ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୂକମ୍ପ ପରେ କଛର ବିକାଶ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 28 AUG 2022 1:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂମିକମ୍ପ ପରେ ଗୁଜୁରାଟର କଛ କିପରି ଶିଳ୍ପ, କୃଷି ଓ ପର୍ଯ୍ୟଟନ ଆଦିର କେନ୍ଦ୍ର ପାଲଟିଛି ସେ ସମ୍ପର୍କରେ ଏକ ଭିଡିଓ ଶେୟାର କରିଛନ୍ତି । ମୋଦୀ ଷ୍ଟୋରି ଟ୍ୱିଟର ହ୍ୟାଣ୍ଡଲରୁ ଶେୟାର କରାଯାଇଥିବା ଏହି ଭିଡିଓରେ ଲୋକେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ କହିଛନ୍ତି । ଭୂକମ୍ପ ପରେ କଛକୁ ନୂଆ ରୂପ ଦେବାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଲୋକେ ପ୍ରଶଂସା କରିଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୨୦୦୧ ଭୂମିକମ୍ପ ପରେ କିଛି ଲୋକ କଛକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେମାନେ କହିଥିଲେ କଛର ଆଉ ଉତ୍ଥାନ ହେବ ନାହିଁ । ହେଲେ ସେହି ସମାଲୋଚକମାନେ କଛବାସୀଙ୍କ ଭାବନାକୁ ଅବମୂଲ୍ୟାୟନ କରିଥିଲେ । 

ମାତ୍ର କିଛି ଦିନ ମଧ୍ୟରେ କଛର ଅଭ୍ୟୁତ୍ଥାନ ହେଲା ଓ ଅନ୍ୟତମ ଦ୍ରୁତ ବିକାଶଶୀଳ ଜିଲ୍ଲା ପାଲଟିଲା ।”   

 

SR



(Release ID: 1855018) Visitor Counter : 126