ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ନମୁନା ପରୀକ୍ଷଣରେ ଉଲ୍ଲେଖନୀୟ ବୃଦ୍ଧି, 15 କୋଟି ଟପିଲା ମୋଟ ପରୀକ୍ଷା

● ଗତ 10 ଦିନ ମଧ୍ୟରେ ଏକ କୋଟି ନମୁନା ପରୀକ୍ଷା
● ଗତ 11 ଦିନ ଧରି କ୍ର୍ରମାଗତ ଭାବେ ଦୈନିକ 40 ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସୁଛି
● ଗତ ପାଞ୍ଚ ଦିନ ଧରି ଦୈନିକ କରୋନା ମୃତ୍ୟୁ 5 ଶହରୁ କମ୍ ରହିଛି

Posted On: 10 DEC 2020 10:35AM by PIB Bhubaneshwar

କରୋନା ଲଢ଼େଇରେ ଭାରତ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି । ଦେଶରେ ମୋଟ କରୋନା ନମୁନା ପରୀକ୍ଷା 15 କୋଟି ଅତିକ୍ରମ କରିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 9,22,959 ନମୁନା ପରୀକ୍ଷା ହୋଇଛି । ଏହାଫଳରେ ଦେଶରେ ମୋଟ ନମୁନା ପରୀକ୍ଷା 15,07,59,726କୁ ବୃଦ୍ଧି ପାଇଛି ।

ଗତ 10 ଦିନ ମଧ୍ୟରେ ଏକ କୋଟି ନମୁନା ପରୀକ୍ଷା କରାଯାଇଛି । ଦେଶବ୍ୟାପୀ ବ୍ୟାପକ ନମୁନା ପରୀକ୍ଷା ଯୋଗୁ ପଜିଟିଭ୍ ହାର ହ୍ରାସ ପାଇପାରିଛି ।

WhatsApp Image 2020-12-10 at 10.10.34 AM.jpeg

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସ୍ୱରୂପ ଗତ 11 ଦିନ ଧରି କ୍ରମାଗତ ଭାବେ ଭାରତରେ ଦୈନିକ 40 ହଜାରରୁ କମ୍ ନୂଆ କରୋନା ମାମଲା ଆସୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ କେବଳ 31,521 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

WhatsApp Image 2020-12-10 at 10.10.50 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 37,725 ଜଣ ସୁସ୍ଥ ହୋଇଛନ୍ତି । ଏହାଯୋଗୁ ପୁଣି ସକ୍ରିୟ କରୋନା ମାମଲାରେ ହ୍ରାସ ଘଟିଛି । ଭାରତରେ ଏବେ ସକ୍ରିୟ କରୋନା ମାମଲା 3,72,293 ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ମାତ୍ର 3.81% ।

WhatsApp Image 2020-12-10 at 10.04.07 AM.jpeg

ଆଜି ମୋଟ ସୁସ୍ଥଙ୍କ ସଂଖ୍ୟା 92.5 ଲକ୍ଷ (92,53,306) ଅତିକ୍ରମ କରିଯାଇଛି । ସୁସ୍ଥତା ହାର ଇତି ମଧ୍ୟରେ 94.74%କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ଆହୁରି ବୃଦ୍ଧି ପାଇ 88,81,013 ହୋଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ 77.30% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ସର୍ବାଧିକ 5,051 ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳ ଏବଂ ଦିଲ୍ଲୀରୁ ଯଥାକ୍ରମେ 4,647 ଓ 4,177 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-10 at 9.58.28 AM.jpeg

ଗତ 24 ଘଣ୍ଟାରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ 74.65% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ସର୍ବାଧିକ 4,981 ମାମଲା ଆସିଛି । ଏହା ପଛକୁ କେରଳରେ 4,875 ଏବଂ ପଶ୍ଚିମବଙ୍ଗରେ 2,956 ମାମଲା ଆସିଛି ।

WhatsApp Image 2020-12-10 at 9.58.25 AM.jpeg

ଗତ 24 ଘଣ୍ଟା ମଧଧ୍ୟରେ ଦେଶରେ 412 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ 77.67% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ 18.20% ମୃତ୍ୟୁ ଅର୍ଥାତ୍ 75 ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ଦିଲ୍ଲୀରେ 12.13% ଅର୍ଥାତ୍ 50 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-10 at 9.58.26 AM.jpeg

ଗତ ପାଞ୍ଚ ଦିନ ଧରି ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା 5 ଶହରୁ କମ୍ ରହିଛି ।

WhatsApp Image 2020-12-10 at 10.13.53 AM.jpeg

 

**********

 



(Release ID: 1679769) Visitor Counter : 266