ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍‌ର ତିନୋଟି ୟୁନିଟ୍‌ ପାଇଁ ନୂଆ ନିବେଶ ନୀତି-୨୦୧୨ର ପ୍ରଯୁଜ୍ୟତା ସମ୍ପ୍ରସାରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

Posted On: 22 MAR 2022 2:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ସାର ବିଭାଗ ପକ୍ଷରୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ମଞ୍ଜୁରି ଅନୁଯାୟୀ, ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟକ ଲିମିଟେଡ (ଏଚୟୁଆରଏଏଲ)ର ତିନୋଟି ୟୁନିଟ – ଗୋରଖପୁର, ସିନ୍ଦରୀ ଏବଂ ବରୌନୀ ପାଇଁ ନୂତନ ନିବେଶ ନୀତି (ଏନଆଇପି)-୨୦୧୨ର ପ୍ରଯୁଜ୍ୟତାକୁ ସମ୍ପ୍ରସାରଣ କରାଯିବ ।

କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ), ଏନଟିପିସି ଲିମିଟେଡ (ଏନଟିପିସି) ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ)ର ଏକ ଯୌଥ ଉଦ୍ୟୋଗ କମ୍ପାନୀ ଭାବେ ୧୫ ଜୁନ, ୨୦୧୬ରେ ଏଚୟୁଆରଏଲର ନିଗମୀକରଣ ହୋଇଥିଲା। ପୂର୍ବରୁ ଥିବା ଏଫସିଆଇଏଲର ଗୋରଖପୁର ଓ ସିନ୍ଦରୀ ୟୁନିଟ୍‌ ଏବଂ ଜିଏଫସିଏଲର ବରୌନୀ ୟୁନିଟ୍‌ର ପୁନରୁଦ୍ଧାର ପାଇଁ ଏଚୟୁଆରଏଲ ଏବେ କାର୍ଯ୍ୟ କରୁଛି । ଏଚୟୁଆରଏଲ ପକ୍ଷରୁ ପ୍ରତ୍ୟେକ ୟୁନିଟ୍‌ ଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍‌ (ଆଇଏଲଏମଟିପିଏ)ର ପ୍ରତିଷ୍ଠିତ କ୍ଷମତା ବିଶିଷ୍ଟ ନୂଆ ବାଷ୍ପ ଆଧାରିତ ୟୁରିଆ ପ୍ଲାଣ୍ଟ ସ୍ଥାପନ କରୁଛି । ୨୫ ହଜାର ୧୨୦ କୋଟି ଟଙ୍କା ବ୍ୟୟ କରାଯାଇ ତିନୋଟି ଏଚୟୁଆରଏଲ ୟୁରିଆ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଚୟୁଆରଏଲର ଏସବୁ ତିନୋଟି ୟୁନିଟ୍‌କୁ ଗେଲ୍‌ ପକ୍ଷରୁ ପ୍ରାକୃତିକ ବାଷ୍ପ ଯୋଗାଣ କରାଯାଉଛି ।

ଏଚୟୁଆରଏଲର ଏହି ଅତ୍ୟାଧୁନିକ ପ୍ଲାଣ୍ଟ ସରକାରଙ୍କ ସେହି ପ୍ରୟାସର ଅଂଶବିଶେଷ, ଯାହା ଅଧୀନରେ ଏସସିଆଇଏଲ/ଏଚଏଫସିଏଲର ବନ୍ଦ ପଡ଼ିଥିବା ୟୁରିଆ ପ୍ଲାଣ୍ଟକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି, ଯାହାଫଳରେ ୟୁରିଆ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ । ଏହି ତିନୋଟି ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ୩୮.୧ ଏଲଏମଟିପିଏ ପରିମାଣର ସ୍ୱଦେଶୀ ୟୁରିଆ ଉତ୍ପାଦନ ବଢ଼ିବ । ଏଥିସହିତ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଭାରତକୁ ‘ଆତ୍ମନିର୍ଭରଶୀଳ’ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବାରେ ମଧ୍ୟ ସହାୟତା ମିଳିବ । ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀମାନଙ୍କୁ ଯଥେଷ୍ଟ ପରିମାଣରେ ସାରା ଉପଲବ୍ଧ ହେବା ସହିତ, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ । ଅନୁରୂପ ଭାବେ ସଡ଼କ, ରେଳ, ସହାୟକ ଉଦ୍ୟୋଗ ଭଳି ଭିତ୍ତିଭୂମି ବିକାଶ ଜରିଆରେ ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥା ଅଧିକ ଗତିଶୀଳ ହୋଇପାରିବ ।

ଏଚୟୁଆରଏଲର ତିନୋଟି ୟୁନିଟରେ ବିଭିନ୍ନ ଅଭିନବ ବିଶେଷତ୍ୱ ରହିଛି, ଯଥା ଉତ୍କୃଷ୍ଟ ବିସ୍ଫୋରକ ନିରୋଧୀ ନିୟନ୍ତ୍ରଣ କକ୍ଷ, ଯେଉଁଥିରେ ଡିସିଏଲ (ଡିଷ୍ଟ୍ରିବ୍ୟୁଟେଡ୍‌ କଣ୍ଟ୍ରୋଲ ସିଷ୍ଟମ), ଇଏସଡି (ଏମର୍ଜେନ୍ସି ସଟ୍‌ଡାଉନ ସିଷ୍ଟମ), ପରିବେଶ ନିରୀକ୍ଷଣ ପ୍ରଣାଳୀ ସୁବିଧା ରହିଛି । ଏସବୁ ପ୍ଲାଣ୍ଟରୁ ବର୍ଜ୍ୟ ଜଳ ନିଷ୍କାସନ ପ୍ଲାଣ୍ଟ ବାହାରେ କୌଣସି ଅନ୍ୟ ସ୍ଥାନକୁ ହୋଇନଥାଏ। ଅତ୍ୟନ୍ତ ଉଦ୍ୟମୀ, ସମର୍ପିତ ଏବଂ ସୁପ୍ରଶିକ୍ଷିତ ପରିଚାଳକମାନଙ୍କ ଦ୍ଵାରା ଏହି ବ୍ୟବସ୍ଥାର ପରିଚାଳନା ହୋଇଥାଏ। ଏଚୟୁଆରଏଲ-ଗୋରଖପୁର ୟୁନିଟ୍‌ରେ ଭାରତର ପ୍ରଥମ ୬୫ ମିଟର ଲମ୍ବ ଏବଂ ଦୁଇ ମିଟର ଚଉଡ଼ାର ଏୟାର ଅପରେଟେଡ୍‌ ବୁଲେଟ୍‌ ପ୍ରୁଫ ରବର ଡ୍ୟାମ୍‌ ରହିଛି ।

ଏହି ତିନୋଟି କେନ୍ଦ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଭାରତର ସାତଟି ରାଜ୍ୟ-ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୟୁରିଆ ଚାହିଦା ପୂରଣ କରିବା ଏହାର ଉଦ୍ଦେଶ୍ୟ ।

 

******

P.S.



(Release ID: 1808366) Visitor Counter : 169