ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 12 NOV 2020 9:05PM by PIB Bhubaneshwar

ମୁଁ ପ୍ରାରମ୍ଭରେ ସମସ୍ତ ଯୁବକମାନଙ୍କୁ ଏକ ସ୍ଳୋଗାନ ଦେବାକୁ ଅନୁରୋଧ କରିବି, ଆପଣମାନେ ନିଶ୍ଚୟ ମୋ ସହିତ କୁହନ୍ତୁ-

ମୁଁ କହିବି ସ୍ୱାମୀ ବିବେକାନନ୍ଦ- ଆପଣମାନେ କହିବେ ଅମର ରହେ, ଅମର ରହେ

ସ୍ୱାମୀ ବିବେକାନନ୍ଦ- ଅମର ରହେ, ଅମର ରହେ ସ୍ୱାମୀ ବିବେକାନନ୍ଦ- ଅମର ରହେ, ଅମର ରହେ

ଦେଶର ଶିକ୍ଷାମନ୍ତ୍ରୀ ଡଃ. ରମେଶ ପୋଖରିୟାଲ ନିଶଙ୍କ ମହାଶୟ, ଜେଏନୟୁର କୁଳପତି ପ୍ରଫେସର ଜଗଦୀଶ କୁମାର ମହାଶୟ, ପ୍ରୋ କୁଳପତି ପ୍ରଫେସର ଆର. ପି. ସିଂହ ମହାଶୟ, ଆଜିକାର ଏହି ଅବସରକୁ ସାକାର କରିଥିବା ଜେଏନୟୁର ପୂର୍ବତନ ଛାତ୍ର ଡଃ. ମନୋଜ କୁମାର ମହାଶୟ, ମୂର୍ତ୍ତି ନିର୍ମାତା ଶ୍ରୀ ନରେଶ କୁମାବତ୍ ମହାଶୟ, ଭିନ୍ନ-ଭିନ୍ନ ସଂସ୍ଥାନ ସହିତ ଜଡ଼ିତ ଫାକଲ୍ଟି ମେମ୍ବର୍ସ ଏବଂ ବିଶାଳ ସଂଖ୍ୟାରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ମୋର ସମସ୍ତ ଯୁବ ସାଥୀଗଣ ମୁଁ ଜେଏନୟୁ ପ୍ରଶାସନ, ସମସ୍ତ ଶିକ୍ଷକମାନଙ୍କୁ ଏବଂ ଛାତ୍ରମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ମହାଶୟ କହୁଥିଲେ – ‘ମୂର୍ତ୍ତିରେ ଆସ୍ଥାର ରହସ୍ୟ ଏହା ହେଉଛି ଯେ ଆପଣ ସେହି ଗୋଟିଏ ଜିନିଷରେ ଐଶ୍ୱରୀୟ ସତ୍ତାର ଅନୁଭବ କରିଥାଆନ୍ତି ଏହା ହେଉଛି ମୋର କାମନା ଯେ ଜେଏନୟୁରେ ପ୍ରତିଷ୍ଠା ହୋଇଥିବା ସ୍ଵାମୀଜୀଙ୍କର ଏହି ପ୍ରତିମା ସମସ୍ତଙ୍କୁ ପ୍ରେରଣା ଦେଉ, ଉର୍ଜ୍ଜାରେ ଭରି ଦେଉ ଏହି ପ୍ରତିମା ସେପରି ସାହସ ଦେଉ, ଶକ୍ତି ଦେଉ, ଯେପରି ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଦେଖିବାକୁ ଚାହୁଁଥିଲେ ଏହି ପ୍ରତିମା ସେହି କରୁଣା ଭାବ ଶିଖାଉ, ଦୟାଭାବ ଶିଖାଉ, ଯାହା ସ୍ଵାମୀଜୀଙ୍କର ଦର୍ଶନର ମୁଖ୍ୟ ଆଧାର ଥିଲା

ଏହି ପ୍ରତିମା ଆମକୁ ରାଷ୍ଟ୍ର ପ୍ରତି ଅଗାଧ ସମର୍ପଣ ଶିଖାଉ, ପ୍ରେମ ଶିଖାଉ, ଦେଶକୁ ଗଭୀରଭାବେ ଭଲ ପାଇବା ଶିଖାଉ ଏହା ହେଉଛି ସ୍ଵାମୀଜୀଙ୍କ ଜୀବନର ସର୍ବୋଚ୍ଚ ସନ୍ଦେଶ ଏହି ପ୍ରତିମା ଦେଶକୁ ସେହି ଏକତାର ଦୃଷ୍ଟିଭଙ୍ଗୀ ଆପଣେଇବା ପାଇଁ ପ୍ରେରିତ କରୁ ଯାହା ସ୍ୱାମୀଜୀଙ୍କ ଚିନ୍ତନର ପ୍ରେରଣା ସାଜିଥିଲା  ଏହି ପ୍ରତିମା ଦେଶକୁ ଯୁବକଙ୍କ ନେତୃତ୍ୱରେ ବିକାଶର ଦୃଷ୍ଟିଭଙ୍ଗୀ ସହିତ ଆଗକୁ ଅଗ୍ରସର ହେବା ପାଇଁ ପ୍ରେରିତ କରୁ, ଯାହା ସ୍ଵାମୀଜୀଙ୍କ ଆଶା ରହିଥିଲା ଏହି ପ୍ରତିମା ଆମକୁ ସ୍ୱାମିଜୀଙ୍କ ସଶକ୍ତସମୃଦ୍ଧ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଦେଇ ଚାଲୁଥିବ

