ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ

Posted On: 16 DEC 2020 1:18PM by PIB Bhubaneshwar

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ନିକଟ ଭବିଷ୍ୟତରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ କୋଭିଡ ପରବର୍ତ୍ତୀ କାଳରେ ବିଶ୍ୱରେ ଭାରତ-ବ୍ରିଟେନ ସହଭାଗୀତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ଦ୍ୱିପାକ୍ଷିକ ସମ୍ପର୍କର ପୂର୍ଣ୍ଣ ସମ୍ଭାବନାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ ଏବଂ ଗମନାଗମନ, ଶିକ୍ଷା, ଶକ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟକୁ ନେଇ ଏକ ଉଚ୍ଚାଭିଳାଷୀ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସେ ଆହ୍ଵାନ ଦେଇଥିଲେ

ବୈଦେଶିକ ସଚିବ ମିଷ୍ଟର ରାବ, ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହ ବିଗତ ଦିନରେ ବ୍ରିଟେନ ଦ୍ଵାରା ଆୟୋଜିତ ଜଳବାୟୁ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତ ସହ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ

ଏହି ଅବସରରେ ବ୍ରିଟେନ ବୈଦେଶିକ ସଚିବ ମିଷ୍ଟର ରାବ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ହସ୍ତାନ୍ତର କରି 2021ରେ ବ୍ରିଟେନର ଅଧ୍ୟକ୍ଷତାରେ ହେବାକୁ ଥିବା ଜି7 ବୈଠକକୁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇ ନିମନ୍ତ୍ରଣ ଗ୍ରହଣ କରିଥିଲେ

ଭାରତର 72 ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଆସନ୍ତା ମାସରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ସ୍ଵାଗତ କରିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କର ଆଗ୍ରହ ପ୍ରକାଶ କରିଥିଲେ

 

**********

 

 



(Release ID: 1681227) Visitor Counter : 133