ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚେନ୍ନାଇରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 26 MAY 2022 8:58PM by PIB Bhubaneshwar

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ୍ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ, ସଂସଦ ସଦସ୍ୟ, ତାମିଲନାଡୁ ବିଧାନସଭାର ସଦସ୍ୟଗଣ, ତାମିଲନାଡୁର ଭାଇ ଓ ଭଉଣୀମାନେ, ୱାଣକମ୍! ତାମିଲନାଡୁକୁ ଆସିବା ସବୁବେଳେ ଆଶ୍ଚର୍ଯ୍ୟଜନକ ! ଏହି ମାଟି ହେଉଛି ସ୍ବତନ୍ତ୍ର। ଏହି ରାଜ୍ୟର ଲୋକ, ସଂସ୍କୃତି ଏବଂ ଭାଷା ପ୍ରକୃତରେ ବେଶ ଉଲ୍ଲେଖନୀୟ । ମହାନ ଭାରତୀୟାର ଯେତେବେଳେ ଏ ସଂପର୍କରେ କହିଥିଲେ ସେତେବେଳେ ଏହାକୁ ସୁନ୍ଦର ଭାବରେ ପରିପ୍ରକାଶ କରିଥିଲେ :

ସେନ୍ତମିଲ ନାଡୁ ଏନ୍ନୁମ୍ ପୋଥିନିଲେ ଇନବା ତେନ ବନ୍ତୁ ପାୟୁତୁ କାଦିନିଲେ।

ବନ୍ଧୁଗଣ,

ପ୍ରତ୍ୟେକ କ୍ଷେତ୍ରରେ ତାମିଲନାଡୁର କେହି ଜଣେ ନା ଜଣେ ସର୍ବଦା ଉତ୍କୃଷ୍ଟ ଅଟନ୍ତି । ଏଇ ନିକଟରେ, ମୁଁ ମୋ ବାସଭବନରେ ଭାରତୀୟ ବଧିର ଅଲିମ୍ପିକ୍ସ ଦଳ ସହ ଭାବ ବିନିମୟର ଆୟୋଜନ କରିଥିଲି। ଆପଣ ଜାଣିଥିବେ ଯେ ଏଥର ପ୍ରତିଯୋଗିତାରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । କିନ୍ତୁ, ଆପଣ ଜାଣନ୍ତି କି ଆମେ ଜିତିଥିବା ୧୬ଟି ପଦକ ମଧ୍ୟରୁ ତାମିଲନାଡୁର ଯୁବକମାନେ ୬ଟି ପଦକ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ଏହି ଦଳ ପାଇଁ ମଧ୍ୟ ଏହା ସର୍ବଶ୍ରେଷ୍ଠ ଅବଦାନ ଥିଲା । ତାମିଲ ଭାଷାରେ ବେଶ ଆନ୍ତରିକତା ରହିଛି ଏବଂ ତାମିଲ ସଂସ୍କୃତି ବିଶ୍ୱବ୍ୟାପୀ । ଚେନ୍ନାଇରୁ କାନାଡା, ମଦୁରାଇରୁ ମାଲେସିଆ, ନାମାକ୍କାଲରୁ ନ୍ୟୁୟର୍କ, ସାଲେମରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ପୋଙ୍ଗଲ ଏବଂ ପୁଥାଣ୍ଡୁ ଅତ୍ୟନ୍ତ ଉତ୍ସାହର ସହିତ ଅଙ୍କିତ ହୋଇଥାଏ । ଫ୍ରାନ୍ସର କାନ୍ସରେ ଏକ ଚଳଚ୍ଚିତ୍ର ମହୋତ୍ସବ ଚାଲିଛି | ସେଠାରେ, ତାମିଲନାଡୁର, ଏହି ମହାନ ମାଟିର ସନ୍ତାନ ଥିରୁ ଏଲ୍. ମୁରୁଗାନ୍ ପାରମ୍ପାରିକ ତାମିଲ ପୋଷାକରେ ରେଡ୍ କାର୍ପେଟରେ ଚାଲିଲେ । ଏହା ସମଗ୍ର ବିଶ୍ୱରେ ତାମିଲମାନଙ୍କୁ ବହୁତ ଗର୍ବିତ କରିଛି।

