ଅର୍ଥ ମନ୍ତ୍ରଣାଳୟ

ଦେଶର ବିକାଶ ଇଞ୍ଜିନ ସାଜିବ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ସାତଟି ପ୍ରମୁଖ ବିଭାଗ


ସଡକ,ରେଳପଥ, ବିମାନବନ୍ଦର, ବନ୍ଦର, ସାମଗ୍ରିକ ପରିବହନ, ଜଳପଥ ଓ ବ୍ୟବସ୍ଥାଗତ ଭିତ୍ତିଭୂମି ଆର୍ଥିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ

୨୦୨୨-୨୩ ସୁ୍‌ଦ୍ଧା ଜାତୀୟ ରାଜପଥର ବ୍ୟାପ୍ତି ୨୫ହଜାର କିଲୋମିଟର ବୃଦ୍ଧି ପାଇବ

ୟୁନିଫାଏଡ ଲଜିଷ୍ଟିକ ଇଣ୍ଟରଫେଜ ପ୍ଲାଟଫର୍ମକୁ(ୟୁଏଲଆଇପି) ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ ଆଦାନ ପ୍ରଦାନ (ଏପିଆଇ) ପ୍ରତ୍ୟେକ ଭାଗିଦାରକୁ ବାସ୍ତବ ତଥ୍ୟ ଯୋଗାଇବ

୨୦୨୨-୨୩ ରେ ପିପିପି ମୋଡରେ ଥିବା ଚାରିଟି ସ୍ଥାନରେ ମଲଟି ମଡେଲ ଲଜିଷ୍ଟିକ୍ ଉଦ୍ୟାନ ହେବେ ପୁରସ୍କୃତ

ସ୍ଥାନୀୟ ବ୍ୟବସାୟ ଓ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ନିମନ୍ତେ ଗୋଟିଏ ଷ୍ଟେସନ-ଗୋଟିଏ ସାମଗ୍ରୀ ଲୋକପ୍ରିୟ କରାଯିବ

କବଚ ଅଧୀନରେ ଦୁଇହଜାର କିଲୋମିଟର ରେଳ ନେଟୱାକ ଅଣାଯିବ, ୪୦୦ନୂତନ ପିଢିର ବନ୍ଦେ ଭାରତ ଟ୍ରେନ ବିକଶିତ ହେବ

ଆଗାମୀ ତିନିବର୍ଷ ମଧ୍ୟରେ ଶହେଟି ପିଏମ୍ ଗତିଶକ୍ତି କାର୍ଗୋ ଟର୍ମିନାଲ ମଲଟି ମଡେଲ ଲଜିଷ୍ଟିକ୍ ସୁବିଧା ପାଇଁ ବିକଶିତ ହେବ

ପିପିପି ମୋଡରେ ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ

୨୦୨୨-୨୩ରେ ୬୦କିଲୋମିଟର ଦୀର୍ଘ ଆଠଟି ରୋପ ୱେ ପ୍ରକଳ୍ପ ପାଇଁ ଚୁକ୍ତି ହେବ

Posted On: 01 FEB 2022 12:49PM by PIB Bhubaneshwar

 ଆର୍ଥିକ ଅଭିବୃଦ୍ଧି ଏବଂ ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ପିଏମ୍ ଗତିଶକ୍ତି ହେଉଛି ଏକ ଅବସ୍ଥାନ୍ତର ପ୍ରକ୍ରିୟା । ଏହି ପ୍ରକ୍ରିୟା ସାତଟି ଉପାଦାନ ଯଥା ସଡକ, ରେଳବାଇ, ବିମାନବନ୍ଦର, ବନ୍ଦର, ଜନସାଧାରଣ ପରିବହନ, ଜଳପଥ ଓ ଅବସ୍ଥାଗତ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ । ଆଜି (୦୧.୦୨.୨୦୨୨) ସଂସଦରେ ୨୦୨୨-୨୩ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସମସ୍ତ ସାତଟି ଯାକ ଇଞ୍ଜିନ ଦେଶର ଅର୍ଥନୀତିକ ବିକାଶର ପରିଚାୟକ ହେବେ ବୋଲି କହିଛନ୍ତି । ଏହି ଇଞ୍ଜିନଗୁଡିକୁ ଶକ୍ତି ସରବରାହ, ପ୍ରଯୁକ୍ତି ଯୋଗାଯୋଗ, ଦଳ ଓ ନାଳନର୍ଦ୍ଦମା ଓ ସାମାଜିକ ଭିତ୍ତିଭୂମି ନିଜର  ସହାୟତା ପ୍ରଦାନ କରିବେ । ଶେଷରେ ସେ କହିଛନ୍ତି ଯେ ଏହି ପଦକ୍ଷେପକୁ ସ୍ୱଚ୍ଛ ଶକ୍ତି ଓ ସବକା ପ୍ରୟାସ, କେନ୍ଦ୍ର ଓ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମିଳିତ ଭାବେ ଶକ୍ତି ପ୍ରଦାନ କରିବା ଦ୍ୱାରା ସମସ୍ତଙ୍କ ପାଇଁ ବିଶେଷକରି ଯୁବଗୋଷ୍ଠୀ ନିମନ୍ତେ କର୍ମନିଯୁକ୍ତି ଓ ଔଦ୍ୟୋଗିକ ସୁବିଧା ସୁଯୋଗ ଉପଲବ୍ଧ ହୋଇଛି ।

