ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାନ ଆଇଆଇଟି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସମ୍ଭାଷଣ

Posted On: 04 DEC 2020 10:22PM by PIB Bhubaneshwar

ଶ୍ରୀ ସୁନ୍ଦରମ ଶ୍ରୀନିବାସନ

ଅଧ୍ୟକ୍ଷ

ପାନ ଆଇଆଇଟି ୟୁଏସଏ,

ପ୍ରତିଷ୍ଠିତ ପୁରାତନ ଛାତ୍ରଛାତ୍ରୀ,

ବନ୍ଧୁଗଣ,

ମୁଁ ଆଜି ଆପଣମାନଙ୍କ ସହ ସାମିଲ ହୋଇ ବେଶ ଖୁସି ଚେନ୍ନାଇ, ମୁମ୍ବାଇ, ଗୌହାଟୀ ଏବଂ ସଦ୍ୟ ଭାବେ ଦିଲ୍ଲୀ ଆଇଆଇଟିରେ ଦୀକ୍ଷାନ୍ତ ସମାରୋହରେ ସମ୍ବୋଧନ କରିବାର ଅବସରପ୍ରାପ୍ତ ହୋଇଛି ଆଇଆଇଟି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ମୁଁ ସର୍ବଦା ପ୍ରଭାବିତ ହୋଇଥାଏ ଭାରତ ବିଶ୍ୱର ଭବିଷ୍ୟତ ପାଇଁ ଆଶ୍ୱସ୍ତ ହୋଇ ମୁଁ ପ୍ରତ୍ୟାବର୍ତ୍ତନ କରିଛି

ବନ୍ଧୁଗଣ,

ଆପଣମାନେ ଭାରତର ପୁତ୍ର ଏବଂ କନ୍ୟା, ଯେଉଁମାନେ ମାନବତାର ସେବା କରୁଛନ୍ତି ଉଦ୍ଭାବନ ପାଇଁ ଆପଣମାନଙ୍କ ଭାବନା ଦୁନିଆକୁ ବଡ଼ ସ୍ୱପ୍ନ ଦେଖାଇବାରେ ସହାୟତା କରୁଛି ଆପଣ ମାନଙ୍କଠାରେ ଥିବା ଅସୀମ ଶକ୍ତି ଅନ୍ୟତମ ବୋଧହୁଏ, ଏହା ଆପଣଙ୍କ ବୈଷୟିକ ଏବଂ ପରିଚାଳନା କୌଶଳ ପରେ ଦ୍ୱିତୀୟ ସ୍ଥାନରେ ଆସୁଛି ସାରା ପୃଥିବୀରେ ଅର୍ଥନୈତିକ ମୂଲ୍ୟବୋଧ ପାଇଁ ଆଇଆଇଟି ପୁରାତନ ଛାତ୍ରଛାତ୍ରୀଙ୍କ ସାମୂହିକ ଯୋଗଦାନକୁ ଗୁରୁତ୍ୱ ଦେବାକୁ ହେବ ମୁଁ ନିଶ୍ଚିତ ଯେ ଏହାକୁ ରାଷ୍ଟ୍ରର ଜିଡିପି ସହ ଯଥୋଚିତ ଭାବେ ତୁଳନା କରାଯାଇ ପାରିବ

ବନ୍ଧୁଗଣ,

ଏମିତି ସମୟ ଥିଲା, ଯେତେବେଳେ କି ମାତ୍ର 5 କିମ୍ବା 6ଟି ଆଇଆଇଟିର ପୁରାତନ ଛାତ୍ରଛାତ୍ରୀ ଏକାଠି ହେଉଥିଲେ ଏବେ ସେହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବଂ ଏହା ପାଖାପାଖି ଦୁଇ ଡଜନ ହୋଇଛି ଉଭୟ ଛାତ୍ରଛାତ୍ରୀ ଏବଂ ପୁରୁଣା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏଥିସହ ଆମେ ସୁନିଶ୍ଚିତ କରିଛୁ ଯେ ଆଇଆଇଟିର ବ୍ରାଣ୍ଡ୍ କେବଳ ସୁଦୃଢ଼ତର ହୁଏ ଭାରତରେ ବିଜ୍ଞାନ ପ୍ରଯୁକ୍ତି ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଦୃଢ଼ତାର ସହ ପ୍ରତିବଦ୍ଧ ଆପଣମାନେ ଦେଖିଥିବେ ଯେ ଭାରତରେ କିଛିଦିନ ତଳେ ହାକାଥନ ସଂସ୍କୃତି ବିକଶିତ ହେବାରେ ଲାଗିଛି ଏହିଭଳି କେତେକ ହାକାଥନର ଅଂଶବିଶେଷ ହେବାକୁ ମୋତେ ସୁଯୋଗ ମଧ୍ୟ ପ୍ରାପ୍ତ ହୋଇଛି ଏହି ହାକାଥନରେ ଜାତୀୟ ତଥା ଅନ୍ତର୍ଜାତୀୟ ସମସ୍ୟା ସମାଧାନ ଦିଗରେ ଯୁବା ବୁଦ୍ଧିମତ୍ତା କାମ କରୁଥିବା ମୁଁ ଦେଖିବାକୁ ପାଇଛି