ବନ୍ଧୁଗଣ,

ତାମିଲନାଡୁର ବିକାଶ ଯାତ୍ରାରେ ଆଉ ଏକ ଗୌରବମୟ ଅଧ୍ୟାୟ ପାଳନ କରିବାକୁ ଆମେ ଏଠାରେ ଏକତ୍ରିତ ହୋଇଛୁ । ଏକତିରିଶ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ଉଦଘାଟିତ ହୋଇଛି ଅବା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଆମେ କେବଳ ଏହି ପ୍ରକଳ୍ପର ସବିଶେଷ ତଥ୍ୟ ଦେଖୁଛୁ କିନ୍ତୁ ମୁଁ କିଛି ବିନ୍ଦୁ ବିଷୟରେ କହିବାକୁ ଚାହୁଁଛି । ସଡକ ନିର୍ମାଣ ଉପରେ ସ୍ପଷ୍ଟ ଧ୍ୟାନ ଦେଖାଯାଉଛି । ଆମେ ଏହା କରୁଛୁ କାରଣ ଏହା ସିଧାସଳଖ ଅର୍ଥନୈତିକ ସମୃଦ୍ଧି ସହିତ ଜଡିତ । ବେଙ୍ଗାଲୁରୁ ଚେନ୍ନାଇ ଏକ୍ସପ୍ରେସ ୱେ ଅଭିବୃଦ୍ଧିର ଦୁଇଟି ପ୍ରମୁଖ କେନ୍ଦ୍ରକୁ ସଂଯୋଗ କରିବ । ଚେନ୍ନାଇ ବନ୍ଦରକୁ ମଦୁରାଭାୟାଲକୁ ସଂଯୋଗ କରୁଥିବା 4 ଲେନ ବିଶିଷ୍ଟ ସଡ଼କ ଚେନ୍ନାଇ ବନ୍ଦରକୁ ଅଧିକ କାର୍ଯ୍ୟକ୍ଷମ ଏବଂ ସହରର ଯାତାୟାତରେ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବ । ନେରାଲୁରୁ ଧର୍ମପୁରୀ ସେକସନ ଏବଂ ମେନସୁରୁଟିରୁ ଚିଦାମ୍ବରମ୍ ସେକସନର ସମ୍ପ୍ରସାରଣ ଲୋକଙ୍କ ପାଇଁ ଅନେକ ଲାଭଦାୟକ ହେବ। ମୁଁ ବିଶେଷ ଖୁସି ଯେ 5 ଟି ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଉଛି । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆଧୁନିକୀକରଣ ଏବଂ ବିକାଶ କାର୍ଯ୍ୟ କରାଯାଉଛି । ସେହିପରି ଏହି ସମୟରେ, ଏହା ସ୍ଥାନୀୟ କଳା ଏବଂ ସଂସ୍କୃତି ସହିତ ସମିଶ୍ରଣ ହେବ । ମଦୁରାଇ ଏବଂ ଥେନି ମଧ୍ୟରେ ଗଜ୍ ରୂପାନ୍ତର ମୋର କୃଷକ ଭଉଣୀ ଏବଂ ଭାଇମାନଙ୍କୁ ସାହାଯ୍ୟ କରିବ, ବଜାର ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ଏହା ସେମାନଙ୍କୁ ଅଧିକ ସାହାଯ୍ୟ କରିବ।

ବନ୍ଧୁଗଣ,

ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ପିଏମ୍- ଆୱାସ ଯୋଜନା ଅନ୍ତର୍ଗତ ଐତିହାସିକ ଚେନ୍ନାଇ ଲାଇଟ୍ ହାଉସ୍ ପ୍ରକଳ୍ପର ଏକ ଅଂଶ ଭାବେ ଘର ପାଇବେ। ଏହା ଆମ ପାଇଁ ହେଉଛି ଅତ୍ୟନ୍ତ ସନ୍ତୋଷଜନକ ପ୍ରକଳ୍ପ ହୋଇଛି । ସୁଲଭ, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଘର ତିଆରି କରିବାରେ ସର୍ବଶେଷ୍ଠ ବିନିଯୋଗ ପାଇବାକୁ ଆମେ ଏକ ବିଶ୍ୱସ୍ତରୀୟ ଆହ୍ବାନରେ କାର୍ଯ୍ୟ ଆରମ୍ଭ କରିଥିଲୁ । ରେକର୍ଡ ସମୟ ମଧ୍ୟରେ, ଏହିଭଳି ପ୍ରଥମ ଲାଇଟ୍ ହାଉସ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ ମୁଁ ଖୁସି ଯେ ଏହା ଚେନ୍ନାଇରେ ହୋଇଛି । ଥିରୁଭଲୁରରୁ ବେଙ୍ଗାଲୁରୁ ଏବଂ ଏନ୍ନୋରରୁ ଚେଙ୍ଗାଲପଟ୍ଟୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ ସହିତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ଲୋକଙ୍କ ପାଇଁ ଏଲଏନଜି ଉପଲବ୍ଧ ହେବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ଦ୍ରୁତ କରିବା ଏବଂ ଚେନ୍ନାଇ ବନ୍ଦରକୁ ଅର୍ଥନୈତିକ ବିକାଶର ଏକ ହବ୍ କରିବା ପାଇଁ ଏକ ଦୃଷ୍ଟିକୋଣ ସହିତ ଚେନ୍ନାଇରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଦେଶର ଅନ୍ୟାନ୍ୟ ସ୍ଥାନରେ ଏଭଳି ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ଆମ ଦେଶର ମାଲ ପରିବହନ ଇକୋସିଷ୍ଟମରେ ଏକ ପରିବର୍ତ୍ତନ ଆଣିବ। ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପର ପ୍ରତ୍ୟେକଟି ନିଯୁକ୍ତି ସୁଯୋଗ ଆତ୍ମନିର୍ଭର କ୍ଷେତ୍ରରେ ଆମର ସଂକଳ୍ପକୁ ବୃଦ୍ଧି କରିବ। 

