ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆସନ୍ତା ୨୧.୦୧.୨୦୨୨ ଦିନ ସୋମନାଥଠାରେ ନୂତନ ସର୍କିଟ ହାଉସର କରିବେ ଉଦଘାଟନ

Posted On: 20 JAN 2022 12:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସୋମନାଥଠାରେ ଦିନ ୧୧ଟା ବେଳେ ଏକ ନୂତନ ସର୍କିଟ ହାଉସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଉଦଘାଟନ କରିସାରି ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେବେ ।

ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ସୋମନାଥ ମନ୍ଦିର ଦର୍ଶନରେ ଆସିଥାନ୍ତି । ମନ୍ଦିରଠାରୁ ସରକାରୀ ଆବାସସ୍ଥଳୀ ବହୁ ଦୂରରେ ଥିବା ଯୋଗୁଁ ଏହି ନୂତନ ସର୍କିଟ ହାଉସର ଆବଶ୍ୟକତା ବହୁଦିନରୁ ଉପଲବଧ ହେଉଥିଲା । ଏହି ନୂତନ ସର୍କିଟହାଉସ ୩୦ କୋଟି  ଅର୍ଥରେ ସୋମନାଥ ମନ୍ଦିର ନିକଟରେ ନିର୍ମାଣ କରାଯାଇଛି । ଏଥିରେ ସୁଟ୍, ଭିଆଇପି ଓ ଡିଲକ୍ସ ପ୍ରକୋଷ୍ଠ, ସମ୍ମିଳନୀ କକ୍ଷ ଓ ପ୍ରୋକ୍ଷାଳୟ ମଧ୍ୟ ରହିଛି । ଏହାର ଗଠନ ପରିପାଟ୍ଟୀ ଏପରି ହୋଇଛି ଯେ ପ୍ରତ୍ୟେକ କୋଠରୀରୁ ସମୁଦ୍ରକୁ ଦେଖିପାରିବେ ।

SM/DD

 



(Release ID: 1791232) Visitor Counter : 149