ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣ ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 28 FEB 2021 1:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣର ସଫଳତା ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପିଏସଏଲଭି-ସି51/ଆମାଜୋନିଆ-1 ମିଶନର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତକ୍ଷେପଣ ପାଇଁ ଏନଏସଆଇଏଲ ଏବଂ ଇସ୍ରୋକୁ ଅଭିନନ୍ଦନ । ଦେଶରେ ମହାକାଶ ସଂସ୍କାରର ଏକ ନୂତନ ଯୁଗରେ ଏହା ପଥ ପ୍ରଦର୍ଶକ ହୋଇପାରିଛି । 18 ଜଣ ସହଯାତ୍ରୀ ଚାରୋଟି ଛୋଟ ଉପଗ୍ରହ ଅନ୍ତର୍ଭୁକ୍ତ କରିଥିଲେ ଯାହା ଆମ ଯୁବକମାନଙ୍କ ଉତ୍ସାହ ଏବଂ ଅଭିନବତାକୁ ଦର୍ଶାଇଥିଲା

Congratulations to NSIL and @isro on the success of the 1st dedicated commercial launch of PSLV-C51/Amazonia-1 Mission. This ushers in a new era of Space reforms in the country. 18 co-passengers included four small satellites that showcase dynamism and innovation of our youth. pic.twitter.com/BbWYGLsyvo

— Narendra Modi (@narendramodi) February 28, 2021

ପିଏସଏଲଭି-ସି51 ଦ୍ୱାରା ବ୍ରାଜିଲର ଆମାଜୋନିଆ-1 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ବ୍ରାଜିଲ ରାଷ୍ଟ୍ରପତି ଜୋୟର ବୋଲସନାରୋଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଆଉ ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପିଏସଏଲଭି-ସି51 ଦ୍ୱାରା ବ୍ରାଜିଲର ଆମାଜୋନିଆ-1 ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ରାଷ୍ଟ୍ରପତି ଜୋୟର ବୋଲସନାରୋଙ୍କୁ ଅଭିନନ୍ଦନ ଆମ ମହାକାଶ ସହଯୋଗ କ୍ଷେତ୍ରରେ ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ବ୍ରାଜିଲର ବୈଜ୍ଞାନିକକମାନଙ୍କୁ ମଧ୍ୟ ମୋର ଅଭିନନ୍ଦନ"

Congratulations President @jairbolsonaro on the successful launch of Brazil's Amazonia-1 satellite by PSLV-C51. This is a historic moment in our space cooperation and my felicitations to the scientists of Brazil. @isro

— Narendra Modi (@narendramodi) February 28, 2021

 

Parabens!! Excelência @jairbolsonaro pelo sucesso do lançamento do satélite Amazônia-1 do Brasil por PSLV-C51 de @isro. Este é um momento histórico em nossa cooperação espacial e meus melhores votos para muitos outros empreendimentos como esse no futuro.

— Narendra Modi (@narendramodi) February 28, 2021

 

 

**********

TRP

 



(Release ID: 1701565) Visitor Counter : 200