ସାଥୀଗଣ,

ଏହା କେବଳ ଏକ ପ୍ରତିମା ନୁହେଁ, ବରଂ ଏହା ହେଉଛି ସେହି ଉଚ୍ଚ ଚିନ୍ତାଧାରାର ପ୍ରତୀକ ଯେଉଁ ଶକ୍ତି ଆଧାରରେ ଜଣେ ସନ୍ନ୍ୟାସୀ ସମଗ୍ର ବିଶ୍ୱକୁ ଭାରତର ପରିଚୟ ଦେଇଥିଲେ ତାଙ୍କ ପାଖରେ ବେଦାନ୍ତର ଅଗାଧ ଜ୍ଞାନ ଥିଲା ତାଙ୍କ ପାଖରେ ଏକ ଦୂରଦୃଷ୍ଟି ଥିଲା ସେ ଜାଣିଥିଲେ ଯେ ଭାରତ ବିଶ୍ୱକୁ ଦେଇ ପାରିବ ସେ ଭାରତର ବିଶ୍ୱ ବନ୍ଧୁତ୍ୱର ସନ୍ଦେଶ ନେଇ ବିଶ୍ୱକୁ ଯାତ୍ରା କରିଥିଲେ ଭାରତର ସାଂସ୍କୃତିକ ବୈଭବକୁ, ବିଚାରକୁ, ପରମ୍ପରାଗୁଡ଼ିକୁ, ସେ ବିଶ୍ୱ ସାମ୍ନାରେ ରଖିଲେ ସେ ଗୌରବପୂର୍ଣ୍ଣ ଭାବେ ରଖଥିôଲେ

ଆପଣ ଚିନ୍ତା କରି ପାରିବେ ଯେତେବେଳେ ଚତୁର୍ଦ୍ଦିଗରେ ନିରାଶା ଥିଲା, ହତାଶା ଥିଲା, ପରାଧୀନତାର ବୋଝ ତଳେ ଆମେମାନେ ଚାପଗ୍ରସ୍ତ ହୋଇ ରହିଥିଲେ, ସେତେବେଳେ ସ୍ଵାମୀଜୀ ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟରେ କହିଥିଲେ, ଆଉ ସେ ବିଗତ ଶତାବ୍ଦୀର ପ୍ରାରମ୍ଭରେ କହିଥିଲେ ସେ କହିଥିଲେ? ମିଶିଗନ ବିଶ୍ୱବିଦ୍ୟାଳୟରେ ଭାରତର ଜଣେ ସନ୍ନ୍ୟାସୀ ଘୋଷଣା ମଧ୍ୟ କରିଥିଲେ, ଦର୍ଶନ ମଧ୍ୟ ଶିଖାଇଥିଲେ

ସେ କହୁଥିଲେଏହି ଶତାବ୍ଦୀ ହେଉଛି ଆପଣମାନଙ୍କର ଅର୍ଥାତ ବିଗତ ଶତାବ୍ଦୀର ପ୍ରାରମ୍ଭରେ ତାଙ୍କ ଶବ୍ଦ ହେଉଛିଏହି ଶତାବ୍ଦୀ ହେଉଛି ଆପଣମାନଙ୍କର, କିନ୍ତୁ ଏକବିଂଶ ଶତାବ୍ଦୀ ନିଶ୍ଚିତ ହିଁ ଭାରତର ହେବ ବିଗତ ଶତାବ୍ଦୀରେ ତାଙ୍କ ଶବ୍ଦ ସଠିକ୍ ଥିଲା, ଏହି ଶତାବ୍ଦୀରେ ତାଙ୍କ ଶବ୍ଦକୁ ସଠିକ୍ କରିବା, ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ

ଭାରତୀୟମାନଙ୍କର ସେହି ଆତ୍ମବିଶ୍ୱାସ, ସେହି ଉତ୍ସାହକୁ ଏହି ପ୍ରତିମା ଏକାଠି କରି ପାରିଛି ଏହି ପ୍ରତିମା ସେହି ଜ୍ୟୋତିପୁଞ୍ଜର ହେଉଛି ଦର୍ଶନ, ଯାହାକୁ ପରାଧୀନତାର ଦୀର୍ଘ ସମୟରେ ନିଜକୁ, ନିଜ ସାମର୍ଥ୍ୟକୁ, ନିଜ ପରିଚୟକୁ ଭୁଲି ଯାଇଥିବା ଭାରତୀୟଙ୍କୁ ଜାଗ୍ରତ କରାଇଥିଲା, ଜାଗ୍ରତ କରିବାର କାର୍ଯ୍ୟ କରିଥିଲା ଭାରତରେ ନୂଆ ଚେତନାର ସଂଚାର କରିଥିଲା