ଏହି କ୍ଷେତ୍ରରେ ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପର ଅନେକ ଦେଶଗୁଡ଼ିକ ସହ ଆମେ କାମ କରିଆସୁଛୁ ଆମ ଦେଶର ଯୁବକଯୁବତୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ କୌଶଳ ପ୍ରଦର୍ଶନ କରିବାକୁ ଯେମିତି ସୁଯୋଗ ମିଳେ ଆମେ ତାହାକୁ ସୁନିଶ୍ଚିତ କରୁଛୁ ଏବଂ ବିଶ୍ୱ ସ୍ତରରେ ସର୍ବୋତ୍ତମ ପ୍ରଥାଗୁଡ଼ିକୁ ଜାଣିବାକୁ ସୁଯୋଗ ପାଆନ୍ତୁ ଅକ୍ଟୋବର 2, ଗାନ୍ଧୀ ଜୟନ୍ତୀ ପରଠାରୁ ଭାରତ ବୈଭବ ଶିଖର ସମ୍ମିଳନୀ ଆୟୋଜନ କରୁଛି

ପାଖାପାଖି ଏକ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ବିଜ୍ଞାନ ଉଦ୍ଭାବନ କ୍ଷେତ୍ରରେ ଉଚ୍ଚ ଗୁଣବତ୍ତା ଥିବା ପ୍ରତିଭାମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇ ପାରିଲା ଅଂଶଗ୍ରହଣକାରୀଙ୍କ ସଂଖ୍ୟା ପାଖାପାଖି 23 ହଜାର ଥିଲା 130 ପ୍ୟାନେଲସ୍ତରୀୟ ଆଲୋଚନା ହୋଇଥିଲା ଏହା ଶିଖର ସମ୍ମିଳନୀର ଉତ୍ପାଦକତା ଥିଲା ଏବଂ ଏହା ବିଜ୍ଞାନ ଉଦ୍ଭାବନରେ ଭବିଷ୍ୟତର ସହଯୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ ଭଳି ଥିଲା

ବନ୍ଧୁଗଣ,

ଭାରତ ନିଜ କାମ କରିବାର ଶୈଳୀରେ ଏକ ସମୁଦ୍ର ସମ ପରିବର୍ତ୍ତନ ଦେଖିବାକୁ ପାଉଛି ଯାହା କଦାପି ହୋଇପାରିବ ନାହିଁ ବୋଲି ଦିନେ ଆମେ ଭାବୁଥିଲୁ, ଆଜି ତାହା ଦ୍ରୁତ ଗତିରେ ସମ୍ଭବ ହେବାରେ ଲାଗିଛି ଏହାର ଏକ ଛୋଟ ଉଦାହରଣ ଦେବାକୁ ଚାହିଁବି, ଯାହା ନେଇ ଆପଣମାନେ ଭଲ ଭାବେ ଜାଣିଥିବେ ଏହା ପୂର୍ବରୁ, ଯେତେବେଳେ ଆଇଆଇଟି ଏରୋ-ସ୍ପେସ ଇଞ୍ଜିନିୟର ସୃଷ୍ଟି କରିଥିଲା, ସେତେବେଳେ ସେମାନଙ୍କୁ ରୋଜଗାର ଦେବା ପାଇଁ ଏକ ମଜଭୁତ ଘରୋଇ ଶିଳ୍ପ ଇକୋସିଷ୍ଟମ ଥିଲା ଆଜି, ମହାକାଶ କ୍ଷେତ୍ରରେ ଆମର ଐତିହାସିକ ସୁଧାର ସହିତ ମାନବତା ପୂର୍ବରୁ ଅନ୍ତିମ ସୀମା ଭାରତୀୟ ପ୍ରତିଭା ପାଇଁ ଉନ୍ମୁକ୍ତ ହୋଇଯାଇଛି