ବନ୍ଧୁଗଣ,

ମୁଁ ନିଶ୍ଚିତ ଯେ ଆପଣ‌​‌ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜର ପିଲାମାନଙ୍କ ପାଇଁ ଏକ ଉନ୍ନତମାନର ଜୀବନଯାପନ କରିବାକୁ ଚାହାଁନ୍ତି । ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ଗୌରବମୟ ଭବିଷ୍ୟତ ମଧ୍ୟ ଚାହୁଁଛନ୍ତି । ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡଗୁଡିକ ହେଉଛି ସର୍ବୋଚ୍ଚ ଗୁଣାତ୍ମକ ଭିତ୍ତିଭୂମି। ଇତିହାସ ଆମକୁ ଶିକ୍ଷା ଦେଇଛି ଯେ ସେହି ରାଷ୍ଟ୍ରଗୁଡିକ ଯେଉଁମାନେ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ, ବିକାଶରୁ ବିକଶିତ ଦେଶକୁ ପରିବର୍ତ୍ତନ କଲେ । ସର୍ବଶ୍ରେଷ୍ଠ ଗୁଣବତ୍ତା ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଉପରେ ଭାରତ ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି । ଯେତେବେଳେ ମୁଁ ଭିତ୍ତିଭୂମି ବିଷୟରେ କଥା କୁହେ, ମୁଁ ଉଭୟ ସାମାଜିକ ଏବଂ ବାସ୍ତବିକ ଭିତ୍ତିଭୂମି ବିଷୟରେ ସୂଚିତ କରେ । ସାମାଜିକ ଭିତ୍ତିଭୂମିକୁ ନବୀକରଣ କରି ଆମେ ଗରିବ କଲ୍ୟାଣ ଲକ୍ଷ୍ୟ ହାସଲ କରିବାକୁ ରଖିଛୁ । ସାମାଜିକ ଭିତ୍ତିଭୂମି ଉପରେ ଆମର ଗୁରୁତ୍ୱ 'ସର୍ବ ଜନ ହିତାୟ, ସର୍ବ ଜନ ସୁଖାୟ'ର ନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରେ । ପ୍ରମୁଖ ଯୋଜନାଗୁଡିକ ପାଇଁ ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ବ୍ୟାପକତା ହାସଲ କରିବାକୁ ଆମ ସରକାର କାର୍ଯ୍ୟ କରୁଛନ୍ତି । ଯେ କୌଣସି କ୍ଷେତ୍ର ନିଅନ୍ତୁ-ଶୌଚାଳୟ, ଗୃହ, ଆର୍ଥିକ ଅନ୍ତର୍ଭୂକ୍ତୀକରଣ… ଆମେ ସମ୍ପୂର୍ଣ୍ଣ ପରିବ୍ୟାପ୍ତ ଦିଗରେ କାର୍ଯ୍ୟ କରୁଛୁ । ଆମେ ପ୍ରତ୍ୟେକ ଘରକୁ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ - ଟ୍ୟାପ୍ ପାଣି । ଯେତେବେଳେ ଆମେ ତାହା କରୁ, କାହାକୁ ବାଦ ଦେବା କିମ୍ବା ଭେଦଭାବ ପାଇଁ କୌଣସି ପରିସର ବାକି ରୁହେ ନାହିଁ । ଆଉ ଭୌତିକ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଥାଉ କାରଣ, ଭାରତର ଯୁବକମାନେ ଅଧିକ ଲାଭବାନ ହେବେ । ଏହା ଯୁବପିଢୀଙ୍କ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ ଏବଂ ଯୁବକମାନେ ସଂପଦ ଏବଂ ମୂଲ୍ୟ ସୃଷ୍ଟି କରିବାରେ ବ୍ୟବହାର କରିବେ।