2 . PM Gatishakti.jpg

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆର୍ଥିକ ଅବସ୍ଥାନ୍ତର, ସିମ୍‌ଲେସ ମଲଟି ମଡେଲ ସଂଯୋଗ ଓ ଅବସ୍ଥାଗତ  ଦକ୍ଷତା ପାଇଁ ସାତଟି ଇଞ୍ଜିନ ଦ୍ୱାରା ଯୁକ୍ତ ହୋଇଛି । ଗତିଶକ୍ତି ମାଷ୍ଟରପ୍ଲାନ ଅନୁସାରେ ରାଜ୍ୟ ସରକାରମାନଙ୍କ ଦ୍ୱାରା ବିକଶିତ ଭିତ୍ତିଭୂମି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଅଭିନବ ଉପାୟ ଅବଲମ୍ବନ ପୂର୍ବକ ଯୋଜନା ଓ ଆର୍ଥିକ ସହାୟତା, ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଓ ତ୍ୱରିତ କାର୍ଯ୍ୟକାରିତା ଉପରେ ଅଧିକ ଗୁୁରୁତ୍ୱ ଆରୋପ କରାଯିବ । ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହି ସାତଟି ଇଞ୍ଜିନ ସହ ସଂଶ୍ଳିଷ୍ଟ ତଥା ଜାତୀୟ ଭିତ୍ତିଭୂମି ପାଇପଲାଇନ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ଢାଞ୍ଚା ମଧ୍ୟରେ କାର୍ଯ୍ୟ କରିବ ।ଏହି ମାଷ୍ଟର ପ୍ଲାନର ମୁଖ୍ୟ ଆଧାର ବିଶ୍ୱସ୍ତରୀୟ ଆଧୁନିକ ଭିତ୍ତିଭୂମି ଏବଂ ଜନସାଧାରଣ, ସାମଗ୍ରୀ ନିର୍ବିଶେଷରେ ଓ ପ୍ରକଳ୍କ ଅବସ୍ଥିତିକୁ ନେଇ ହେବ । ଏହା ଉତ୍ପାଦକତା ବୃଦ୍ଧି ସହ ଆର୍ôଥର୍କ ଅଭିବୃଦ୍ଧି ଓ ବିକାଶ ଘଟାଇବ ବୋଲି ସେ କହିଛନ୍ତି ।

Quote Covers_M3.jpg

ସଡକ ପରିବହନ

୨୦୨୨-୨୩ ରେ ରାଜରାସ୍ତା ନିମନ୍ତେ ପିଏମ୍ ଗତିଶକ୍ତି ମାଷ୍ଟରପ୍ଲାନ ଏପରି ତିଆରି ହେବ ଯାହାଦ୍ୱାରା ଜନସାଧାରଣ ଓ ମାଲ ପରିବହନ ଅଧିକ ଗତିଶୀଳ ହେବ ବୋଲି  ଶ୍ରୀମତୀ ସୀତାରମଣ କହିଛନ୍ତି । ୨୦୨-୨୩ରେ ଜାତୀୟ ରାଜପଥ ବିସ୍ତାର ୨୫ହଜାର କିଲୋମିଟରକୁ ସମ୍ପ୍ରସାରିତ ହେବ । ଜନସାଧାରଣଙ୍କ ସମ୍ବଳର ସୁଦୁପଯୋଗ ପାଇଁ ଅଭିନବ ଉପାୟରେ ୨୦ହଜାର କୋଟି ଟଙ୍କା ନିବେଶ କରାଯିବ ।

ଜନସାଧାରଣ ଓ ସାମଗ୍ରୀର ସିମଲେସ୍ ମଲ୍ଟିମୋଡାଲ ଗତି

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ପ୍ରତ୍ୟେକ ତଥ୍ୟ ଆଦାନପ୍ରଦାନ କାର୍ଯ୍ୟ ଏକ ଅବସ୍ଥାଗତ ଇଣ୍ଟରଫ୍ରେଜ ପ୍ଲାଟଫର୍ମ (ୟୁଏଲଆଇପି) ଜରିଆରେ ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫ୍ରେସ(ଏପିଆଇ) ମାଧ୍ୟମରେ କରା ହେବ ।