ସେଥିପାଇଁ ଭାରତରେ ପ୍ରତ୍ୟେକ ଦିନ ନୂଆ ମହାକାଶ ପ୍ରଯୁକ୍ତି ଷ୍ଟାର୍ଟଅପ୍ ଆସିବାରେ ଲାଗିଛି ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନଙ୍କ ମଧ୍ୟରୁ କେହି ବି ସେହି ସ୍ଥାନକୁ ଯିବେ, ଯେଉଁଠାକୁ ପୂର୍ବରୁ କେହି ଯାଇ ଥିବେ! ଭାରତର ଅନେକ କ୍ଷେତ୍ରରେ ଅଗ୍ରଣୀ ଅଭିନବ କାମ କରାଯାଉଛି ଆମ ସରକାର ‘ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନ’ ସିଦ୍ଧାନ୍ତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ

ଆମ ସଂସ୍କାର ଅଭିଯାନରେ ସାମିଲ ହେବା ପାଇଁ ଆଉ କୌଣସି କ୍ଷେତ୍ର ବାକି ନାହିଁ କୃଷି, ଆଣବିକ ଶକ୍ତି, ପ୍ରତିରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟଚିକିତ୍ସା, ଭିତ୍ତିଭୂମି, ଫାଇନାନ୍ସ, ବ୍ୟାଙ୍କିଙ୍ଗ, ଟିକସ ତାଲିକା ଲମ୍ବିବାରେ ଲାଗିଛି ଆମେ ଶ୍ରମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛୁ, 44 କେନ୍ଦ୍ର ଶ୍ରମ ଆଇନକୁ ମାତ୍ର 4ଟି କୋଡରେ ବିଲୟ କରିଛୁ ଆମ ଦେଶର କର୍ପୋରେଟ ଟିକସ ହାର ବିଶ୍ୱରେ ସର୍ବନିମ୍ନ

କିଛି ସପ୍ତାହ ତଳେ, ଭାରତୀୟ ମନ୍ତ୍ରିମଣ୍ଡଳ ଦଶ ପ୍ରମୁଖ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ କୈନ୍ଦ୍ରିକ ପ୍ରୋତ୍ସାହନ ସ୍କିମକୁ ମଞ୍ଜୁରି ଦେଇଥିଲା ଏହି ନିଷ୍ପତ୍ତି ବିନିର୍ମାଣ ଏବଂ ରପ୍ତାନିକୁ ବୃଦ୍ଧି କରବା ପାଇଁ ନିଆଯାଇଥିଲା ବ୍ୟାଟେରି, ଇଲେକ୍ଟ୍ରୋନିକ୍ସ, ଫାର୍ମା, ଅଟୋମୋବାଇଲ୍ସ, ଟେଲିକମ, ସୌର ଶକ୍ତି ଇତ୍ୟାଦି କ୍ଷେତ୍ର ଏଥିରେ ସାମିଲ ପ୍ରତ୍ୟେକ କ୍ଷେତ୍ର ପ୍ରଯୁକ୍ତି ସହ ଯୋଡ଼ି ହୋଇଛି ଏହି ସୁଯୋଗଗୁଡ଼ିକ ବ୍ୟବହାର ପାଇଁ ଅପେକ୍ଷା କରିଛି

ସମ୍ପ୍ରତି କୋଭିଡ-19 ପରୀକ୍ଷା ସମୟରେ, ଭାରତ ରେକର୍ଡ ନିବେଶ ହାସଲ କରିଛି ପ୍ରଯୁକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ଆଗମନ ହୋଇଛି ଭାରତକୁ ବିଶ୍ୱ ଏକ ବିଶ୍ୱସ୍ତ ତଥା ପ୍ରତିଶ୍ରୁତିବଦ୍ଧ ସହଯୋଗୀ ଭାବେ ଦେଖୁଛି

