୍ମନିଷ୍ଠା ଓ ଉଦ୍ୟମକୁ ଶବ୍ଦରେ ବଖାଣି ହେବ ନାହିଁ ।”
SR
(Release ID: 1915574)
Visitor Counter : 163
Read this release in:
Kannada
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam