ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମାଣ୍ଡ୍ୟା, କର୍ଣ୍ଣାଟକ ଗସ୍ତ ସମୟର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ


କର୍ଣ୍ଣାଟକ ବିକାଶର ଶକ୍ତି କେନ୍ଦ୍ର, ଦେଶର ବିଭିନ୍ନ କ୍ଷେତ୍ରର ପ୍ରଗତିରେ ଏହାର ଅବଦାନ ରହିଛି: ପ୍ରଧାନମନ୍ତ୍ରୀ

Posted On: 14 MAR 2023 8:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଗସ୍ତ କରିଥିବା ମାଣ୍ଡ୍ୟା, କର୍ଣ୍ଣାଟକର କିଛି ଝଲକ ଶେୟାର କରିଛନ୍ତି । ଏଠାକାର ଲୋକଙ୍କ ଭଲ ପାଇବା ସର୍ବଦା ମନେ ରହିବ ।

କର୍ଣ୍ଣାଟକର ମାଣ୍ଡ୍ୟା ସାଂସଦ ଶ୍ରୀମତୀ ସୁମଲତା ଅମ୍ବରୀଶଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମାଣ୍ଡ୍ୟା ବେଶ ଚମତ୍କାର! ଏଠାକାର ଲୋକଙ୍କ ସ୍ନେହ ସଦା ସ୍ମରଣୀୟ ରହିବ ।

ଏହାବ୍ୟତୀତ ଜଣେ ନାଗରିକ ରଙ୍ଗରାଜନ ବିନ୍ଦିଗଣଭିଲେଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ବିକାଶର ଶକ୍ତି କେନ୍ଦ୍ର କର୍ଣ୍ଣାଟକର ଦେଶ ବହୁ କ୍ଷେତ୍ର ପ୍ରତି ଅବଦାନ ରହିଛି । ଏହି ମହାନ ରାଜ୍ୟର ଲୋକଙ୍କ ସେବା କରିବା ସୌଭାଗ୍ୟର କଥା ।

SR



(Release ID: 1906606) Visitor Counter : 102