ବନ୍ଧୁଗଣ,

ପାନ ଆଇଆଇଟି ବିପ୍ଳବର ସାମୂହିକ ଶକ୍ତି ଆତ୍ମନିର୍ଭର ଭାରତ ନେଇ ଆମେ ଦେଖୁଥିବା ସ୍ୱପ୍ନକୁ ଗତିଶୀଳ କରାଇ ପାରିବ ସ୍ୱାଧୀନ ଭାରତର ଇତିହାସରେ କିଛି ମହତ୍ତ୍ୱପୂର୍ଣ୍ଣ ଘଡ଼ିସନ୍ଧିରେ ବିଶ୍ୱରେ ଭାରତୀୟ ପ୍ରବାସୀ ଏକ ପୁନରୁତଥାନ ଭାରତରେ ନିଜ ବିଶ୍ୱାସ ରଖିଥିଲେ ସେମାନେ ନବଭାରତର ରାଷ୍ଟ୍ରଦୂତ ବନିଯାଇଛନ୍ତି ଏବଂ ସାରା ବିଶ୍ୱ ଉଚିତ ଭାବେ ଯେମିତି ଭାରତର ଦୃଷ୍ଟିକୋଣକୁ ବୁଝେ, ତାହା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ସ୍ୱର ମହତ୍ତ୍ୱପୂର୍ଣ୍ଣ ଥିଲା

ବନ୍ଧୁଗଣ,

ଦୁଇବର୍ଷ ପରେ, ଅର୍ଥାତ 2022ରେ ସ୍ୱାଧୀନତା ପରଠାରୁ ଭାରତ 75 ବର୍ଷରେ ପଦାର୍ପଣ କରିବ ପାନ ଆଇଆଇଟି ବିପ୍ଳବ ‘ଭାରତକୁ ଫେରାଇବା ପାଇଁ’ ଏକ ଉଚ୍ଚତର ବେଞ୍ଚମାର୍କ ସ୍ଥାପନ କରୁ ବୋଲି ମୁଁ ଚାହୁଁଛି ଆପଣଙ୍କ ମାତୃସଂସ୍ଥା ପାଇଁ ଆପଣଙ୍କ ଉଦ୍ୟମ ଭଲ ଭାବେ ଦେଖିବାକୁ ମିଳୁଛି ଏବଂ ଏହା ପ୍ରେରଣାଦାୟକ ମୁଁ ଜାଣିଛି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ନିଜ କନିଷ୍ଠମାନଙ୍କୁ ଠିକ କ୍ୟାରିୟର ମାର୍ଗ ଚୟନ କରିବାରେ ଗୁରୁ ଭଳି କାମ କରୁଥିବେ, ତାହା ଶିକ୍ଷା ହେଉ ଅବା ଉଦ୍ୟୋଗ , ଆଜି, ସେମାନଙ୍କ ମଧ୍ୟରୁ ଅନେକ ନିଜସ୍ୱ ଭେଞ୍ଚର୍ସ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ହେଉଛନ୍ତି ଉଜ୍ଜ୍ୱଳ ତଥା ଆତ୍ମବିଶ୍ୱାସୀ ଯୁବଗୋଷ୍ଠୀ ଯେଉଁମାନେ ନିଜ କଠିନ ପରିଶ୍ରମ ଏବଂ ଉଦ୍ଭାବନ ଜରିଆରେ ଏକ ଛାପ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି

ଏବେ, ସେମାନଙ୍କୁ ମଧ୍ୟ ଏହି ଉଦ୍ୟମରେ ମାର୍ଗ ଦେଖାଇବା ପାଇଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି ଆମ ସ୍ୱାଧୀନତାର 75 ବର୍ଷକୁ ଆମେ କିଭଳି ସ୍ମରଣୀୟ କରିବା, ସେଥିପାଇଁ ଆପଣଙ୍କଠାରୁ ଅଧିକ ବିଚାରଧାରା ଏବଂ ପରାମର୍ଶ ବିନିମୟ କରିବାକୁ ଆହ୍ୱାନ କରୁଛି ମାଇଁଗଭରେ ଆପଣମାନେ ନିଜ ମତାମତ ବିନିମୟ କରିପାରିବେ ଅଥବା, ଆପଣମାନେ ସିଧାସଳଖ ନରେନ୍ଦ୍ର ମୋଦୀ ଆପରେ ମୋତେ ବିନିମୟ କରିପାରିବେ

