ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଯୁବବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର

-ଏକ ଯୁବ ମନ, ଶରୀର ଏବଂ ଆତ୍ମା ସ୍ୱସ୍ଥ ତଥା ଫିଟ୍‍ ଇଣ୍ଡିଆର ପ୍ରମୁଖ ଆଧାର: ଶ୍ରୀ ଅନୁରାଗ ଠାକୁର

-ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନକୁ ଦେଶର ପ୍ରାୟ ୭୫୦ଟି ଜିଲ୍ଲା ଏବଂ ପ୍ରତ୍ୟେକ ଜିଲ୍ଲାର ୭୫ଟି ଗ୍ରାମରେ ଆୟୋଜନ କରାଯିବ: କ୍ରୀଡ଼ା ମନ୍ତ୍ରୀ

Posted On: 13 AUG 2021 3:13PM by PIB Bhubaneshwar

ମୁଖ୍ୟ ପ୍ରସଙ୍ଗ:

-ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ର ଆୟୋଜନ କରାଯାଉଛି ।

-ଶ୍ରୀ ଅନୁରା ସିଂହ ଠାକୁର ନୂତନ ଭାରତକୁ ଫିଟ୍‍ ଇଣ୍ଡିଆରେ ପରିଣତ କରିବା ନିମନ୍ତେ ଅଂଶଗ୍ରହଣକାରୀମାନଙ୍କୁ କରାଇଲେ ଶପଥପାଠ ।

- “ଫିଟ୍‍ ଇଣ୍ଡିଆ ଦ୍ୱାରା ସୃଷ୍ଟି ହେବ ‘ହିଟ୍‍ ଇଣ୍ଡିଆ’” : ଶ୍ରୀ ଅନୁରାଗ ଠାକୁର

-ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ ମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ମଧ୍ୟ ଦେଶର ପ୍ରସିଦ୍ଧ ସ୍ଥଳମାନଙ୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ସହ କଲେ ଭାବ ବିନିମୟ

 

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁ ତଥା କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ଅଗଷ୍ଟ ୧୩ ତାରିଖ ଦିନ ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଆୟୋଜିତ ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୨.୦ର ଦେଶବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଯୁବ ବ୍ୟାପାର ବିଭାଗ ସଚିବ ଶ୍ରମତୀ ଉଷା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର୍ର ମନ୍ତ୍ରୀ ଶ୍ରୀ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡ଼ିୟମ୍‍ ଠାରେ ଫ୍ରିଡମ୍‍ ରନ୍‍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଷ୍ଟାଡ଼ିୟମରେ ଫ୍ରିଡ଼ମ୍‍ ରନ୍‍ରେ ଅଂଶଗ୍ରହଣ କରିଥିଲେ । ସେହିଭଳି ପୋର୍ଟ ବ୍ଲେୟାରର ସେଲୁଲାର ଜେଲ୍‍, ଲାହୋଲ ସ୍ପିତିର କାଜା ଚୌକ, ମୁମ୍ବାଇର ଗେଟ ୱେ ଅଫ୍‍ ଇଣ୍ଡିଆ ଏବଂ ପଞ୍ଜାବର ଅଟାରୀ ସୀମା ସହିତ ଦେଶର ଅନ୍ୟ ପ୍ରସିଦ୍ଧ ସ୍ଥଳଗୁଡ଼ିକ ସହିତ ଅନ୍ୟ ୭୫ଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଆୟୋଜନ କରାଯାଇଥିଲା ।

ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ରେ ଅଂଶଗ୍ରହଣ କରି ନୂତନ ଭାରତକୁ ଫିଟ୍‍ ଇଣ୍ଡିଆରେ ପରିଣତ କରିବା ନିମନ୍ତେ ଫିଟ୍‍ନେସ୍‍ର ଶପଥ ପାଠ କରାଇଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ ସମାରୋହ ଅଧୀନରେ ଆୟୋଜିତ କରାଯାଉଥିବା ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୨.୦ର ଶୁଭାରମ୍ଭ ଅବସରରେ କ୍ରୀଡ଼ା ମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କ ସହ ମିଶି ରାଷ୍ଟ୍ରୀୟ ସଙ୍ଗୀତ ଗାତ କରିଥିଲେ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସ୍ୱତନ୍ତ୍ରତା ସେନାନୀଙ୍କ ବୀରତ୍ୱ ପ୍ରଦର୍ଶନ ନିମନ୍ତେ ଏକ ସାମରିକ ନୃତ୍ୟ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହା ମାଧ୍ୟମରେ ସେମାନେ ଦେଶର ବୀର ସଂଗ୍ରାମୀମାନଙ୍କ କାର୍ଯ୍ୟକୁ ପ୍ରଦର୍ଶନ କରିଥିଲେ । ଏହା ପରେ ମନ୍ତ୍ରୀଦ୍ୱୟ ଭର୍ଚୁଆଲ ମାଧ୍ୟମରେ ସଶସ୍ତ୍ର ଏବଂ ଅର୍ଦ୍ଧସୈନିକ ବଳର ସଦସ୍ୟଗଣ ତଥା ଦେଶବ୍ୟାପୀ ନେହରୁ ଯୁବ କେନ୍ଦ୍ର ସଂଗଠନ (ଏନୱାଇକେଏସ)ର ସ୍ୱୟଂସେବକମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ସେମାନେ କେବଳ ଦେଶର ସୁରକ୍ଷା ନିମନ୍ତେ ସମର୍ପିତ ନୁହନ୍ତି ବରଂ ଯୁବବର୍ଗଙ୍କୁ ସେମାନଙ୍କ ଜୀବନରୁ ନିୟମିତ ଭାବେ ଫିଟସେନର ପ୍ରେରଣା ମିଳୁଛି ଏବଂ ସେମାନେ ତାହା ଆପଣାଉଛନ୍ତି । ଏହି କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ ।

କ୍ରୀଡ଼ା ମନ୍ତ୍ରୀ କହିଲେ ଯେ ଦେଶବ୍ୟାପୀ ବିଭିନ୍ନ ଐତିହାସିକ ସ୍ଥାନରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ତାଙ୍କର ସୌଭାଗ୍ୟ । ସେ କହିଳେ ଯେ ଆଜି ଯେତେବେଳେ ଭାରତ ସ୍ୱାଧୀନତାର ୭୫ତମ ବର୍ଷର ଉତ୍ସବ ମନାଉଛି, ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୨.୦ ଅଭିଯାନ ସ୍ୱାଧୀନତାର ଅମୃତ ମହୋତ୍ସବକୁ ଏକ ଅଂଶଭାବେ ଆୟୋଜନ କରାଯାଉଛି । ସେ କହିଲେ ଯେ ଫ୍ରଡ଼ମ୍‍ ରନ୍‍ କାର୍ଯ୍ୟକଅମ ଦେଶକୁ ଏହାର ରାଷ୍ଟ୍ରୀୟ ନାୟକମାନଙ୍କ ସହିତ ଯୋଡ଼ିବ ଯେଉଁମାନେ ଭାରତକୁ ସ୍ୱତନ୍ତ୍ରତା ପ୍ରଦାନ କରିଛନ୍ତି । ଶ୍ରୀ ଠାକୁର ନିଜର ମତ ପୋଷଣ କରି କହିଲେ ଯେ ଆଗାମୀ ୨୫ ବର୍ଷରେ ଆମ ଦେଶ କେଉଁ ଆକାର ଏବଂ ଦିଗ ନେବାକୁ ଯାଉଛି, ଏହା ସେହି କଥା ଉପରେ ନିର୍ଭରଶୀଳ ଯେ ଆମେ କେତେ ମାତ୍ରାରେ ଫିଟ୍‍ ରହିପାରୁଛେ । ସେ ଏହି ପ୍ରସଙ୍ଗକୁ ଦୋହରାଇ କହିଥିଲେ ଯେ “ଏକ ଯୁବ ମନ, ଶରୀର ଏବଂ ଆତ୍ମା, ସ୍ୱସ୍ଥ ତଥା ଫିଟ୍‍ ଇଣ୍ଡିଆର  ମୂଳ ଆଧାର ।” ସେ କହିଲେ ଯେ କେବଳ ‘ଫିଟ୍‍ ଇଣ୍ଡିଆ’ ହିଁ ‘ହିଟ୍‍ ଇଣ୍ଡିଆ’ ପ୍ରସ୍ତୁତ କରିପାରିବ । ଶ୍ରୀ ଅନୁରାଗ ଠାକୁର କହିଲେ ଯେ ଦେଶର ପ୍ରତ୍ୟେକ ନାଗରିକ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଫିଟ୍‍ ଇଣ୍ଡିଆକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି ଯାହା ଲୋକମାନଙ୍କ ସହଭାଗୀତା ଦ୍ୱାରା ହିଁ ସମ୍ଭବପର ହୋଇପାରିବ । ତେଣୁ ସେ ସମସ୍ତଙ୍କୁ ନିଜ ନିଜର ସ୍ଥାନ ଚୟନ କରିବାକୁ ଏବଂ ଏହି ଐତିହାସିକ ଆନ୍ଦୋଳନର ଅଂଶ ଭାବେ ସାମିଲ ହେବା ନିମନ୍ତେ ଆହ୍ୱାନ ଜଣାଇଥିଲେ । 

କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଠାକୁର ଆସାମର ସଶସ୍ତ୍ର ସୀମା ବଳ (ଏସଏସବି)ର କର୍ମକର୍ତ୍ତମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ କହିଲେ ଯେ ଆମେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ବିଶେଷ ଉତ୍ସବ ଭାବେ ମନାଉଛେ । ଦେଶର ୭୫ଟି ସ୍ଥାନର ଲୋକ ଏହି ଆନ୍ଦୋଳନରେ ସାମିଲ ହେବେ ଏବଂ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ôଚବ । ବିଏସଏଫର ଯବାନ ଅଟାରୀ ସୀମା ଠାରୁ ଏଥିରେ ସାମିଲ ହୋଇଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ଠାକୁର ବିଏସଏଫ ଯବାନମାନଙ୍କୁ ଫିଟ୍‍ ଇଣ୍ଡିଆ ଆନ୍ଦୋଳନକୁ ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ନେଇଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ମନାଉଛି ତାହା ଦେଶର ପ୍ରତ୍ୟେକ ନାଗରିକ ଅନୁଭବ କରିବା ଉଚିତ । ଆହ୍ଲାବାଦର  ଆଜାଦ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଆରପିଏଫ ଯବାନମାନେ ସାମିଲ ହୋଇଥିଲେ । ଯୁବ ବ୍ୟାପାର ତଥା କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକ ସେମାନଙ୍କ ସହିତ କଥାବାର୍ତ୍ତା କଲାବେଳେ ଫିଟ୍‍ ଇଣ୍ଡିଆ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବାରୁ ଯବାନମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତ, ଫିଟ୍‍ ଇଣ୍ଡିଆ ସ୍ୱପ୍ନକୁ ସାକରର କରିବାକୁ ନିବେଦନ କରିଥିଲେ ।

ସେହିଭଳି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଭାବ ବିନିମୟ କଲାବେଳେ ଶ୍ରୀ ଠାକୁର କହିଲେ ଯେ ‘ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ମନାଉଛୁ ଏବଂ ଦେଶର ଯୁବବର୍ଗଙ୍କୁ ଫିଟନେସ୍‍ ପ୍ରତି ପ୍ରୋତ୍ସାହିତ କରିବା ନିମନ୍ତେ ଫିଟ୍‍ ଇଣ୍ଡିଆ ଫ୍ରିଡମ ରନ୍‍ ୨.୦ର ଶୁଭାରମ୍ଭ କରାଯାଇଛି । ଏହି ଦୌଡ଼ର ଆୟୋଜନ ଦେଶବ୍ୟାପୀ ୭୫ଟି ଐତିହାସିକ ସ୍ଥାନରେ କରାଯାଉଛି ଯାହା ଅଦଶର ୭୫୦ ଜିଲ୍ଲାରେ ପହଞ୍ôଚବ ଏବଂ ପୁଣି ପ୍ରତ୍ୟେକ ଜିଲ୍ଲାର ୭୫ଟି ଗ୍ରାମ ପର୍ଯ୍ୟନ୍ତ ନିଆଯିବ ଓ ସେଠାରେ ‘ଫିଟ୍‍ନେସ୍‍ର ଡୋଜ୍‍, ଅଧଘଣ୍ଟାରେ ରୋଜ୍‍’ ଅଭିଯାନକୁ ପ୍ରୋତ୍ସାହନ ମିଳିବ । ଏହା ସହିତ ହିଁ ଆମମାନଙ୍କ ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କ ଫିଟନେସ୍‍ ଅଭିଯାନକୁ ଦେଶର ପ୍ରତ୍ୟେକ ସ୍ଥାନ ପର୍ଯ୍ୟନ୍ତ ନିଆଯିବ ଏବଂ ଫିଟନେସ କୁ ଜନ ଆନ୍ଦୋଳନରେ ପରିଣତ କରାଯିବ । ଫ୍ରିଡ଼ମ୍‍ ରନ୍‍ ୧୫ ଅଗଷ୍ଟରୁ ଆମ୍ଭ ହେବ ଏବଂ ୨ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଆମର ଲକ୍ଷ୍ୟ ଏହି ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ୭.୫୦ କୋଟିରୁ ଅଧିକ ଯୁବକଯୁବତୀ ଏବଂ ନାଗରିକଙ୍କ ନିକଟରେ ଏହାକୁ ପହଞ୍ଚାଯିବା ।’

