ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆମେରିକାର ୱାଶିଂଟନ ଡିସିରେ ପହଞ୍ଚିବାର ପ୍ରେସ୍ ବାର୍ତ୍ତା

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2021 8:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଆମେରିକା ଗସ୍ତରେ ଯାଇ ୱାଶିଂଟନର ଡିସିରେ (ସେପ୍ଟେମ୍ବର ୨୨ତାରିଖ, ସେଠାକାର ସ୍ଥାନୀୟ ସମୟ) ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ସରକାରଙ୍କ ତରଫରୁ ସେଠାକାର ରାଜ୍ୟ ପରିଚାଳନା ଏବଂ ସମ୍ବଳ ବିଭାଗର ଉପ ସଚିବ ଶ୍ରୀ ଟି.ଏଚ୍‍.ବ୍ରିଆନ ପାଛୋଟି ନେଇଥିଲେ ।

ଆଣ୍ଡ୍ରିୟୁ ବିମାନଘାଟୀରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଖୁସିରେ ସ୍ୱାଗତ କରିଥିଲେ ।

***

HS


(ରିଲିଜ ଆଡି: 1757183) ପରିଦର୍ଶକ କାଉଣ୍ଟର : 266