ଏହା ବିଭିନ୍ନ ଉପାୟରେ ସାମଗ୍ରୀ ପରିବହନରେ ଦକ୍ଷତା ବୃଦ୍ଧି, ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ, ପରିଚାଳନା ଗତ ଦକ୍ଷତାବୃଦ୍ଧି କରିବା ସହ ଅଦରକାରୀ ନଥିପତ୍ର କାର୍ଯ୍ୟକଳାପ ହ୍ରାସ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହା ଠିକ୍ ସମୟରେ ଅଂଶୀଦାରମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ସହ, ଆନ୍ତର୍ଜାତିକ ପ୍ରତିଯୋଗିତା ଭାବନା ବୃଦ୍ଧି କରିବ । ଏହାଦ୍ୱାରା ସିମ୍‌ଲେସ୍ ଯାତ୍ରା ମଧ୍ୟ ସହଜରେ ହୋଇପାରିବ ।

ମଲ୍‌ଟି ମୋଡାଲ ଲଜିଷ୍ଟିକ୍ ପାର୍କ-୨୦୨୨-୨୩ରେ ଚାରିଟି ସ୍ଥାନରେ ପିପିପି ମୋଡରେ ମଲଟି ମୋଡାଲ ଲଜିଷ୍ଟିକ୍ ପାର୍କ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଚୁକ୍ତି ହେବ ।

ରେଳବାଇ- ଅର୍ଥମନ୍ତ୍ରୀ କହିଛନ୍ତି ଯେ ରେଳବାଇ ନୂତନ ସାମଗ୍ରୀ ଓ ଦକ୍ଷ ମାଲପରିବହନ ସେବା କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ନିମନ୍ତେ ବିକଶିତ କରିବା ସହ ଡାକ ଓ ରେଳବାଇ ବ୍ୟବସ୍ଥାକୁ ଏକତ୍ରିତ କରି ପାର୍ସଲ ପରିବହନ କ୍ଷେତ୍ରରେ ସିମଲେସ ସମାଧାନ ସୂତ୍ର ପ୍ରଦାନ କରିବ । ସ୍ଥାନୀୟ ବ୍ୟବସାୟ ଓ ଯୋଗାଯୋଗ ବ୍ୟବସ୍ଥାକୁ ସାହାଯ୍ୟ କରିବା ପାଇଁ ଗୋଟିଏ ଷ୍ଟେସନ-ଗୋଟିଏ ସାମଗ୍ରୀ’ପରିକଳ୍ପନାକୁ ଲୋକପ୍ରିୟ କରାଯିବ ବୋଲି ସେ କହିଛନ୍ତି ।

ଆତ୍ମନିର୍ଭର ଭାରତ ଅଂଶସ୍ୱରୂପ ୨୦୦୦ କିଲୋମିଟର ରେଳବାଇ ବ୍ୟବସ୍ଥାକୁ କବଚ ଅଧୀନକୁ ଅଣାଯିବ । ୨୦୨୨-୨୩ରେ ନିରାପତା ଓ ସାମର୍ଥ୍ୟ ବୃଦ୍ଧିକୁ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନଯୁକ୍ତ କରିବାକୁ ଏହି ବ୍ୟବସ୍ଥା ଉଦ୍ଦିଷ୍ଟ । ଆଗାମୀ ତିନିବର୍ଷ ମଧ୍ୟରେ ଚାରିଶହ ନୂତନ ପିଢି ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯାଇ ଚଳାଚଳ କରାଯିବ ।

ମଲ୍ଟି ମୋଡାଲ ଲଜିଷ୍ଟିକ୍ ସୁବିଧା ନିମନ୍ତେ ଶହେ ପିଏମ୍ ଗତିଶକ୍ତି ପଣ୍ୟ ଟର୍ମିନାଲ ଆଗାମୀ ତିନିବର୍ଷ ମଧ୍ୟରେ ବିକଶିତ ହେବ ବୋଲି ସେ କହିଛନ୍ତି ।

ରେଳ ସଂଯୋଗୀକରଣ ସହ ସାମୁହିକ ସହରାଞ୍ଚଳ ପରିବହନ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅଭିନବ ଢଙ୍ଗରେ ଆର୍ଥିକ ସହାୟତା ଓ ଦ୍ରୁତ କାର୍ଯ୍ୟକାରିତାକୁ ମେଟ୍ରୋ ର୍ନିମାଣ କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯିବ । ସାମୁହିକ ନଗରାଂଚଳ ପରିବହନ ସହ ରେଳସୁବିଧା ସଂଯୋଗକରଣକୁ ଅଗ୍ରାଧିକାର ପ୍ରଦାନ କରାଯିବ । ଭାରତୀୟ ଜଳବାୟୁକୁ ସୁହାଇବା ଭଳି ମେଟ୍ରୋ ପଦ୍ଧତିର ପରିପାଟୀ ବିକଶିତ କରାଯିବ ବୋଲି ସେ କହିଛନ୍ତି ।