ସାଥୀଗଣ,

ଆଜି ଦେଶ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛି ଆଜି ଆତ୍ମନିର୍ଭର ଭାରତର ଚିନ୍ତାଧାରା 130 କୋଟିରୁ ଅଧିକ ଭାରତୀୟଙ୍କ ସାମଗ୍ରିକ ଚେତନାର, ଆମର ଆକାଂକ୍ଷାର ଅଂଶ ପାଲଟି ଯାଇଛି ଯେତେବେଳେ ଆମେ ଆତ୍ମନିର୍ଭର ଭାରତର କଥା କହୁଛୁ, ତେବେ ଲକ୍ଷ୍ୟ କେବଳ ଶାରୀରିକ ଅବା ବସ୍ତୁବାଦୀ ସ୍ୱାବଲମ୍ବନଶୀଳ ପର୍ଯ୍ୟନ୍ତ ହିଁ ନୁହେଁ ଆତ୍ମନିର୍ଭରତାର ଅର୍ଥ ମଧ୍ୟ ହେଉଛି ବ୍ୟାପକ, ପରିସର ମଧ୍ୟ ହେଉଛି ବ୍ୟାପକ, ସେଥିରେ ଗଭୀରତା ମଧ୍ୟ ଅଛି, ସେଥିରେ ଉଚ୍ଚତା ମଧ୍ୟ ଅଛି ଆତ୍ମନିର୍ଭର ରାଷ୍ଟ୍ର ସେତେବେଳେ ପାଲଟି ଥାଏ, ଯେତେବେଳେ ସଂସାଧନ ସହିତ ଚିନ୍ତାଧାରା ଏବଂ ସଂସ୍କାରରେ ମଧ୍ୟ ସେ ଆତ୍ମନିର୍ଭର ପାଲଟେ

ବିଦେଶରେ ଥରେ କେହି ସ୍ଵାମୀଜୀଙ୍କୁ ପଚାରିଥିଲେ ଯେ, ଆପଣ କାହିଁକି ଏଭଳି ପୋଷାକ ପିନ୍ଧୁ ନାହାଁନ୍ତି, ଯାହାଦ୍ୱାରା ଆପଣ ଭଦ୍ର ଲୋକ ଭଳି ମଧ୍ୟ ଲାଗିବେ? ଏହା ଉପରେ ସ୍ଵାମୀଜୀ ଯେଉଁ ଉତ୍ତର ଦେଇଥିଲେ, ତାହା ଭାରତର ଆତ୍ମବିଶ୍ୱାସ, ଭାରତର ମୂଲ୍ୟବୋଧର ଗଭୀରତାକୁ ଦେଖାଉଛି ବଡ଼ ବିନମ୍ରତାର ସହିତ ସେହି ମହାଶୟଙ୍କୁ ସ୍ଵାମୀଜୀ ଉତ୍ତର ଦେଲେ ଯେ - ଆପଣଙ୍କ ସଂସ୍କୃତିରେ ଏକ ଦରଜୀ ଭଦ୍ରଲୋକ ସୃଷ୍ଟି କରିଥାଏ, କିନ୍ତୁ ଆମ ସଂସ୍କୃତିରେ ଚରିତ୍ର ସ୍ଥିର କରିଥାଏ ଯେ କିଏ ହେଉଛି ଭଦ୍ରଲୋକ ଆତ୍ମନିର୍ଭର ଚିନ୍ତା ଏବଂ ସଂସ୍କାରର ନିର୍ମାଣ ଏହି ପରିସର ବା କ୍ୟାମ୍ପସ୍ କରିଥାଏ, ଆପଣଙ୍କ ଭଳି ଯୁବ ସାଥୀମାନେ କରିଥାଆନ୍ତି

ସାଥୀଗଣ,

ଦେଶର ଯୁବକ ହିଁ ସାରା ବିଶ୍ୱରେ ହେଉଛନ୍ତି ବ୍ରାଣ୍ଡ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡ଼ର ଆମର ଯୁବକ ଭାରତର ସଂସ୍କୃତି ଏବଂ ପରମ୍ପରାର ପ୍ରତିନିଧିତ୍ୱ କରି ଥାଆନ୍ତି ଏଥିପାଇଁ ଆପଣମାନଙ୍କ ଠାରୁ ଆଶା କେବଳ ହଜାର-ହଜାର ବର୍ଷ ଧରି ଚାଲି ଆସିଥିବା ଭାରତର ପୁରାତନ ପରିଚୟକୁ ନେଇ ଗର୍ବ କରିବାରେ ହିଁ ନୁହେଁ, ବରଂ ଏକବିଂଶ ଶତାବ୍ଦୀରେ ଭାରତର ନୂତନ ପରିଚୟ ଗଢ଼ିବାରେ ମଧ୍ୟ ଅଛି ଅତୀତରେ ଆମେ ବିଶ୍ୱକୁ ଦେଲେ, ଏହା ମନେ ରଖିବା ଏବଂ ଏହା କହିବା ଆମର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ଏହି ଆତ୍ମବିଶ୍ୱାସର ଶକ୍ତି ବଳରେ ଆମକୁ ଭବିଷ୍ୟତ ଉପରେ କାର୍ଯ୍ୟ କରିବାର ଅଛି ଭାରତ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଯୋଗଦାନ କରିବ, ଏଥିପାଇଁ ନବସୃଜନ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ

