ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ପରିବାର ବଜେଟ ବୋଝ କମାଇବ: ପ୍ରଧାନମନ୍ତ୍ରୀ

Posted On: 21 MAY 2022 8:16PM by PIB Bhubaneshwar

ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ ।- ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ କହିଛନ୍ତି, ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ଓ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ଜୀବନଯାତ୍ରା ସୁଗମ କରିବ । 

ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ଉଦ୍ଧୃତି ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି । 

“ଆମପାଇଁ ନାଗରିକ ସର୍ବପ୍ରଥମ । 

ଆଜିର ନିଷ୍ପତ୍ତି ବିଶେଷ କରି ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଓ ଜୀବନଯାତ୍ରାକୁ ସୁଗମ କରିବ ।

ଉଜ୍ଜ୍ୱଳା ଯୋଜନା ଦ୍ୱାରା କୋଟି କୋଟି ଭାରତୀୟ, ବିଶେଷ କରି ମହିଳା ଉପକୃତ ହୋଇଛନ୍ତି । ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ପରିବାରର ବଜେଟ କମାଇବ ।”

SR



(Release ID: 1827283) Visitor Counter : 146