ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେପ୍ଟେମ୍ବର ୨୫ରେ ‘ଗ୍ଲୋବାଲ ସିଟିଜେନ୍ ଲାଇଭ’କୁ ଭିଡ଼ିଓ ଯୋଗେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Posted On: 24 SEP 2021 5:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟାରେ ଗ୍ଲୋବାଲ ସିଟିଜେନ ଲାଇଭ୍ କାର୍ଯ୍ୟକ୍ରମକୁ ଭିଡିଓ ଯୋଗେ ଉଦ୍‌ବୋଧନ ଦେବେ । ଗ୍ଲୋବାଲ ସିଟିଜେନ ଏକ ବୈଶ୍ୱିକ ମାନବୀୟ ଅଧିକାର ସଂଗଠନ, ଯାହା ବିଶ୍ୱରୁ ଉତ୍କଟ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରି ଆସୁଛି । ଏହା ଏକ ୨୪ ଘଣ୍ଟିଆ କାର୍ଯ୍ୟକ୍ରମ । ଯାହା ସେପ୍ଟମ୍ବର ୨୫ ଓ ୨୬ ତାରିଖ ରାତିରେ ଆୟୋଜିତ ହୋଇଛି । ମୁମ୍ବାଇ, ନ୍ୟୁୟର୍କ, ପ୍ୟାରିସ୍‌, ରିଓ-ଡି-ଜେନିରୋ, ସିଡନୀ, ଲସ୍‌ଆଞ୍ଜେଲ୍ସ, ଲାଗୋସ ଓ ସିଓଲ ଭଳି ପ୍ରମୁଖ ନଗରୀରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ବିଭିନ୍ନ ସାମାଜିକ ଗଣମାଧ୍ୟମ ଚାନେଲରେ ବିଶ୍ୱର ୧୨୦ଟି ଦେଶରେ ଏହାର ପ୍ରସାରଣ ହେବ ।

 

SS

 

****



(Release ID: 1757878) Visitor Counter : 224