ସାଥୀଗଣ,

ଆମର ଯୁବସାଥୀ ଯେଉଁମାନେ ଦେଶର ନୀତି ଏବଂ ଯୋଜନାର ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ, ସେମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଉଠୁଥିବ ଯେ ଭାରତର ଆତ୍ମନିର୍ଭରତାର ଅର୍ଥ ହେଉଛି ନିଜ ମଧ୍ୟରେ ମଜ୍ଜି ରହିବା, ନିଜ ମଧ୍ୟରେ ହିଁ ମଗ୍ନ ରହିବାର ଉଚିତ କି? ତେବେ ଏହାର ଉତ୍ତର ମଧ୍ୟ ଆମକୁ ସ୍ୱାମୀ ବିବେକାନନ୍ଦ ମହାଶୟଙ୍କ ଚିନ୍ତାଧାରାରେ ମିଳିବ ସ୍ଵାମୀଜୀଙ୍କୁ ଥରେ କେହି ପଚାରିଲେ କି ସନ୍ଥଙ୍କୁ ନିଜ ଦେଶ ବ୍ୟତୀତ ସମସ୍ତ ଦେଶକୁ ନିଜର ମାନିବା ଉଚିତ ନୁହେଁ କି? ଏହା ଉପରେ ସ୍ଵାମୀଜୀ ଏକ ସହଜ ଉତ୍ତର ଦେଇଥିଲେ ଯେ ସେହି ବ୍ୟକ୍ତି ଯିଏ ନିଜ ମାଆକୁ ସ୍ନେହ ଏବଂ ସାହାରା ଦେଇ ପାରିବ, ସେ ଅନ୍ୟମାନଙ୍କ ମାଆମାନଙ୍କର ଚିନ୍ତା କିପରି କରି ପାରିବ? ଏଥିପାଇଁ ଆମର ଆତ୍ମନିର୍ଭରତା ସଂପୂର୍ଣ୍ଣ ମାନବିକତାର କଲ୍ୟାଣ ପାଇଁ ଅଛି ଆଉ ଆମେ ଏହା କରି ଦେଖାଉଛୁ ଯେବେ ଯେବେ ଭାରତର ସାମର୍ଥ୍ୟ ବଢ଼ିଛି, ସେତେବେଳେ ତାହାଦ୍ୱାରା ବିଶ୍ୱକୁ ଲାଭ ହୋଇଛି ଭାରତର ଆତ୍ମନିର୍ଭରତାରେଆତ୍ମବତ୍ ସର୍ବ-ଭୁତେଷୁ ଭାବନା ଜଡ଼ିତ ରହିଛି, ସଂପୂର୍ଣ୍ଣ ସଂସାରର କଲ୍ୟାଣର ଚିନ୍ତାଧାରା ଯୋଡ଼ି ହୋଇ ରହିଛି

ସାଥୀଗଣ,

ଆଜି ପ୍ରତ୍ୟେକ କ୍ଷେତ୍ରରେ କରାଯାଉଥିବା ଅଭୁତପୂର୍ବ ସଂସ୍କାର ଆତ୍ମନିର୍ଭରତାର ଭାବନାରେ କରାଯାଉଛି ଦେଶର ଜନତା ଭୋଟ୍ ମାଧ୍ୟମରେ ଏହି ସଂସ୍କାରକୁ ସମର୍ଥନ ମଧ୍ୟ ଦେଇଛନ୍ତି ଆପଣ ସମସ୍ତେ ଯେତେବେଳେ ଜେଏନୟୁରେ ଭାରତର ସାମାଜିକ ଏବଂ ରାଜନୈତିକ ବ୍ୟବସ୍ଥା ସମ୍ପର୍କରେ ଗମ୍ଭୀରତାର ସହିତ ବିଶ୍ଳେଷଣ କରୁଛନ୍ତି ଆପଣଙ୍କ ଠାରୁ କିଏ ଭଲ ଭାବରେ ଜାଣିଥାଏ ଯେ ଭାରତରେ ସଂସ୍କାରକୁ ନେଇ କି କି କଥା ହେଉଥିଲା ଏହା ସତ୍ୟ ନୁହେଁ, ଭାରତରେ ଭଲ ସଂସ୍କାରକୁ ଖରାପ ରାଜନୀତି ବୋଲି ଧରି ନିଆ ଯାଉ ନଥିଲା? ତେବେ ପୁଣି ଭଲ ସଂସ୍କାର, ଭଲ ରାଜନୀତି କିପରି ହୋଇଗଲା?

ଏହାକୁ ନେଇ ଆପଣ ଜେଏନୟୁର ସାଥୀ ନିଶ୍ଚିତ ଗବେଷଣା କରନ୍ତୁ କିନ୍ତୁ ଅନୁଭବର ଆଧାରରେ ମୁଁ ଏକ କଥାକୁ ଆପଣଙ୍କ ସାମ୍ନାରେ ନିଶ୍ଚୟ ରଖିବି ଆଜି ବ୍ୟବସ୍ଥାରେ ଯେତେ ସଂସ୍କାର ଅଣାଯାଉଛି, ତାହା ପଛରେ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ କରିବାର ସଂକଳ୍ପ ରହିଛି ଆଜି ହେଉଥିବା ସଂସ୍କାର ସହିତ ଲକ୍ଷ୍ୟ ଏବଂ ନିଷ୍ଠା ହେଉଛି ପବିତ୍ର, ଆଜି ଯେଉଁ ସଂସ୍କାର କରାଯାଉଛି, ତାହା ପୂର୍ବରୁ ଏକ ସୁରକ୍ଷା କବଚ ପ୍ରସ୍ତୁତ କରାଯାଉଛି ଏହି କବଚର ସବୁଠାରୁ ବଡ଼ ଆଧାର ହେଉଛି- ବିଶ୍ୱାସ, ଭରସା ଏବେ ଯେଭଳି କୃଷକଙ୍କ ଉପଯୋଗୀ ସଂସ୍କାର ସେହି କଥାକୁ ନେଇ ଆଲୋଚନା କରିବା କୃଷକ ଦଶକ- ଦଶକ ପର୍ଯ୍ୟନ୍ତ କେବଳ ରାଜନୈତିକ ଚର୍ଚ୍ଚାର ହିଁ ବିଷୟ ଥିଲେ, ତୃଣମୂଳ ସ୍ତରରେ ସେମାନଙ୍କ ହିତ ପାଇଁ ପଦକ୍ଷେପ ସୀମିତ ରହିଥିଲା

