ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସେପ୍ଟେମ୍ବର ୨୬, ୨୦୨୧ ମନ କି ବାତ୍ ପାଇଁ ଦେଶବାସୀଙ୍କ ବିଚାର ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Posted On: 16 SEP 2021 10:01AM by PIB Bhubaneshwar

ସେପ୍ଟେମ୍ବର ୨୬, ୨୦୨୧ ରବିବାର ଦିନ ପ୍ରସାରିତ ହେବାକୁ ଥିବା “ମନ କି ବାତ୍”ର ୮୧ତମ ଅଧ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ବିଚାର ଆହ୍ୱାନ କରିଛନ୍ତି । ଲୋକେ ମନ କି ବାତ ପାଇଁ ନିଜ ବିଚାରକୁ ନମୋ ଆପ, ମାଇଁଗଭରେ ଶେୟାର କରିପାରିବେ କିମ୍ବା ୧୮୦୦-୧୧-୭୮୦୦ରେ ନିଜ ବାର୍ତ୍ତା ରେକର୍ଡ କରାଇ ପାରିବେ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଚଳିତ ମାସ ୨୬ ତାରିଖର #ମନ କି ବାତ୍ ପାଇଁ ଅନେକ ରୋଚକ ମତାମତ ମିଳିଛି । ନିଜ ଚିନ୍ତାଧାରା ନମୋ ଆପ୍, ମାଇଁଗଭରେ ଶେୟାର କରନ୍ତୁ କିମ୍ବା ୧୮୦୦-୧୧-୭୮୦୦ରେ ନିଜ ବାର୍ତ୍ତା ରେକର୍ଡ କରାଇ ନିଅନ୍ତୁ ।

SR


(Release ID: 1755393) Visitor Counter : 211