ଏହି ଅବସରରେ ଶ୍ରୀ ନିଶିଥ ପ୍ରମାଣିକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ନୂତନ ଭାରତକୁ ଫିଟ୍‍ ଇଣ୍ଡିଆରେ ପରିଣତ କରିବା ଏବଂ ଏହି ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୨.୦ ହିଁ ସେ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଅଂଶଗ୍ରହଣ କରି କହିଲେ ଯେ ପ୍ରତ୍ୟେ ସପ୍ତାହରେ ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୭୫ ଜିଲ୍ଲାରେ ଏବଂ ପ୍ରତ୍ୟେକ ଜିଲ୍ଲାର ୭୫ଟି ଗାଁରେ ୨ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଫିଟ୍‍ନେସ୍‍ ଗତିବିଧି ସଂପର୍କରେ ପ୍ରୋତ୍ସାହିତ କରିବା । ଏବଂ ସେଥିରେ ଦୌଡ଼ିବା ଏବଂ ଖେଳିବା ଭଳି ଦିନଚର୍ଯ୍ୟା ସାମିଲ ।

ଫିଟ୍‍ ଇଣ୍ଡିଆ ଫ୍ରିଡମ୍‍ ରନ୍‍ ୨.୦ର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଶପଥ ପାଠ, ରାଷ୍ଟ୍ରଗାନ ପ୍ରସ୍ତୁତ କରିବା, ଫ୍ରିଡମ୍‍ ରନ୍‍, ସାଂସ୍କୃତିକ କାର୍ଯ୍ୟକ୍ରମ, ଯୁବ ସ୍ୱୟଂସେବକମାନଙ୍କ ଅଂଶଗ୍ରହଣ ଏବଂ ନିଜ ଗାଁରେ ଏଭଳି ପ୍ରକାର ଫ୍ରିଡମ୍‍ ରନ୍‍ ଆୟୋଜନ କରିବା ନିମନ୍ତେ ସଚେତନତା ବୃଦ୍ଧି କରିବା ଆଦି ସାମିଲ । ଲୋକମାନେ ଫିଟ୍‍ ଇଣ୍ଡିଆ ପୋର୍ଟାଲ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଲସଗ୍ଧସଦ୍ଭୟସବ.ଶକ୍ଟଙ୍ଖ.ସଦ୍ଭ ରେ ନିଜର ଫ୍ରିଡମ୍‍ ରନ୍‍ ରେଜିଷ୍ଟର ଏବଂ ଅପଲୋଡ଼ କରିପାରିବେ ଏବଂ  ୰ଜଙ୍କଦ୍ଭ୪ଓଦ୍ଭୟସବ तथा ୰ଇଚ୍ଛବୟସଳବଇଜ୍ଞକ୍ସସଗ୍ଧଗବଷକ୍ଟଗ୍ଧଗ୍ଦବଙ୍ଖ  ସହିତ ନିଜର ସୋସିଆଲ ମିଡିଆ ଚାନେଲରେ ଫ୍ରିଡମ୍‍ ରନକୁ ପ୍ରୋତ୍ସାହିତ କରିପାରିବେ ।

ପ୍ରମୁଖ ବ୍ୟକ୍ତିବିଶେଷ, ଜନପ୍ରତିନିଧିଗଣ, ପିଆରଆଇ ପ୍ରତିନିଧିଗଣ, ସାମାଜିକ କର୍ମକର୍ତ୍ତାଗଣ, କ୍ରୀଡ଼ାବିତ୍‍, ବିଶିଷ୍ଟ ଗଣମାଧ୍ୟମ ପ୍ରତିନିଧିଗଣ, କୃଷକ ଏବଂ ସଶସ୍ତ୍ର ସେନା ଯବାନମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ବିଭିନ୍ନ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନରେ ସାମିଲ ହୋଇ ଲୋକମାନଙ୍କୁ ପ୍ରୋତ୍ସାହିତ କରନ୍ତୁ । କୋଭିଡ଼ ୧୯ ପ୍ରୋଟୋକଲ୍‍ ପାଳନ ପୂର୍ବକ ସମଗ୍ର ଦେଶରେ ପ୍ରତ୍ୟକ୍ଷ ତଥା ଭର୍ଚୁଆଲ ମୋଡ଼ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

 

********

SS

 


(Release ID: 1745610)