ବିଗତ 5-6 ବର୍ଷରେ ଆମେ କୃଷକମାନଙ୍କ ପାଇଁ ଏକ ସୁରକ୍ଷା ତନ୍ତ୍ର ବିକଶିତ କଲୁ ଜଳସେଚନର ଉନ୍ନତ ଭିତ୍ତିଭୂମି ହେଉ, ମଣ୍ଡିର ଆଧୁନିକୀକରଣ ନେଇ ନିବେଶ ହେଉ, ୟୁରିଆର ଉପଲବ୍ଧତା ହେଉ, ମୃତିକା ସ୍ୱାସ୍ଥ୍ୟ କାର୍ଡ ହେଉ, ଉନ୍ନତମାନର ବିହନ ହେଉ, ଫସଲ ବୀମା ହେଉ, ଖର୍ଚ୍ଚ ତୁଳନାରେ ଦେଢ଼ଗୁଣ ଏମଏସପି ହେଉ, ଅନ୍ ଲାଇନ୍ ମାର୍କେଟର ବ୍ୟବସ୍ଥା -ନାମ ହେଉ, ଏବଂ ପିଏମ ସମ୍ମାନ ନିଧି ଦ୍ୱାରା ଆର୍ଥିକ ସହାୟତା ହେଉ ବିଗତ ବର୍ଷମାନଙ୍କରେ ଏମଏସପିକୁ ମଧ୍ୟ ଅନେକ ଥର ବୃଦ୍ଧି କରାଯାଇଥିଲା ଏବଂ କୃଷକମାନଙ୍କଠାରୁ ମଧ୍ୟ ରେକର୍ଡ ପରିମାଣର କ୍ରୟ କରାଯାଇଥିଲା କୃଷକମାନଙ୍କ ଆଖପାଖରେ ଯେତେବେଳେ ଏହି ସୁରକ୍ଷା କବଚ ତିଆରି ହୋଇଗଲା, ଯେତେବେଳେ ସେମାନଙ୍କ ମନରେ ବିଶ୍ୱାସ ଜାଗ୍ରତ ହେଲା, ସେତେବେଳେ ଯାଇ ଆମେ କୃଷି ସଂସ୍କାରକୁ ଆଗକୁ ବଢ଼ାଇଲୁ

ପ୍ରଥମେ କୃଷକମାନଙ୍କର ଆଶା ଆକାଂକ୍ଷା ଉପରେ କାର୍ଯ୍ୟ କରାଗଲା ଆଉ ଏବେ କୃଷକମାନଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ କରାଯାଉଛି ଏବେ କୃଷକମାନଙ୍କୁ ପାରମ୍ପରିକ ସାଧନଠାରୁ ଅଧିକ ବିକଳ୍ପ ବଜାର ମିଳୁଛି ଯେତେବେଳେ ଅଧିକ ବିକଳ୍ପ ମିଳିଥାଏ, ସେତେବେଳେ କିଣିଲାବାଲାଙ୍କ ପ୍ରତିଦ୍ୱନ୍ଦିତା ମଧ୍ୟ ବଢି ଯାଇଥାଏ, ଯାହାର ସିଧାସଳଖ ଲାଭ କୃଷକମାନଙ୍କୁ ମିଳିବାକୁ ଯାଉଛି ସଂସ୍କାର ଯୋଗୁଁ ଏବେ କୃଷକ ଉତ୍ପାଦକ ସଂଘ ଅର୍ଥାତ ଏଫପିଓ ଗୁଡିକ ମାଧ୍ୟମରେ କୃଷକମାନଙ୍କୁ ସିଧାସଳଖ ରପ୍ତାନୀକାରୀ ହେବାର ପଥ ପରିଷ୍କାର ହୋଇଛି