ବନ୍ଧୁଗଣ,

ପାରମ୍ପରିକ ଭାବରେ ଯାହାକୁ ଭିତ୍ତିଭୂମି କୁହାଯାଏ ଆମ ସରକାର ମଧ୍ୟ ତାହା ଅତିକ୍ରମ କରି ସାରିଛନ୍ତି। କିଛି ବର୍ଷ ପୂର୍ବେ ଭିତ୍ତିଭୂମି ରାସ୍ତା, ବିଦ୍ୟୁତ୍ ଏବଂ ଜଳକୁ ବୁଝାଉଥିଲା। ଆଜି ଆମେ ଭାରତର ଗ୍ୟାସ ପାଇପଲାଇନ ନେଟୱାର୍କର ସଂପ୍ରସାରଣ କାର୍ଯ୍ୟ କରୁଛୁ । ଆଇ-ୱେଜ ଉପାୟରେ କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ଗାଁକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ନେବା ଏହା ଆମର ଦୃଷ୍ଟିଭଙ୍ଗୀ। ଏହାର ପରିବର୍ତ୍ତନଶୀଳ ସମ୍ଭାବନା ବିଷୟରେ କଳ୍ପନା କରନ୍ତୁ । କିଛି ମାସ ପୂର୍ବରୁ ଆମେ ପିଏମ୍-ଗତିଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଆଗାମୀ ବର୍ଷରେ ଭାରତର ସର୍ବଶ୍ରେଷ୍ଠ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ସମସ୍ତ ହିତାଧିକାରୀ ଏବଂ ମନ୍ତ୍ରଣାଳୟକୁ ଏକତ୍ରିତ କରିବ । ଲାଲକିଲାରୁ ମୁଁ ଏକ ଜାତୀୟ ଭିତ୍ତିଭୂମି ପାଇପଲାଇନ ବିଷୟରେ କହିଥିଲି। ଏହା ଶହେ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଏକ ପ୍ରକଳ୍ପ । ଏହି ଲକ୍ଷ୍ୟକୁ ବାସ୍ତବରେ ପରିଣତ କରିବା ପାଇଁ କାର୍ଯ୍ୟ ଚାଲିଛି । ଚଳିତ ବର୍ଷର ବଜେଟରେ ପୁଞ୍ଜି ବ୍ୟୟ ପାଇଁ 7.5 ଲକ୍ଷ କୋଟି ଟଙ୍କାରୁ ଅଧିକ ଆବଣ୍ଟିତ ହୋଇଛି, ଯାହା ଏକ ଐତିହାସିକ ବୃଦ୍ଧି । ଭିତ୍ତିଭୂମି ସୃଷ୍ଟି କରିବାବେଳେ ଆମେ ମଧ୍ୟ ସୁନିଶ୍ଚିତ କରୁଛୁ ଯେ ଏହି ପ୍ରକଳ୍ପଗୁଡ଼ିକ ସମୟ ଏବଂ ପାରଦର୍ଶୀ ଢଙ୍ଗରେ ସମାପ୍ତ ହୋଇଛି।

