ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆପଣ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଓ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ଅସିଚାଳିକା ଭବାନୀ ଦେବୀଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2021 9:55PM by PIB Bhubaneswar

ଅଲିମ୍ପିକ ଅସିଚାଳନା ପ୍ରତିଯୋଗିତାରେ ପରବର୍ତ୍ତୀ ପର୍ଯ୍ୟାୟରେ ହାରିବା ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତକୁ ପ୍ରଥମ ଅଲିମ୍ପିକ ବିଜୟ ପ୍ରଦାନ କରିଥିବା ଭାରତୀୟ ଅସିଚାଳିକା ସି.. ଭବାନୀ ଦେବୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ଅଲିମ୍ପିଆନ ଭବାନୀ ଦେବୀଙ୍କ ଭାବପୂର୍ଣ୍ଣ ଟ୍ୱିଟ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି,

"ଆପଣ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ

ଜିତିବା ହାରିବା ଜୀବନର ଅଙ୍ଗ

ଆପଣଙ୍କ ଅବଦାନ ପାଇଁ ଭାରତ ବେଶ ଗର୍ବିତ ଆମ ନାଗରିକଙ୍କ ପାଇଁ ଆପଣ ପ୍ରେରଣା "    

 

SR


(ରିଲିଜ ଆଡି: 1739395) ପରିଦର୍ଶକ କାଉଣ୍ଟର : 250