ସାଥୀଗଣ,

କୃଷକମାନଙ୍କ ସହିତ ଗରିବମାନଙ୍କ ହିତ ପାଇଁ କରାଯାଇଥିବା ସଂସ୍କାର ମାମଲାରେ ମଧ୍ୟ ଏହି ରାସ୍ତାକୁ ଆପଣାଇ ନିଆଯାଉଛି ଆମର ଏଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗରିବଙ୍କୁ କେବଳ ସ୍ଳୋଗାନ ମଧ୍ୟରେ ସୀମିତ ରଖା ଯାଇଥିଲା କିନ୍ତୁ ସତ୍ୟତା ଏହା ଥିଲା ଯେ ଦେଶର ଗରିବଙ୍କୁ କେବେ ବ୍ୟବସ୍ଥା ସହିତ ଯୋଡ଼ିବାର ଚେଷ୍ଟା ହୋଇ ନଥିଲା ଯେଉଁମାନେ ସବୁଠାରୁ ଅବହେଳିତ ଥିଲେ, ସେମାନେ ଥିଲେ ଗରିବ ଯେଉଁମାନେ ସବୁଠାରୁ ଅଧିକ ଅଣ-ଯୋଗାଯୋଗ ମଧ୍ୟରେ ଥିଲେ, ସେମାନେ ଥିଲେ ଗରିବ ଯେଉଁମାନେ ସବୁଠାରୁ ଅର୍ଥନୈତିକ ବ୍ୟବସ୍ଥାରୁ ବାହାରେ ଥିଲେ, ସେମାନେ ଥିଲେ ଗରିବ ଏବେ ଗରିବଙ୍କୁ ନିଜର ପକ୍କା ଘର, ଶୌଚାଳୟ, ବିଜୁଳି, ଗ୍ୟାସ, ବିଶୁଦ୍ଧ ପିଇବା ପାଣି, ଡିଜିଟାଲ ବ୍ୟାଙ୍କିଙ୍ଗ, ଶସ୍ତା ମୋବାଇଲ, ଯୋଗାଯୋଗ ବ୍ୟବସ୍ଥା ଏବଂ ଦ୍ରୁତ ଇଂଟରନେଟ ସଂଯୋଗର ବ୍ୟବସ୍ଥା ଭଳି ସୁବିଧା ଯାହା ଅନ୍ୟ ନାଗରିକମାନଙ୍କୁ ମିଳୁଛି, ଗରିବଙ୍କ ପର୍ଯ୍ୟନ୍ତ ମଧ୍ୟ ପହଂଚୁଛି ଏହା ହେଉଛି ଗରିବଙ୍କ ଆଖପାଖରେ ବୁଣାଯାଇଥିବା ସେହି ସୁରକ୍ଷା କବଚ, ଯାହା ସେମାନଙ୍କର ଆକାଂକ୍ଷାଗୁଡ଼ିକୁ ଉଡ଼ାଣ ଦେବା ପାଇଁ ଜରୁରୀ ଥିଲା

ସାଥୀଗଣ,

ଆଉ ଏକ ସଂସ୍କାର ଯାହା ସିଧାସଳଖ ଆପଣମାନଙ୍କୁ, ଜେଏନୟୁ ଭଳି ଦେଶର କ୍ୟାମ୍ପସଗୁଡ଼ିକୁ ପ୍ରଭାବିତ କରୁଛି, ତାହା ହେଉଛି ନୂତନ ଜାତୀୟ ଶିକ୍ଷାନୀତି ଏହି ନୂତନ ଜାତୀୟ ଶିକ୍ଷାନୀତିର ପ୍ରମୁଖ ମୂଲ୍ୟ ହିଁ, ଆତ୍ମବିଶ୍ୱାସ, ବିଶ୍ୱାସ ଏବଂ ଚରିତ୍ରରେ ଭରି ରହିଥିବା ଯୁବ ଭାରତର ନିର୍ମାଣ କରିବାର ଅଛି ଏହା ସ୍ଵାମୀଜୀଙ୍କର ମଧ୍ୟ ଦୃଷ୍ଟି ଭଙ୍ଗୀ ଥିଲା ସେ ଚାହୁଁଥିଲେ ଯେ ଭାରତରେ ଶିକ୍ଷା ଏଭଳି ହେଉ, ଯାହା ଆତ୍ମବିଶ୍ୱାସ ଦେଉ, ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭର କରୁ

ଜୀବନର ଦୁଇ-ଅଢ଼େଇ ଦଶକ ପରେ ଯୁବ ସାଥୀମାନଙ୍କୁ ଯେଉଁ ସାହସ ମିଳିଥାଏ, ତାହା ସ୍କୁଲ ଜୀବନର ଆରମ୍ଭରେ ହିଁ କାହିଁକି ମିଳେ? ପୁସ୍ତକ ଜ୍ଞାନ ପର୍ଯ୍ୟନ୍ତ, ପାଠ୍ୟକ୍ରମ ଗୁଡ଼ିକର କଟକଣା ପର୍ଯ୍ୟନ୍ତ, ମାର୍କସିଟ୍, ଡିଗ୍ରୀ ଡିପ୍ଲୋମା ପର୍ଯ୍ୟନ୍ତ ହିଁ ଯୁବକମାନଙ୍କ ଉର୍ଜ୍ଜାକୁ କାହିଁକି ବାନ୍ଧିକରି ରଖାଯିବ? ନୂତନ ଜାତୀୟ ଶିକ୍ଷାନୀତିର ଦୃଷ୍ଟି ଏହି କଥା ଉପରେ ସବୁଠାରୁ ଅଧିକ ଅଛି ଅନ୍ତର୍ଭୁକ୍ତିକରଣ, ନୂତନ ଏନଇପିର ହେଉଛି ମୂଳଲକ୍ଷ୍ୟ ଭାଷା କେବଳ ହେଉଛି ଏକ ମାଧ୍ୟମ, ଜ୍ଞାନର ମାନଦଣ୍ଡ ନୁହେଁ, ଏହା ଏହି ଏନଇପିର ହେଉଛି ଭାବନା ଗରିବରୁ ଗରିବଙ୍କୁ, ଦେଶର ଝିଅମାନଙ୍କୁ, ସେମାନଙ୍କ ଆବଶ୍ୟକତାକୁ, ସେମାନଙ୍କ ସୁବିଧା ଅନୁସାରେ ଉନ୍ନତ ଶିକ୍ଷା ପ୍ରାପ୍ତ କରିବାର ଅଧିକାର ମିଳୁ, ଏହା ଏଥିରେ ସୁନିଶ୍ଚିତ କରାଯାଇଛି

