ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମର ଷ୍ଟାର୍ଟଅପ୍ ନିମନ୍ତେ ବାଧା ଓ ବିବିଧତା ଦୁଇଟି ଅନନ୍ୟ ଓ ଅସାଧାରଣ: ପ୍ରଧାନମନ୍ତ୍ରୀ

Posted On: 16 JAN 2021 9:20PM by PIB Bhubaneshwar

ଆମ ଷ୍ଟାର୍ଟଅପ୍ ବିଶ୍ୱରେ ବାଧା ଓ ବିବିଧତା ହେଉଛି ସବୁଠାରୁ ଅନନ୍ୟ ଓ ଅସାଧାରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ ପ୍ରାରମ୍ଭରେ ଭିଡିଓ କନ୍‌ଫରେନ୍ସ ଜରିଆର ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ଓ ନୂତନ ଆଭିମୁଖ୍ୟ ଯୋଗୁଁ ଅନେକ ବାଧା ଦେଖାଦେଇଛି । ଅବଶ୍ୟ ଏଥିପାଇଁ ଅନେକ ଯୁଗଅନୁପଯୋଗୀ ଚିନ୍ତାଧାରରେ  ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ।

ଷ୍ଟାଟଅପ୍ ବିବିଧତା ଏଇଥିପାଇଁ ଯେ, ବିବିଧ ଚିନ୍ତାଧାରାର ଏକ ବିପ୍ଳବ ସୃଷ୍ଟି ହୋଇ ବହୁ ପରିବର୍ତ୍ତନ ସଂଗଠିତ ହେଉଛି । ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ମଧ୍ୟ ଆସିଛି । ତେବେ ଏହି ବାତାବରଣ ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଯେ ଏହା ଭାବାବେଗର ବଶବର୍ତ୍ତୀ ନ ହୋଇ ବାସ୍ତବବାଦୀ ଚିନ୍ତାଧାରା ଦ୍ୱାରା ସମୃଦ୍ଧ । ଏହି ପରିବାପଣ ଆଜି ଭାରତରେ ତାହା ପ୍ରତିଫଳିତ ବୋଲି ଶ୍ରୀ ମୋଦି କହିଛନ୍ତି ।

BHIM UPI ର  ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଣନେଣ ପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଡିସେମ୍ବର 2020 ରେ ହିଁ ଭାରତରେ UPI ଯୋଗେ 4ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଦେଣନେଣ ହୋଇଛି । ଭାରତ ମଧ୍ୟ ସୌରଶକ୍ତି ଓ କୃତ୍ରିମ ମେଧା କ୍ଷେତ୍ରରେ ଅଗ୍ରଣୀ ରହିଛି ।

 

******

 

 

SM / SPL



(Release ID: 1689855) Visitor Counter : 90