ବନ୍ଧୁଗଣ,

ତାମିଲ ଭାଷା ଏବଂ ସଂସ୍କୃତିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଚଳିତ ବର୍ଷ ଜାନୁଆରୀରେ ଚେନ୍ନାଇରେ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲର ନୂତନ କ୍ୟାମ୍ପସ୍ ଉଦଘାଟନ କରାଯାଇଥିଲା। ନୂତନ କ୍ୟାମ୍ପସକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିଛନ୍ତି । ଏହା ଏକ ପ୍ରଶସ୍ତ ଲାଇବ୍ରେରୀ, ଏକ ଇ-ଲାଇବ୍ରେରୀ, ସେମିନାର ହଲ୍ ଏବଂ ମଲ୍ଟିମିଡିଆ ହଲ୍ ସହିତ ସୁସଜ୍ଜିତ। ନିକଟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାମିଲ ଷ୍ଟଡିଜ୍ ଉପରେ 'ସୁବ୍ରମଣ୍ୟ ଭାରତୀ ଚେୟାର' ଘୋଷଣା କରାଯାଇଥିଲା । ଯେହେତୁ ବିଏଚୟୁ ମୋ ନିର୍ବାଚନମଣ୍ଡଳୀରେ ଅବସ୍ଥିତ, ସେଥିପାଇଁ ଆନନ୍ଦ ବେଶ ସ୍ବତନ୍ତ୍ର ଥିଲା । ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବାରେ ବିଶେଷ ଗୁରୁତ୍ୱ ଦେଇଥାଏ । ଜାତୀୟ ଶିକ୍ଷା ନୀତିରେ ଯେହେତୁ ସ୍ଥାନୀୟ ଭାଷାରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମ କରାଯାଇପାରିବ। ତାମିଲନାଡୁର ଯୁବକମାନେ ଏଥିରୁ ଉପକୃତ ହେବେ।

ବନ୍ଧୁଗଣ,

ଶ୍ରୀଲଙ୍କା ଏବେ ଜଟିଳ ସମୟ ଦେଇ ଗତି କରୁଛି। ମୁଁ ନିଶ୍ଚିତ ଯେ ଆପଣମାନେ ସେଠାକାର ବିକାଶ ପାଇଁ ଚିନ୍ତିତ । ଜଣେ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବରେ ଭାରତ, ଶ୍ରୀଲଙ୍କାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି । ଏଥିରେ ଆର୍ଥିକ ସହାୟତା, ଇନ୍ଧନ, ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ସହାୟତା ଅନ୍ତର୍ଭୁକ୍ତ। ଅନେକ ଭାରତୀୟ ସଂଗଠନ ଏବଂ ବ୍ୟକ୍ତି ବିଶେଷ ଶ୍ରୀଲଙ୍କାର ଉତ୍ତରରେ ଥିବା ତାମିଲ ସମେତ ପୂର୍ବରେ ଏବଂ ଉପକଣ୍ଠରେ ସେମାନଙ୍କ ଭାଇ ଓ ଭଉଣୀମାନଙ୍କ ପାଇଁ ସହାୟତା ପଠାଇଛନ୍ତି । ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ବୃଦ୍ଧି ପାଇଁ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଦୃଢ ଭାବରେ କହିଛି । ଭାରତ ଶ୍ରୀଲଙ୍କାର ଲୋକଙ୍କ ସହ ଠିଆ ହେବା ସହ ଶ୍ରୀଲଙ୍କାରେ ଗଣତନ୍ତ୍ର, ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ସମର୍ଥନ କରିବ।

ବନ୍ଧୁଗଣ,

ମୁଁ କିଛି ବର୍ଷ ପୂର୍ବେ ମୁଁ ମୋର ଜାଫନା ଗସ୍ତକୁ କେବେବି ଭୁଲି ପାରିବି ନାହିଁ। ଜାଫନା ପରିଦର୍ଶନ କରିଥିବା ମୁଁ ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଶ୍ରୀଲଙ୍କାରେ ତାମିଲ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ସେବା, ପରିବହନ, ଗୃହ ଏବଂ ସଂସ୍କୃତିକୁ ଅନ୍ତର୍ଭୁକ୍ତ। 

ବନ୍ଧୁଗଣ,

ଏବେ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ । 75 ବର୍ଷ ପୂର୍ବେ ଆମେ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଆମର ଯାତ୍ରା ଆରମ୍ଭ କରିଥିଲୁ। ଆମର ସ୍ୱାଧୀନତା ସଂଗ୍ରାମୀମାନେ ଆମ ଦେଶ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ସେଗୁଡିକ ପୂରଣ କରିବା ଆମର କର୍ତ୍ତବ୍ୟ ଏବଂ ମୁଁ ନିଶ୍ଚିତ ଯେ ଆମେ ଏହି ଉତ୍ସବକୁ ଗର୍ବର ସହିତ ପାଳନ କରିବୁ ଏବଂ ତାହା ନିଶ୍ଚୟ କରିବୁ ​‌। ମିଳିତ ଭାବେ ଆମେ ଭାରତକୁ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧ କରିବା । ପୁଣିଥରେ, ଶୁଭାରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟ ପାଇଁ ଅଭିନନ୍ଦନ।

ୱାଣକମ୍ !

ଧନ୍ୟବାଦ!

*****

AH



(Release ID: 1828606) Visitor Counter : 148