ସାଥୀଗଣ,

ସଂସ୍କାରର ନିର୍ଣ୍ଣୟ କରିବା ହିଁ ନିଜକୁ ନିଜ ମଧ୍ୟରେ ପ୍ରଚୁର ହୋଇ ନଥାଏ ତାହା ଯେଉଁ ପ୍ରକାରରେ ଆମେ ନିଜ ଜୀବନରେ ପ୍ରତିଫଳିତ କରିଥାଉ, ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୂତନ ଜାତୀୟ ଶିକ୍ଷାନୀତି ଦ୍ୱାରା ଆମର ଶିକ୍ଷାବ୍ୟବସ୍ଥାରେ ମଧ୍ୟ ସାର୍ଥକ ପରିବର୍ତ୍ତନ ସେତେବେଳେ ଦ୍ରୁତ ଗତିରେ ଆସିବ, ଯେତେବେଳେ ଆମେ, ଆପଣ ସମସ୍ତ ସାଥୀ ସଚ୍ଚୋଟତାର ସହିତ ପ୍ରୟାସ କରିବା ବିଶେଷ କରି ଆମର ଶିକ୍ଷକବର୍ଗ, ବୁଦ୍ଧିଜୀବୀ ବର୍ଗଙ୍କ ଉପରେ ସବୁଠାରୁ ଅଧିକ ଦାୟିତ୍ୱ ଅଛି ସେହିଭଳି ସାଥୀମାନେ, ଜେଏନୟୁର ଏହି କ୍ୟାମ୍ପସରେ ଏକ ବହୁତ ଲୋକପ୍ରିୟ ସ୍ଥାନ ଅଛି, ତାହା ହେଉଛି କେଉଁ ସ୍ଥାନ? ସାବରମତୀ ଢାବା? ଅଛି ନା? ଆଉ ସେଠାରେ କେତେ ଲୋକଙ୍କ ଖାତା ଚାଲୁଛି? ମୁଁ ଶୁଣିଛି ଯେ ଆପଣମାନେ କ୍ଲାସ ପରେ ଏହି ଢାବାକୁ ଯାଉଛନ୍ତି ଆଉ ଚାପରଟା ସହିତ ତର୍କ କରୁଛନ୍ତି? ଚିନ୍ତାଧାରା ଆଦାନ-ପ୍ରଦାନ କରୁଛନ୍ତି ଯଦି ପେଟ ପୂର୍ଣ୍ଣ ହୋଇ ରହିଥାଏ, ତେବେ ତର୍କ ବା ଚର୍ଚ୍ଚାରେ ମଧ୍ୟ ମଜା ଆସିଥାଏ ଆଜି ପର୍ଯ୍ୟନ୍ତ ଆପଣଙ୍କ ଚିନ୍ତାଧାରାର, ଚର୍ଚ୍ଚାର, ଆଲୋଚନାର ଯେଉଁ ଭୋକ ସାବରମତୀ ଢାବାରେ ମେଂଟୁଥିଲା, ଏବେ ଆପଣଙ୍କ ପାଇଁ ସ୍ଵାମୀଜୀଙ୍କର ଏହି ପ୍ରତିମାର ଛତ୍ରଛାୟାରେ ଆଉ ଏକ ଜାଗା ମିଳିଗଲା

ସାଥୀଗଣ,

କୌଣସି ଏକ କଥା ଯାହା ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବହୁତ ବଡ଼ କ୍ଷତି ପହଂଚାଇଛି - ତାହା ହେଉଛି ରାଷ୍ଟ୍ର ହିତଠାରୁ ଅଧିକ ପ୍ରାଥମିକତା ନିଜର ବିଚାରଧାରାକୁ ଦେବା କାରଣ ମୋର ବିଚାରଧାରା ଏହା କହୁଛି, ଏଥିପାଇଁ ଦେଶ ହିତ ମାମଲାରେ ମୁଁ ମଧ୍ୟ ଏହି ଢ଼ାଂଚାରେ ଚିନ୍ତା କରିବି, ଏହି ପରିସରରେ କାର୍ଯ୍ୟ କରିବି, ଏହି ରାସ୍ତା ଠିକ୍ ନୁହେଁ, ବନ୍ଧୁଗଣ, ଏହା ହେଉଛି ଭୁଲ ଆଜି ଯେ କେହି ନିଜ ଚିନ୍ତାଧାରାକୁ ନେଇ ଗର୍ବ କରୁଛି ଏହା ମଧ୍ୟ ହେଉଛି ସ୍ୱାଭାବିକ କିନ୍ତୁ ପୁଣି ମଧ୍ୟ, ଆମର ଚିନ୍ତାଧାରା ରାଷ୍ଟ୍ରହିତର ବିଷୟରେ, ରାଷ୍ଟ୍ର ସହିତ ଦୃଷ୍ଟିଗୋଚର ହେବା ଆବଶ୍ୟକ, ରାଷ୍ଟ୍ର ବିରୁଦ୍ଧରେ କେବେ ହେଲେ ମଧ୍ୟ ନୁହେଁ

