ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୦୧ ପ୍ରଳୟଙ୍କରୀ ଭୂମିକମ୍ପ ପରେ କଛର ପରିବର୍ତ୍ତନ ସମ୍ପର୍କରେ ଏକ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 05 APR 2023 6:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୦୧ ଭୂମିକମ୍ପରେ କଛ ଧ୍ୱସ୍ତବିଧ୍ୱସ୍ତ ହେବା ଠାରୁ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ପାଲଟିବା ସହ ବିକାଶ ସମ୍ପର୍କରେ କଛର ସାଂସଦ ଶ୍ରୀ ବିନୋଦ ଚାୱଡା ଏକ ଟ୍ୱିଟ ଶେୟାର କରିଛନ୍ତି ।

ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

କଛ ସମ୍ପର୍କରେ ଏକ ସୁନ୍ଦର ଟ୍ୱିଟ ଶୃଙ୍ଖଳ । ୨୦୦୧ରେ ଯେତେବେଳେ ପ୍ରଳୟଙ୍କରୀ ଭୂମିକମ୍ପ ହେଲା, ସେତେବେଳେ ଲୋକେ କଛ ଲୋପ ପାଇଗଲା ବୋଲି ଲେଖିଛନ୍ତି । ହେଲେ ଏହି ଜିଲ୍ଲାର ଲୋକଙ୍କ ମଧ୍ୟରେ କିଛି ଉଲ୍ଲେଖନୀୟ କଥା ରହିଛି । ସେମାନେ ପୁଣି ଛିଡା ହେଲେ ଓ ଜିଲ୍ଲାକୁ ନୂତନ ଉଚ୍ଚତାକୁ ନେଇଗଲେ । ଆଜି କଛ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟ ପାଲଟିଛି ।     

 

SR



(Release ID: 1913987) Visitor Counter : 92