ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତିସଂଘ ଇନଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ୟୁନିଟର)କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 24 MAR 2021 10:30AM by PIB Bhubaneshwar

ଜାତିସଂଘ ଇନଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ୟୁନିଟର)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି । ଅଣ-ସଂକ୍ରାମକ ରୋଗରୁ ଅକାଳ ମୃତ୍ୟୁହାରକୁ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ୟୁନିଟର ପ୍ରଶଂସା କରିଛି ।

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍‌ରେ କହିଛନ୍ତି, "ଅଣ-ସଂକ୍ରାମକ ରୋଗକୁ ରୋକିବା ଏବଂ ଅଧିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ପ୍ରୟାସର ଅଗ୍ରଭାଗରେ ରହିଛି । ପ୍ରଶଂସା ପାଇଁ ୟୁନିଟରକୁ କୃତଜ୍ଞତା ଜଣାଉଛୁ । ମିଳିମିଶି ଆମେ ସମସ୍ତେ ସୁସ୍ଥ ବିଶ୍ଵ ତିଆରି କରିବାକୁ ହେବ"।

 

**********

TRP/



(Release ID: 1707334) Visitor Counter : 198