ପର୍ବତମାଳା ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ

 ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ପରିବେଶ ଦୃଷ୍ଟିକୋଣରୁ ସ୍ଥାୟୀ ବିକଳ୍ପ ଭାବେ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ପାରମ୍ପାରିକ ସଡକ ପରିବର୍ତ୍ତେ ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ ପିପିପି ମୋଡରେ କରାଯିବ । ଯାତ୍ରୀମାନଙ୍କ ସୁବିଧା ଓ ପର୍ଯ୍ୟଟନର ବିକାଶ ପାଇଁ ଏ ପ୍ରକାର ସଂଯୋଗୀକରଣ ଖୁବ୍ ଭଲ ବୋଲି ସେ କହିଛନ୍ତି। ଯେଉଁ ସହରାଞ୍ଚଳରେ ଖୁବ୍ ଜନଗହଳିପୂର୍ଣ୍ଣ ସ୍ଥାନରେ ସମୂହ ଯାତ୍ରା ଅସୁବିଧାଜନକ ସେଠାରେ ମଧ୍ୟ ଏହି ବ୍ୟବସ୍ଥା ଅନୁସରଣ କରାଯାଇପାରିବ । ୨୦୨୨-୨୩ରେ ଷାଠିଏ କିଲୋମିଟର ଦୀର୍ଘ ଆଠଟି ରୋପୱେ ପ୍ରକଳ୍ପ ପାଇଁ ଚୁକ୍ତି ହେବ ବୋଲି ସେ କହିଛନ୍ତି ।

ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଦକ୍ଷତା ବୃଦ୍ଧି- ନିର୍ମାଣ ସାମର୍ଥ୍ୟ ଆୟୋଗ, କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ସେମାନଙ୍କ ସହାୟକ ସଂସ୍ଥାଗୁଡିକ ସେମାନଙ୍କ କୌଶଳ ବିକାଶକୁ ଉନ୍ନୀତ କରିବେ । ଏହା ଯୋଜନା, ପରିପାଟି, ଅଭିବୃଦ୍ଧି, ଆର୍ଥିକ ସହାୟତା ଯୋଜନା ସାମର୍ଥ୍ୟ ବୃଦ୍ଧି ସହ ପିଏମ ଗତିଶକ୍ତି ଭିତ୍ତିଭୂମି ପ୍ରକଳ୍ପର ପରିଚାଳନାକୁ ମଧ୍ୟ ତ୍ୱରାନ୍ୱିତ କରିବେ ।

୨୦୨୨-୨୩ରେ ରାଜ୍ୟରେ ଅର୍ଥନୈତିକ ବିନିଯୋଗ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ବିନା ସୁଧରେ ଦିଆଯାଉଥିବା ଏହି ୫୦ବର୍ଷିଆ ଋଣ ସହ ରାଜ୍ୟଗୁଡିକର ସ୍ୱାଭାବିକ କରଜ ମଧ୍ୟ ବଳବତ୍ତର ରହିବ ।

 ଏହି ଅନୁଦାନ ପ୍ରଧାନମନ୍ତ୍ରୀ ଗତିଶକ୍ତି ସମ୍ପର୍କୀତ ଅନ୍ୟାନ୍ୟ ରାଜ୍ୟ ପୁଞ୍ଜି ବିନିଯୋଗର ଫଳପ୍ରଦ ଉପଯୋଗ ହେବ । ଏଥିରେ  ଅନ୍ୟ ଯେଉଁ ବିଷୟ ରହିବ ତାହା ହେଲା -

  • ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାର ଅଗ୍ରାଧିକାର ପାଇଁ ସହାୟତା
  • ଆର୍ଥିକ ଡିଜିଟାଇଜେସନ(ଡିଜିଟାଲ ନେଣଦେଣ ଓ ଅପଟିକାଲ ଫାଇବର ନେଟୱାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା)
  • ଅଧିନିୟମ ପ୍ରସ୍ତୁତିରେ ସଂସ୍କାର, ସହରଯୋଜନା, ସଂଚାର ଜନିତ ବିକାଶ ଓ ବିନିମୟ କ୍ଷମ ବିକାଶର ଅଧିକାର ।

 

SM/SLP

*****



(Release ID: 1794542) Visitor Counter : 267