ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୦ତମ ବିଜୟ ଦିବସ ଅବସରରେ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଓ ଭାରତୀୟ ସଶସ୍ତ୍ର ସେନାର ବୀରତ୍ୱ ଓ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2021 9:58AM by PIB Bhubaneswar

୫୦ତମ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଓ ସାହସୀ ଭାରତୀୟ ସଶସ୍ତ୍ର ସେନାର ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜୀଙ୍କ ଢାକାରେ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“୫୦ତମ ବିଜୟ ଦିବସ ଅବସରରେ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଓ ସାହସୀ ଭାରତୀୟ ସଶସ୍ତ୍ର ସେନାର ବୀରତ୍ୱ ଓ ବଳିଦାନକୁ ସ୍ମରଣ କରୁଛି । ଆମେ ଏକାଠି ଲଢି ଦମନକାରୀ ଶକ୍ତିକୁ ପରାସ୍ତ କରିଥିଲୁ । ରାଷ୍ଟ୍ରପତି ଜୀଙ୍କ ଢାକାରେ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ ।”  

 

SR


(ରିଲିଜ ଆଡି: 1782267) ପରିଦର୍ଶକ କାଉଣ୍ଟର : 203