ଆପଣ ଦେଶର ଇତିହାସରେ ଦେଖନ୍ତୁ, ଯେବେ-ଯେବେ ଦେଶ ସାମ୍ନାରେ କୌଣସି କଠିନ ସମସ୍ୟା ଆସିଛି, ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ ଚିନ୍ତାଧାରାର ଲୋକ ରାଷ୍ଟ୍ର ହିତରେ ଏକାଠି ହୋଇଛନ୍ତି ସ୍ୱାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ପ୍ରତ୍ୟେକ ବିଚାରଧାରାର ଲୋକ ଏକାଠି ହୋଇଥିଲେ ସେମାନେ ଦେଶ ପାଇଁ ଏକାଠି ସଂଘର୍ଷ କରିଥିଲେ

ଏଭଳି ନଥିଲା ଯେ ବାପୁଙ୍କ ନେତୃତ୍ୱରେ କୌଣସି ବ୍ୟକ୍ତିଙ୍କୁ ନିଜର ଚିନ୍ତାଧାରା ଛାଡ଼ିବାକୁ ପଡ଼ିଥିଲା ସେହି ସମୟରେ ପରିସ୍ଥିତି ଏଭଳି ଥିଲା, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଦେଶ ପାଇଁ ଏକ ସାଧାରଣ କାରଣକୁ ପ୍ରାଥମିକତା ଦେଲେ ଏବେ ଜରୁରୀକାଳିନ ପରିସ୍ଥିତିକୁ ମନେ ପକାନ୍ତୁ, ଜରୁରୀକାଳିନ ପରିସ୍ଥିତି ସମୟରେ ମଧ୍ୟ ଦେଶ ଏହିଭଳି ଐକ୍ୟବଦ୍ଧତା ଦେଖିଥିଲା ମୁଁ ସମସ୍ତ କଥାକୁ ନିଜେ ଦେଖିଥିଲି, ଅନୁଭବ କରିଥିଲି, ମୁଁ ହେଉଛି ପ୍ରତ୍ୟକ୍ଷ ସାକ୍ଷୀ

ଜରୁରୀ ପରିସ୍ଥିତି ବିରୁଦ୍ଧରେ ସେ ଆନ୍ଦୋଳନରେ କଂଗ୍ରେସର ପୂର୍ବତନ ନେତା ଏବଂ କାର୍ଯ୍ୟକର୍ତା ମଧ୍ୟ ଥିଲେ ଆରଏସଏସର ସ୍ୱୟଂସେବକ ଏବଂ ଜନସଂଘର ଲୋକ ମଧ୍ୟ ଥିଲେ ସମାଜବାଦୀ ଲୋକ ମଧ୍ୟ ଥିଲେ କମ୍ୟୁନିଷ୍ଟ ମଧ୍ୟ ଥିଲେ ଜେଏନୟୁ ସହିତ ଜଡ଼ିତ କେତେ ମଧ୍ୟ ଲୋକ ଥିଲେ, ଯେଉଁମାନେ ଏକାଠି ହୋଇ ଆସି ଜରୁରୀ ପରିସ୍ଥିତି ବିରୁଦ୍ଧରେ ସଂଘର୍ଷ କରିଥିଲେ ଏହି ଐକ୍ୟବଦ୍ଧତାରେ, ଏହି ଲଢ଼େଇରେ ମଧ୍ୟ କାହାକୁ ନିଜ ବିଚାରଧାରା ସହିତ ବୁଝାମଣା କରିବାକୁ ପଡ଼ି ନଥିଲା କେବଳ ଉଦ୍ଦେଶ୍ୟ ଗୋଟିଏ ହିଁ ଥିଲାରାଷ୍ଟ୍ରହିତ ଆଉ ଏହି ଉଦ୍ଦେଶ୍ୟ ହିଁ ସବୁଠାରୁ ବଡ଼ ଥିଲା ଏଥିପାଇଁ, ସାଥୀଗଣ, ଯେତେବେଳେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ରାଷ୍ଟ୍ରହିତର ପ୍ରଶ୍ନ ଆସିଥାଏ, ସେତେବେଳେ ନିଜ ବିଚାରଧାରାର ବୋଝ ତଳେ ଚାପି ହୋଇ ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା, ଦେଶର ମଧ୍ୟ କ୍ଷତି ହୋଇଥାଏ

ହଁ, ମୁଁ ମାନୁଛି ଯେ ସ୍ୱାର୍ଥ ପାଇଁ ଅବସରବାଦ ପାଇଁ ନିଜ ବିଚାରଧାରା ସହିତ ବୁଝାମଣା କରିବା ମଧ୍ୟ ହେଉଛି ସେତିକି ହିଁ ଭୁଲ ଏହି ସୂଚନା ପ୍ରଦାନକାରୀ ଯୁଗରେ, ଏବେ ଏଭଳି ଅବସରବବାଦ ସଫଳ ହୁଏ