ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ 26ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 FEB 2021 4:55PM by PIB Bhubaneswar

ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 26, 2021 ପୂର୍ବାହ୍ନ 11:50ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ

ଏହି କାର୍ଯ୍ୟକ୍ରମ ଫେବୃଆରୀ 26ରୁ ମାର୍ଚ୍ଚ 02, 2021 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜମ୍ମୁ କଶ୍ମୀର କ୍ରୀଡା ପରିଷଦ ଏବଂ ଜମ୍ମୁ କଶ୍ମୀର ଶୀତକାଳୀନ କ୍ରୀଡା ସଂଘର ମିଳିତ ସହଯୋଗରେ କେନ୍ଦ୍ର ଯୁବ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି ଏହି କ୍ରୀଡା କାର୍ଯ୍ୟକ୍ରମରେ ଆଲପାଇନ୍ ସ୍କିଙ୍ଗ୍, ନର୍ଡିକ୍ ସ୍କି, ସ୍ନୋବୋର୍ଡିଂ, ସ୍କି ପର୍ବତାରୋହଣ, ଆଇସ୍ ହକି, ଆଇସ୍ ସ୍କେଟିଂ, ଆଇସ୍ ଷ୍ଟକ୍ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପାଇଁ 27ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବୋର୍ଡମାନେ ସେମାନଙ୍କ ଦଳ ପଠାଉଛନ୍ତି

 

**********

TRP/

 


(ରିଲିଜ ଆଡି: 1700817) ପରିଦର୍ଶକ କାଉଣ୍ଟର : 161