ବନ୍ଧୁଗଣ,

ଆମର ଆଜିର କାର୍ଯ୍ୟ ଆମ ଆସନ୍ତାକାଲିର ପୃଥିବୀକୁ ଆକାର ଦେବ କୋଭିଡ-19 ପରବର୍ତ୍ତୀ ସମୟ କିଛି ଏଭଳି ହେବ: ପୁନଃ ଶିକ୍ଷଣ, ପୁନଃ ଚିନ୍ତନ, ପୁନଃ-ଉଦ୍ଭାବନ ଏବଂ ପୁନଃ ଆବିଷ୍କାର ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ଏହା ଦେଖିବାକୁ ମିଳିବ ଏହାସହିତ ଏକାଧିକ ଅର୍ଥନୈତିକ ସଂସ୍କାର ମଧ୍ୟ ଆମ ପୃଥିବୀକୁ ପୁନଃ ଶକ୍ତି ପ୍ରଦାନ କରିବ ଏହା ‘ସହଜରେ ବଞ୍ଚିବାକୁ’ ସୁନିଶ୍ଚିତ କରିବ ଏବଂ ଗରିବ ଏବଂ ବଞ୍ଚିତଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ମହାମାରୀ ବେଳେ ଆମେ କେତେକ ଉଦ୍ଭାବନ ଦେଖିବାକୁ ପାଇଛେ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁ ଏହା ହୋଇପାରିଛି କୋଭିଡ-19 ଯୋଗୁ ଆସିଥିବା ନୂଆ ସ୍ୱାଭାବିକତା ସହ ତାଳ ଦେଇ ଚାଲିବା ପାଇଁ ଆଜି ବିଶ୍ୱ ଉନ୍ନତ ପ୍ରତିକାର ଆବଶ୍ୟକ କରୁଛି, ଏବଂ, ଏହି ବିଚାରକୁ ପରିଚାଳିତ କରିବା ପାଇଁ ଆପଣଙ୍କଠାରୁ ଆଉ କିଏ ଉତ୍ତମ ହେବ? ଆଜି, ଅନେକ ସଂଖ୍ୟକ ଆଇଆଇଟି ପୁରାତନ ଛାତ୍ରଛାତ୍ରୀ ବିଶ୍ୱ ସ୍ତରରେ ନେତୃତ୍ୱ ନେଉଛନ୍ତି ଆପଣମାନଙ୍କର ଶକ୍ତିଶାଳୀ ନେଟୱର୍କ ଶିଳ୍ପ, ଶିକ୍ଷା, କଳା, ସରକାର ସବୁଠାରେ ବ୍ୟାପିଛି ମାନବ କାର୍ଯ୍ୟକଳାପ ଏବଂ ଉକ୍ରର୍ଷତାର ପ୍ରତ୍ୟେକ କ୍ଷେତ୍ରରେ ଆପଣମାନେ ବ୍ୟାବହାରିକ ଭାବେ ସାମିଲ ଅଛନ୍ତି ପ୍ରତି ସପ୍ତାହରେ ହେଉ ବା ପ୍ରତିଦିନ ମୁଁ ଆପଣଙ୍କ ମହଲରୁ ଜଣେ ବା ଅନେକଙ୍କ ସହ ସିଧାସଳଖ କଥାବାର୍ତ୍ତା କରୁଛି ବିକାଶଶୀଳ ନୂଆ ବିଶ୍ୱ ପ୍ରଯୁକ୍ତି ରୀତିରେ ପ୍ରତିକାର ପାଇଁ ତର୍କ କରିବା, ଆଲୋଚନା କରିବା ଏବଂ ଯୋଗଦାନ ଦେବାକୁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି ଏହି ଦାୟିତ୍ୱ ବେଶ ଭାରୀ, କିନ୍ତୁ ଆପଣମାନଙ୍କ କାନ୍ଧ ଯେ ଏଥିପାଇଁ ସମର୍ଥ, ତାହା ମୁଁ ଜାଣିଛି

ଏଥିସହ, ମୁଁ ଆପଣମାନଙ୍କୁ ଏହି ବର୍ଷର ସମ୍ମିଳନୀ ପାଇଁ ଶୁଭକାମନା ଜଣାଉଛି ଏହି ସମ୍ମିଳନୀ ‘ଭବିଷ୍ୟତ ହେଉଛି ବର୍ତ୍ତମାନ’ ବିଷୟବସ୍ତୁକୁ ଠିକ ଭାବେ ସୂଚାଉଛି ହଁ ଏହା ନିଶ୍ଚିତ ସୂଚାଉଛି

ସୌଭାଗ୍ୟ

ଏବଂ ଧନ୍ୟବାଦ

 

**********



(Release ID: 1678909) Visitor Counter : 182