ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ପରିବେଶ ଦିବସ ଅବସରରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Posted On: 04 JUN 2021 7:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ ୫, ୨୦୨୧ ଦିନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଗନେବେ । ଏହି ସମାରୋହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମିଳିତଭାବେ ଆୟୋଜନ କରୁଛନ୍ତି । ଚଳିତବର୍ଷ ସମାରୋହର ବାର୍ତ୍ତା  ଉତ୍ତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତାରହିଛି ।

ସମାରୋହରେ ପ୍ରଧାନମନ୍ତ୍ରୀ ୨୦୨୦-୨୫ର ବିଶେଷଜ୍ଞ କମିଟି ଦ୍ୱାରା ଦେଶରେ ଇଥାନଲ ମିଶ୍ରଣ ଉପରେ ପ୍ରସ୍ତୁତ ରୋଡ ମ୍ୟାପକୁ ଉନ୍ମୋଚନ କରିବେ । ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାର E-20 ବିଜ୍ଞପ୍ତି ଜାରି କରୁଛନ୍ତି । ଏଥିରେ ତୈଳ କମ୍ପାନୀଗୁଡିକୁ ଏପ୍ରିଲ ପହିଲା ୨୦୨୩ ସୁଦ୍ଧା ପେଟ୍ରୋଲରେ ଶତକଡା ୨୦ଭାଗ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ବିଆଇଏସ ନିର୍ଦ୍ଧାରିତ E-12 E-15 ଇଥାନଲ ମିଶ୍ରଣ ମଧ୍ୟ ହେବ । ଏହା ଫଳରେ ଦେଶରେ ଅଧିକରୁ ଅଧିକ ଇଥାନଲ ପାତନ  ବିଶୋଧନାଗାର ବସାଯାଇ ପେଟ୍ରୋଲରେ ଏହା ମିଶ୍ରଣ ପାଇଁ ସମୟାନୁଭିତ୍ତିକ ସୁବିଧା ରହିବ । ତାହାହେଲେ ଯାଇ ୨୦୨୫ ମସିହା ପୂର୍ବରୁ ଇଥାନଲ ଉତ୍ପାଦନ୍‌କାରୀ ରାଜ୍ୟ ଓ ତାହାକୁ ଲାଗିଥିବା ଅଞ୍ଚଳରେ ଅଧିକ ଇଥାନଲ ପ୍ରୟୋଗ ବୃଦ୍ଧି ପାଇବ ।

            ପ୍ରଧାନମନ୍ତ୍ରୀ ମଧ୍ୟ ପୁଣେରେ ତିନିଟି ସ୍ଥାନରେ ଅଧିକ ବିତରଣକାରୀ E-100 ବୃହତ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କୃଷକମାନଙ୍କ ସହ ଇଥାନଲ ଓ ବାୟୋଗ୍ୟାସ ଉପଯୋଗ ଅଭିଜ୍ଞତା ନେଇ ମତବିନିମୟ କରିବା କାର୍ଯକ୍ରମ ରହିଛି ।

 

*****

SM / SLP



(Release ID: 1724581) Visitor Counter : 246