ଅର୍ଥ ମନ୍ତ୍ରଣାଳୟ

‘ହର ଘର ନଲ୍ ସେ ଜଲ୍‌’ ଯୋଜନା ପାଇଁ 60,000 କୋଟି ଟଙ୍କା ଆବଣ୍ଟିତ, ଏଥିରେ 3.8 କୋଟି ଘରକୁ କଭର କରାଯିବ


ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ 48,000 କୋଟି ଟଙ୍କା ବ୍ୟୟରେ 80 ଲକ୍ଷ ଘର ନିର୍ମାଣ କରାଯିବ

ଭାଇଭ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ତର ଭାରତର ସୀମାରେ ଥିବା ଗ୍ରାମର ବିକାଶ ଉପରେ ଗୁରୁତ୍ବ

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ପଛୁଆ ବ୍ଲକର ବିକାଶ ଉପରେ ଧ୍ୟାନ ପ୍ରଦାନ

Posted On: 01 FEB 2022 1:13PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ରୀୟ ବଜେଟ୍ 2022-23 ଉପସ୍ଥାପନ କରି କହିଛନ୍ତି ଯେ ହର ଘର ନଲ ସେ ଜଲ୍ ଯୋଜନା ଅନ୍ତର୍ଗତ 2022-23 ରେ 3.8 କୋଟି ଘରକୁ କଭର କରିବା ପାଇଁ 60 ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ 2014 ଠାରୁ ସରକାରଙ୍କ ଧ୍ୟାନ ନାଗରିକ ବିଶେଷ କରି ଗରିବ ଏବଂ ଦୁର୍ବଳ ବର୍ଗର ସଶକ୍ତିକରଣ ଉପରେ ରହିଛି। ଏଥିପାଇଁ ଅନେକ ଉପାୟ କରାଯାଇଛି ଯେଉଁଥିରେ ଘର, ବିଦ୍ୟୁତ, ରନ୍ଧନ ଗ୍ୟାସ, ଜଳ ଯୋଗାଣ କାର୍ଯ୍ୟକ୍ରମଗୁଡ଼ିକ ସାମିଲ୍ ରହିଛି। ଏହି ବିଷୟରେ ଅଧିକ ସୂଚନା ପ୍ରଦାନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ‘ହର ଘର, ନଲ୍ ସେ ଜଲ୍‌’ ଅନ୍ତର୍ଗତ 8.7 କୋଟି ଘରକୁ କଭର କରାଯାଇଛି ଯେଉଁଥିରେ 5.5 କୋଟି ଘରକୁ ଗତ ଦୁଇ ବର୍ଷରେ ନଳ ଜଳ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଶ୍ରୀମତୀ ନିର୍ମଳା ସୀଥାରମଣ ଆର୍ଥିକ ବର୍ଷ 2022-23 ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀ, ଗ୍ରାମୀଣ ଓ ସହରାଞ୍ଚଳ ଉଭୟଙ୍କ ପାଇଁ 80 ଲକ୍ଷ ଘର କରିବା ପାଇଁ 48 ହଜାର କୋଟି ଟଙ୍କା ଆବଣ୍ଟନର ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ସହର କ୍ଷେତ୍ରରେ ମଧ୍ୟମ ବର୍ଗ ଓ ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀ ପାଇଁ ସୁଲଭ ମୂଲ୍ୟରେ ଗୃହକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାର ଭୂମି ଓ ନିର୍ମାଣ ସମ୍ବନ୍ଧିତ ମଞ୍ଜୁରୀରେ ଲାଗୁଥିବା ସମୟକୁ କମ୍ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବେ। ସରକାର ମଧ୍ୟସ୍ଥତାରେ ଆସୁଥିବା ଖର୍ଚ୍ଚକୁ କମ୍ କରିବା ସହିତ ପୁଞ୍ଜି ବୃଦ୍ଧି ପାଇଁ ଆର୍ଥିକ କ୍ଷେତ୍ରର ରେଗୁଲେଟରଙ୍କ  ସହିତ କାମ କରିବ।

ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ

ଅର୍ଥ ମନ୍ତ୍ରୀ ମଧ୍ୟ ନୂଆ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅନୁସାରେ ଉତ୍ତର ଭାରତର ସୀମାରେ ଥିବା ଗ୍ରାମକୁ କଭର କରାଯିବ। ଶ୍ରୀମତୀ ନିର୍ମଲା ସୀଥାରମଣ  କହିଛନ୍ତି ଯେ ‘‘ସୀମାରେ ଥିବା ଗ୍ରାମ, ଯେଉଁଠାରେ ଜନସଂଖ୍ୟା ବହୁତ କମ୍ ରହିଛି ତାହାର କନେକ୍‌ଟିଭିଟି ଏବଂ ମୌଳିକ ସୁବିଧା ମଧ୍ୟ ବହୁତ ସୀମିତ ରହିଛି ଏବଂ ବିକାଶର ଲାଭରୁ ମଧ୍ୟ ବଞ୍ଚିତ ରହିଛି। ଉତ୍ତର ଭାରତରେ ଥିବା ଏହିସବୁ ଗ୍ରାମକୁ  ଏହି ନୂଆ ଭ୍ରାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଣାଯିବ। ଏହି କାର୍ଯ୍ୟକ୍ରମ ମଧ୍ୟରେ ସାମିଲ୍ ରହିଛି ଗ୍ରାମର ମୌଳିକ ଭିତ୍ତିଭୂମି ସୁବିଧା, ଆବାସ, ପର୍ଯ୍ୟଟନ କେନ୍ଦ୍ରର ନିର୍ମାଣ, ସଡ଼କ ଯୋଗାଯୋଗ, ବିକେନ୍ଦ୍ରୀତ ନବୀକରଣଯୋଗ୍ୟ ଶକ୍ତିର ବ୍ୟବସ୍ଥା ରହିଛି, ଦୂରଦର୍ଶନ ଓ ଶିକ୍ଷଣ ଚ୍ୟାନେଲ ଗୁଡ଼ିକ ପାଇଁ ‘ଡାଇରେକ୍ଟ ଟୁ ହୋମ୍’ ଆକ୍ସେସର ବ୍ୟବସ୍ଥା ଏବଂ ଜୀବିକା ସୃଷ୍ଟି ପାଇଁ ସହାୟତା ପରି କାର୍ଯ୍ୟ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଅତରିକ୍ତ ପାଣ୍ଠିର ବ୍ୟବସ୍ଥା କରାଯିବ। ବର୍ତ୍ତମାନର ଯୋଜନା ଗୁଡ଼ିକୁ ଗୋଟିଏରେ ସାମିଲ୍ କରାଯିବ। ଆମେ ଏହାର ପରିଣାମକୁ ବିବେଚନା କରିବୁ  ଏବଂ ତାହାର ନିରନ୍ତର ଅନୁଧ୍ୟାନ କରିବୁ।’’

ଆକାଂକ୍ଷୀ ବ୍ଲକ୍‌ସ କାର୍ଯ୍ୟକ୍ରମ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିଜର ବଜେଟ୍ ଭାଷଣରେ କହିଛନ୍ତି ଯେ 2022-23 ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସେହି ବ୍ଲକ୍ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବ  ଯେଉଁଗୁଡ଼ିକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିପାରି ନାହାନ୍ତି। ଶ୍ରୀମତୀ ନିର୍ମଲା ସୀଥାରମଣ କହିଛନ୍ତି ଯେ, ‘ଦେଶର ଅତ୍ୟନ୍ତ ଓ ପଛୁଆ ଜିଲ୍ଲାରେ ରହୁଥିବା ନାଗରିକମାନଙ୍କର ଜୀବନର ଗୁଣବତ୍ତାରେ ଉନ୍ନତ କରିବାରେ ଆମର ଯେଉଁ ସ୍ବପ୍ନ ରହିଥିଲା ତାହା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ବହୁତ କମ୍ ସମୟରେ ସାକାର ହୋଇପାରିଛି। ଏହି 112 ଜିଲ୍ଲାର 95 ପ୍ରତିଶତରେ ସ୍ବାସ୍ଥ୍ୟ, ପୋଷଣ, ଆର୍ଥିକ ସ୍ଥିତି ଏବଂ ମୌଳିକ ଭିତ୍ତିଭୂମି ପରି ପ୍ରମୁଖ କ୍ଷେତ୍ରରେ ବହୁତ ପ୍ରଗତି ହୋଇଥିବା ଦେଖା ଯାଉଛି। ତାହା ରାଜ୍ୟର ହାରାହାରି ମୂଲ୍ୟ ଠାରୁ ମଧ୍ୟ ଅଧିକ ରହିଛି। ଯଦିଓ ଏହି ଜିଲ୍ଲା ଗୁଡ଼ିକର କିଛି ବ୍ଲକ୍‌ ଏବେ ମଧ୍ୟ ପଛୁଆ ରହିଛି। 2022-23 ରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଜିଲ୍ଲା ଗୁଡ଼ିକର ଏହିସବୁ ବ୍ଳକ୍ ଉପରେ ଧ୍ୟାନ ପ୍ରଦାନ କରାଯିବ।

BS



(Release ID: 1794408) Visitor Counter : 257